୧୪୮ ସରକାରୀ ହସ୍ପିଟାଲରେ ଇ-ପଞ୍ଜୀକରଣ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ଆଉ ୧୪୮ ସରକାରୀ ହସ୍ପିଟାଲରେ ଇ-ପଞ୍ଜୀକରଣ ବ୍ୟବସ୍ଥା ହେବ। ୩୧ ଡିଏଚ୍‌ଏଚ୍‌, ୧୧ ଏମ୍‌ସିଏଚ୍‌ ଓ ୧୦୬ ୟୁପିଏଚ୍‌ସିଠାରେ କଷ୍ଟୋମାଇଜ୍‌ଡ ହସ୍ପିଟାଲ ମ୍ୟାନେଜମେଣ୍ଟ ଇନ୍‌ଫରମେଶନ୍‌ ସିଷ୍ଟମ୍‌ ଲାଗୁ କରାଯିବ। ଏଥିପାଇଁ ଶୁକ୍ରବାର ରାଜ୍ୟ ସରକାର ଓ ସେଣ୍ଟର ଫର୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଆଡ୍‌ଭାନ୍ସଡ କମ୍ପ୍ୟୁଟିଙ୍ଗ୍‌(ସି-ଡାକ୍‌) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ଓ ସି-ଡାକ୍‌ ପକ୍ଷରୁ ରାଜୀବ ଯାଦବ ଏହି ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହାଦ୍ୱାରା ରାଜ୍ୟର ଜନସାଧାରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉପକୃତ ହୋଇପାରିବେ। ଏହା ମାଧ୍ୟମରେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ ସହ ଓପିଡି ପାଇଁ ରେଜିଷ୍ଟ୍ରେଶନ୍‌ କରାଯାଇପାରିବ। ଲୋକେ ଆଉ ଧାଡ଼ିରେ ଠିଆ ନ ହୋଇ ଘରେ ବସି ମୋବାଇଲ୍‌ ଆପ୍ଲିକେଶନ ମାଧ୍ୟମରେ ଡାକ୍ତରଙ୍କଠାରୁ ଆପଏଣ୍ଟମେଣ୍ଟ ନେଇପାରିବ। ଏହା ମାଧ୍ୟମରେ ଇଲେକ୍ଟ୍ରୋନିକ୍‌ ହେଲ୍‌ଥ ରେକର୍ଡ ସାଇତି ରଖାଯିବା ସହ ବିଭିନ୍ନ ନିଦାନର ରିପୋର୍ଟ ମଧ୍ୟ ମିଳିପାରିବ। ସି-ଡାକ୍‌ ପକ୍ଷରୁ ସଫ୍ଟୱେୟାର ଏବଂ ଓକାକ୍‌ ପକ୍ଷରୁ ହାଡ୍‌ୱେୟାର ବ୍ୟବସ୍ଥା କରାଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ସ୍ବତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଓ ଓକାକ୍‌ର ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ତଥା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ହସ୍ପିଟାଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେଶନ ସିଷ୍ଟମ୍‌ ଲାଗୁ କରିବା ନିମନ୍ତେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ସି-ଡାକ୍‌ ସହ ଏକ ଚୁକ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ) କଟକଠାରେ ଏହି ବ୍ୟବସ୍ଥା ସଫଳ ଭାବେ କାର୍ଯ୍ୟକାରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋତିଦେଲେ ଡ୍ରେନ୍‌, ଉପୁଜିପାରେ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର,୧୧।୩ (ବ୍ୟୁରୋ): ଭାରତରେ ଜି-୨୦ ସମ୍ମିଳନୀ ଅବସରରେ ବିଦେଶୀ ପ୍ରତିନିଧି ଦଳ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ବରମୁଣ୍ଡାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ...

ଆଜିଠାରୁ ବିଧାୟକ କଲୋନୀ ଭଙ୍ଗାହେବ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ବିଧାୟକଙ୍କ ସରକାରୀ କ୍ୱାର୍ଟର୍ସ ବୁଧବାର ଠାରୁ ଭଙ୍ଗା ଆରମ୍ଭ ହେବ ବୋଲି ଜଣାପଡିଛି । ୨୪ ଜଣ ବିଧାୟକ କ୍ୱାଟର୍ସ ଛାଡି ସାରିଲେଣି। ୪୨ଟି...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନାହିଁ।  ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ...

ଅଟୋ ଡିଲରଶିପ୍‌ ଖୋଲିବାକୁ ଅନୁମତି ମିଳୁ

ଭୁବନେଶ୍ୱର,୩୧ା୫:କରୋନା କଟକଣା ଯୋଗୁ ବର୍ତ୍ତମାନ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଅଟୋମୋବାଇଲ ଡିଲରଶିପ୍‌ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଏହି ଡିଲରଶିପ୍‌ଗୁଡିକୁ...

ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍‌ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ...

୨ ଅଧିକାରୀଙ୍କ ସମେତ ୬ ଜଣଙ୍କୁ ଏସ୍‌ଆଇଟିର ଜେରା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଜେଲ ଯାଇଥିବା ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଆୟବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ଦ୍ୱାରା ଗଠିତ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍‌ (ଏସ୍‌ଆଇଟି) ସୋମବାର...

ହକର୍‌ଙ୍କଲାଗି ସ୍ବତନ୍ତ୍ର କୋଭିଡ୍‌ ସହାୟତାର ଶୁଭାରମ୍ଭ; ପ୍ରତ୍ୟେକ ପାଇବେ…

ଭୁବନେଶ୍ବର,୨୩।୧୨(ବ୍ୟୁରୋ): ହକରଙ୍କୁ ମିଳିଲା ହକ୍‌ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତଦନୁଯାୟୀ...

୩୫ ନେତାଙ୍କୁ ନୋଟିସ୍‌, ୨ ଡ୍ରାଇଭର ଗିରଫ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜଧାନୀରେ ଡ୍ରାଇଭର ମହାସଂଘ ପକ୍ଷରୁ ଗତ ୧୮ ତାରିଖରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଘଟଣାକୁ ନେଇ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇନକୁ ହାତକୁ...

Advertisement
Archives

Model This Week