ଗଞ୍ଜାମରୁ ଷଷ୍ଠ ବାଚସ୍ପତି ବିକ୍ରମ ଆରୁଖ

ବ୍ରହ୍ମପୁର ଅଫିସ,୧୧ା୬: ଗଞ୍ଜାମରୁ ବିକ୍ରମ କେଶରୀ ଆରୁଖ ୬ଷ୍ଠ ବାଚସ୍ପତି। ଅପରପକ୍ଷରେ ଭଞ୍ଜନଗର ବିଧାୟକ ଓଡ଼ିଶା ବିଧାନସଭା ବାଚସ୍ପତି ହେବା ଦ୍ୱିତୀୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଠାରୁ ଏଯାବତ୍‌ ଏହି ଜିଲାରୁ ଜଣେ ମହିଳାଙ୍କ ସମେତ ୩ ଜଣ ହୋଇଛନ୍ତି ଉପବାଚସ୍ପତି। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର କୌଣସି କାରଣରୁ ଗତ ସପ୍ତାହରେ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଶାସକ ବିଜେଡି ପକ୍ଷରୁ ଆରୁଖଙ୍କୁ ସେହି ସାମ୍ବିଧାନିକ ପଦ ନିମନ୍ତେ ପ୍ରାର୍ଥୀ କରାଯାଇଛି। ନିୟମ ପ୍ରକାରେ ସେ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ବିରୋଧୀ ଦଳର ସଂଖ୍ୟା ନ ଥିବାରୁ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛି। ଏକମାତ୍ର ନାମାଙ୍କନ ଦାଖଲ ହୋଇଥିବାରୁ ବିକ୍ରମ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାର ସ୍ପଷ୍ଟ ହୋଇଛି। ତେବେ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା ହେବ ଏବଂ ଦାୟିତ୍ୱ ଗ୍ରହଣ ସହ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ। ଭଞ୍ଜନଗର ବିଧାୟକ ବାଚସ୍ପତି ହେବା ଦ୍ୱିତୀୟ।
ତଥ୍ୟାନୁସାରେ ଭାଷାଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ହୋଇଥିବା ନିର୍ବାଚନରେ ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକ ଅନ୍ତର୍ଗତ ଗୁଡ଼ିପଦର ଅଞ୍ଚଳର ରାଜନେତା ଲାଲ ମୋହନ ପଟ୍ଟନାୟକ ବିଧାୟକ ହୋଇଥିଲେ। ୧୯୪୬ରୁ ୫୨ ପର୍ଯ୍ୟନ୍ତ ସେ ବିଧାନସଭା ବାଚସ୍ପତି ହୋଇଥିଲେ। ବର୍ତ୍ତମାନର ଚିକିଟି ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁର କ୍ଷେତ୍ରରେ ଥିଲା। ସେହିପରି ୧୯୬୧ ନିର୍ବାଚନରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀ ଗଞ୍ଜାମର ତତ୍କାଳୀନ ପଶ୍ଚିମ କୋଦଳା ଆସନରୁ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ସେ ଏହି ଜିଲାରୁ ଦ୍ୱିତୀୟ ବାଚସ୍ପତି ହୋଇଥିଲେ। ଏହା ପୂର୍ବରୁ ପାଣିଗ୍ରାହୀ ୧୯୫୭ ନିର୍ବାଚନରେ ବ୍ରହ୍ମପୁରରୁ ନିର୍ବାଚିତ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ହୋଇ ଶିକ୍ଷା ଓ ସୌରାଷ୍ଟ୍ର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ। ପରବର୍ତ୍ତୀ ୧୯୮୦ ନିର୍ବାଚନରେ ସୋମନାଥ ରଥ ଭଞ୍ଜନଗରରୁ ବିଧାୟକ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ଅମଳରେ ସେ ବିଧାନସଭା ବାଚସ୍ପତି ହୋଇଥିଲେ। ସେ ଗଞ୍ଜାମ ଜିଲାରୁ ବାଚସ୍ପତି ପଦ ପାଇବାରେ ତୃତୀୟ ଥିଲେ।
୧୯୯୫ ନିର୍ବାଚନରେ ଚିକିଟି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଚିନ୍ତାମଣି ଦ୍ୟାନ ସାମନ୍ତରା ବିଧାୟକ ହୋଇଥିଲେ। ସେତେବେଳେ କିଶୋର ଚନ୍ଦ୍ର ପଟେଲ ବାଚସ୍ପତି ଓ ଦ୍ୟାନ ସାମନ୍ତରା ଉପବାଚସ୍ପତି ହୋଇଥିଲେ। ୧୯୯୬ ଲୋକ ସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ବ୍ରହ୍ମପୁର କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ମାତ୍ର ବର୍ଷକ ପରେ ପଟେଲ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହେଲେ। ତାଙ୍କ ସ୍ଥାନରେ ଚିନ୍ତାମଣିଙ୍କୁ ବାଚସ୍ପତି କରାଯାଇଥିଲା। ନରସିଂହ ରାଓଙ୍କୁ ଜିତାଇବା ପାଇଁ ଏହା କରାଯାଇଥିବା ରାଜନୈତିକ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହି ଜିଲାରୁ ଚତୁର୍ଥ ବାଚସ୍ପତି ହୋଇଥିବା ଦ୍ୟାନ ସାମନ୍ତରାଙ୍କ କାର୍ଯ୍ୟକାଳ ୪ ବର୍ଷ ହୋଇଥିଲା। ୨୦୧୯ ନିର୍ବାଚନରେ ଦିଗପହଣ୍ଡି ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଗଞ୍ଜାମରୁ ପଞ୍ଚମ ବାଚସ୍ପତି ହୋଇଥିଲେ। ଗତ ସପ୍ତାହରେ ସେ ପଦରୁ ଇସ୍ତଫା ଦେଇଥିଲେ।
ଅପରପକ୍ଷରେ ବିଧାନସଭା ତଥ୍ୟାନୁସାରେ ବ୍ରହ୍ମପୁରର ପ୍ରଥମ ମହିଳା ବିଧାୟିକା ଏ.ଲକ୍ଷ୍ମୀବାଈ ୧୯୪୬ରୁ ୫୨ ଯାଏ ଉପବାଚସ୍ପତି ହୋଇଥିଲେ। ଲକ୍ଷ୍ମୀବାଈ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଭି.ଭି. ଗିରିଙ୍କ ଭଉଣୀ। ସେହିପରି ୧୯୮୫ ନିର୍ବାଚନରେ ଚିକିଟିରୁ କଂଗ୍ରେସ ବିଧାୟକ ଚିନ୍ତାମଣି ଦ୍ୟାନ ସାମନ୍ତରା ଉପବାଚସ୍ପତି ହୋଇଥିଲେ। ଛତ୍ରପୁରରୁ ନିର୍ବାଚିତ ଭାଜପା ବିଧାୟକ ରାମଚନ୍ଦ୍ର ପଣ୍ଡା ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଉପବାଚସ୍ପତି ହୋଇଥିଲେ। ସେତେବେଳେ ରାଜ୍ୟରେ ବିଜେଡି ଓ ଭାଜପା ମେଣ୍ଟ ସରକାର ଥିଲା। ତେଣୁ ଗଞ୍ଜାମରୁ ୩ ଜଣ ଉପବାଚସ୍ପତି ହୋଇଥିବା ରେକର୍ଡ ଅଛି। ବିକ୍ରମ ଆରୁଖ ଭଞ୍ଜନଗର ବିଧାନସଭା ଆସନରୁ ୧୯୯୫ ନିର୍ବାଚନରେ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ୫ ନିର୍ବାଚନରେ ବିଜେଡିରୁ ଲଗାତର ଭାବେ ଜିତି ଦୁଇଟି ହ୍ୟାଟ୍ରିକ ଅର୍ଜନ କରିଥିଲେ। ୨୦୦୯ରୁ ସେ କ୍ୟାବିନେଟ ମନ୍ତ୍ରୀ ହୋଇ ବଡ଼ ବଡ଼ ବିଭାଗ ସମ୍ଭାଳି ଥିଲେ। ରାଜନୀତିରେ ଯଥେଷ୍ଟ ଅଭିଜ୍ଞତା ଥିବା ବିକ୍ରମ ଗଞ୍ଜାମ ଜିଲାରୁ ହେବେ ଷଷ୍ଠ ବାଚସ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?