ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହ

ଭୁବନେଶ୍ୱର, ୧୧।୬ (ବ୍ୟୁରୋ): ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ମାତ୍ର ଏଠାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ଚେଷ୍ଟା କରୁନାହାନ୍ତି। ରାଜ୍ୟ ସରକାର ବଜେଟକୁ ମନଇଚ୍ଛା ଗୋଷ୍ଠୀଖଳା, ମଶାଣି, ଗାଧୁଆଘର, କଲ୍ୟାଣ ମଣ୍ଡପ ଭଳି ଅଣ ଉତ୍ପାଦନ ଭିତ୍ତିକ ପ୍ରକଳ୍ପରେ ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କୁ ରୋଜଗାରର ଗ୍ୟାରେଣ୍ଟି ଦେଉ ନାହାନ୍ତି କି ଚାଷୀ ଆତ୍ମହତ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀ ପେନଶନକୁ ୫ହଜାର ଟଙ୍କା ଲେଖାଏ ଲାଗୁ କରୁନାହାନ୍ତି। ସରକାରଙ୍କ ବଜେଟର ଆକାର ପ୍ରତିବର୍ଷ ବଢିବା ସତ୍ତ୍ୱେ କୃଷି କ୍ଷେତ୍ରରେ ସୁଧାର ଆସୁନାହିଁ କାହିଁକି? ଏଭଳି ଅଭିଯୋଗ ଉଠାଇବା ସହ ଚାଷୀଙ୍କୁ ପେନସନ ପ୍ରଦାନ ଦାବିରେ ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହର ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ।
ଶୁକ୍ରବାର ସାମ୍ବାଦିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ବିଲାତି ମିଶନ, ଆଳୁ ମିଶନ୍‌, ନୀଳ ବିପ୍ଳବ, ଶ୍ୱେତ ବିପ୍ଳବ ନାମରେ ସରକାର ଯେତେ ସୁନ୍ଦର ଯୋଜନା କରୁଛନ୍ତି, ସେସବୁ କିଛି ବି ଫଳପ୍ରଦ ହେଉନାହିଁ। ଏପରିକି ଧାନର ଯେଉଁ ଏମ୍‌ଏସ୍‌ପି ଧାର୍ଯ୍ୟ ଦର ରହିଛି, ସେହି ଦର ମଣ୍ଡିରେ ଚାଷୀମାନେ ପାଉ ନାହାନ୍ତି। ଟୋକନ, ଟାର୍ଗେଟ, ଟ୍ରକ୍‌ ଏସବୁ ବାହାନାରେ ଚାଷୀର ଧାନ ଉଠୁନାହିଁ। ୟୁକ୍ରେନ୍‌, ଇସ୍ରାଏଲ ଭଳି ଦେଶ ଚାଷରେ ବହୁବାଟ ଆଗେଇ ଥିବାବେଳେ ଆମ ଦେଶ ଓ ରାଜ୍ୟରେ କୃଷି କ୍ଷେତ୍ରରେ ଆୟ ବଢୁନାହିଁ। କନ୍ଧମାଳ ହଳଦୀଠାରୁ ବଲାଙ୍ଗୀର ପିଆଜ, ଦେବଗଡ଼ର ଫଳ ଚାଷ, ନବରଙ୍ଗପୁରର କପାଚାଷ କାହାର ସୁରକ୍ଷା ପାଇଁ ରାଜ୍ୟ ସରକାର କିଛି ବି କରୁ ନାହାନ୍ତି। ଫଳରେ ଏଠାରେ ଚାଷୀ କେବଳ ବଞ୍ଚତ୍ ରହିଛି, ମାତ୍ର ତା’ର ଶିକ୍ଷା, ସ୍ବାସ୍ଥ୍ୟ ଆର୍ଥତ୍କ ଆୟର ଗ୍ୟାରେଣ୍ଟି ନାହିଁ। ଛତିଶଗଡ଼ ଧାନ ଉପରେ ବୋନସ ଦେଉଥିବାବେଳେ ଆମ ସରକାର ପଛଘୁଞ୍ଚା ଦେଉଛନ୍ତି। ସେହିପରି କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ହେବ ବୋଲି କରିଥିବା ଘୋଷଣା ଏବେ ଧୂଆଁବାଣରେ ପରିଣତ ହୋଇଛି ବୋଲି ଅକ୍ଷୟ କହିଛନ୍ତି। ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ବାଇଁ ଏବଂ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri