ଲ୍ୟାମ୍ପ୍ସର ଚାଷୀଙ୍କୁ ଅଣଦେଖା ଅଭିଯୋଗ

ଦଶମନ୍ତପୁର,୨୪ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଲ୍ୟାମ୍ପ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ଜଣାପଡିଛି, ମାଣ୍ଡିଆ ବ୍ୟବସାୟୀ ଏବଂ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ମଣ୍ଡିରେ ହିତାଧିକାରୀଙ୍କୁ ଅବହେଳା କରାଯାଉଛି। ଏହାର ଉଦାହରଣ ନିକଟରେ ଦଶମନ୍ତପୁରରେ ଦେଖିବାକୁ ମିଳିଛି। ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ର ଯୋଡ଼ାପୁଟ ଗ୍ରାମର ସନ୍ୟାସୀ ଜାନୀ ତାଙ୍କର ୨୭ କୁଇଣ୍ଟାଲ ଏବଂ ଚିକାମ୍ବ ପଞ୍ଚାୟତ ତୁନଖାଲ ଗ୍ରାମର ଗୁରୁ ଜାନିଙ୍କ ୨୭ କୁଇଣ୍ଟାଲ ୫୦ କେଜି ମାଣ୍ଡିଆ ବିକ୍ରୟ ପାଇଁ ଦଶମନ୍ତପୁର ଲ୍ୟାମ୍ପକୁ ଆସିଥିଲେ। ମାତ୍ର ଏହି ଦୁଇ ଚାଷୀଙ୍କୁ ମାଣ୍ଡିଆକୁ ମିଲ୍‌ରେ ସଫା କରି ଆଣିବାକୁ କହି ଲ୍ୟାମ୍ପ ପକ୍ଷରୁ ଫେରାଇ ଦିଆଯାଇଥିଲା। ଶେଷରେ ସେମାନେ କିଲୋ ପିଛା ୪ ଟଙ୍କା ଦେଇ ମାଣ୍ଡିଆ ସଫା କରି ଲ୍ୟାମ୍ପରେ ନ ଦେଇ ବ୍ୟବସାୟୀଙ୍କ ମାଧ୍ୟମରେ ଅନ୍ୟତ୍ର ବିକ୍ରି କରିଥିଲେ। ଚାଷୀମାନଙ୍କ ପ୍ରତି ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବକୁ ଚାଷୀ ଏବଂ କେତେଜଣ ସମାଜିକ କର୍ମୀ ବିରୋଧ କରିଥିଲେ। ବନମାଳୀ ବିଶୋୟୀ, ମୋହନ ଚନ୍ଦ୍ର ପାତ୍ର, ବାବୁଲା ବିଶୋୟୀ, କାହ୍ନୁ ଚରଣ ବିଶୋୟୀ, ଟଙ୍କଧର ବିଶୋୟୀ ପ୍ରମୁଖ ଚାଷୀଙ୍କ ଠାରୁ ମାଣ୍ଡିଆ କିଣୁଥିବା ବ୍ୟବସାୟୀଙ୍କୁ ଘେରାଉ କରିଥିଲେ। ଏନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ଅସହଯୋଗ ହେତୁ ଚାଷୀ ମଣ୍ଡିରୁ ଲାଭ ପାଇପାରୁ ନାହାନ୍ତି ବୋଲି ବନମାଳୀ ବିଶୋୟୀ ଅଭିଯୋଗ କରିଛନ୍ତି। ଏହି ସମୟରେ ମାଣ୍ଡିଆ କିଣିବାକୁ ଘାନଟରାଗୁଡ଼ାରୁ ଆସିଥିବା ବ୍ୟବସାୟୀ ସୁବିଧା ଦେଖି ଘଟଣା ସ୍ଥଳରୁ ମାଣ୍ଡିଆ ମିଲ୍‌କୁ ନେଇ ଚାଲି ଯାଇଥିଲେ ।
ଏସଂପର୍କରେ ଲ୍ୟାମ୍ପସ କର୍ତ୍ତୃପକ୍ଷ ପ୍ରଫୁଲ୍ଲ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ମାଣ୍ଡିଆ ସଫା ନ ଥିବାରୁ ସଫା କରି ଆଣିବାକୁ ଆମେ ପଠେଇଲୁ ବୋଲି କହିଛନ୍ତି। ସରକାର କୁଇଣ୍ଟାଲ ପିଛା ମାଣ୍ଡିଆ ୩୫୭୮ ଟଙ୍କାରେ ଦେଉଛନ୍ତି। ଆମେ ସଫା ମାଣ୍ଡିଆ ହିଁ କିଣିବୁ ନଚେତ ନାହିଁ ବୋଲି ମିଶ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri