Posted inଜାତୀୟ

ଡିସେମ୍ବର ୩୦ରେ ଟ୍ରାକ୍ଟର ରାଲି କରିବେ କୃଷକ!

ନୂଆଦିଲ୍ଲୀ,୨୭ ।୧୨: କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଦିଲ୍ଲୀ-ହରିୟଣାର ସିନ୍ଧୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ଏହି ଆନ୍ଦୋଳନ ୩୨ ଦିନରେ ପହଞ୍ଚିଥିବା ବେଳେ କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ଦିଲ୍ଲୀ-ହରିୟାଣା ଓ ଉତ୍ତର ପ୍ରଦେଶ ସୀମାରେ କୃଷକଙ୍କ ଆନ୍ଦୋଳନ ଯୋଗୁ ଦିଲ୍ଲୀ-ଏନ୍‌ସିଆର୍ ଲୋକେ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ପୁଣିଥରେ ୨୯ ଡିସେମ୍ବରରେ କଥାବାର୍ତ୍ତା ହେବାକୁ ସ୍ଥିର କରାଯାଇଛି । ଏଥିରେ କୃଷକମାନେ ୪ଟି ମୁଖ୍ୟ ଦାବି ରଖିଥିବା କୁହାଯାଉଛି । ଅନ୍ୟପଟେ କୃଷକ ନେତା ଡା. ଦର୍ଶନପାଲ ସିଂ କହିଛନ୍ତି ୨୭-୨୮ ଡିସେମ୍ବରରେ ଗୁରୁ ଗୋବିନ୍ଦ ସିଂଙ୍କ ଛୋଟ ସାହିବଜାଦେଙ୍କ ଶହୀଦ ଦିବସ ପାଳନ କରାଯିବ । ୩୦ ଡିସେମ୍ବରକୁ କୃଷକ ଏକ ଟ୍ରାକ୍ଟର ରାଲି ବାହାର କରିବେ । ସିନ୍ଧୁ ସୀମାରୁ ଟିକରି ଓ ଶାହାଜାହାପୁର ପର୍ଯ୍ୟନ୍ତ କୃଷକ ଏହି ରାଲି କରିବେ । କୃଷକମାନେ ୧ ଜାନୁୟାରୀରେ ଦିଲ୍ଲୀ ଓ ହରିୟାଣାବାସୀଙ୍କୁ ସେମାନଙ୍କ ସହ ନୂଆବର୍ଷ ପାଳନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ୩୭୦ ଉଚ୍ଛେଦ ନିଷ୍ପତ୍ତି ଯଥାର୍ଥ

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।...

ମାନହାନି ମାମଲା:ରାହୁଲ, ୟେଚୁରୀଙ୍କୁ ଜାମିନ

ମୁମ୍ବାଇ,୫।୭(ପି.ଟି.):ଏକ ମାନହାନି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଗୁରୁବାର କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ...

ଦିଲ୍ଲୀରେ ଅଡ୍‌-ଇଭେନ ନିୟମ ଆରମ୍ଭ: ନଭେମ୍ବର ୧୫ ପର୍ଯ୍ୟନ୍ତ ଲାଗୁ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍‌-ଇଭେନ ନିୟମ ଲାଗୁ ହୋଇଛି। ନିୟମ ଅନ୍ତର୍ଗତ...

ସେପ୍ଟେମ୍ବରରେ ବି ଖୋଲିବନି ସ୍କୁଲ: ୫୮ ପ୍ରତିଶତ ଅଭିଭାବକ ଅରାଜି !

ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଅନ୍‌ଲକ୍‌ର ତୃତୀୟ...

କରୋନା ପ୍ରଭାବ: ମୋଦି ଖେଳିବେନି ହୋଲି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣର ପ୍ରଭାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋଲି ମିଳନ ସମାରୋହ ଉପରେ ମଧ୍ୟ ପଡ଼ିଛି। ମୋଦି ଚଳିତ ଥର କୌଣସି ହୋଲି ମିଳନ...

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା...

ସୁରଟରେ ଦାଦନଙ୍କ ବିକ୍ଷୋଭ

ସୁରଟ,୧୫ା୪: ଲକ୍‌ଡାଉନ ଯୋଗୁ ଘରକୁ ଫେରି ନ ପାରି ଦାଦନ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ସରକାର ଓ...

ଟି-ସାର୍ଟରେ ‘ନୋ ସିଏଏ’ଲେଖି ବିଧାନସଭା ଆସିଲେ ବିଧାୟକ

ଚେନ୍ନାଇ,୬।୧: ତାମିଲନାଡୁ ନାଗାପଟ୍ଟିନମ ମନିଥାନେୟା ଜନନାୟଗ କାଟଚିର ବିଧାୟକ ଥାମିମୁନ ଅନସାରୀ ସୋମବାର ଅଭିନବ ଢଙ୍ଗରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ସେ ପିନ୍ଧିଥିବା ଟି-ସାର୍ଟରେ...

Advertisement


Archives

Model This Week