ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଏଠାରେ ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଥିବାବେଳେ ଅଦିନିଆଁ ବର୍ଷା, କରାମାଡ଼, ରୋଗପୋକ ଉପଦ୍ରବରୁ ଫସଲକ୍ଷତି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଅନ୍ୟପଟେ ଜିଲାର ଚାଷୀମାନେ ଫସଲବୀମା କରିଥିଲେ ମଧ୍ୟ ସେମାନଙ୍କୁ ବର୍ଷ ବର୍ଷ ଧରି କ୍ଷତିପୂରଣ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଜିଲାର ପାଇକମାଳ ବ୍ଲକ ଅନ୍ତର୍ଗତ ବୁକ୍ରାମୁଣ୍ଡା, ମହୁଲପାଲି, ବାଦିକଟା ଆଦି ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରିବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ଚାଷୀମାନେ କହିଛନ୍ତି। ଏ ନେଇ ଶୁକ୍ରବାର କ୍ଷତିଗ୍ରସ୍ତ ଚାଷୀମାନେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ କ୍ଷତିପୂରଣ ସହାୟତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସରେ ଅଦିନିଆଁ ବର୍ଷା ହେବା ଯୋଗୁ ଉପରୋକ୍ତ ଗ୍ରାମର ଚାଷୀମାନଙ୍କ ଖରିଫ ଧାନ ଫସଲ ନଷ୍ଟ ହୋଇଥିଲା। କ୍ଷେତରେ ଅମଳ ଏବଂ ଅମଳ ଅପେକ୍ଷାରେ ରହିଥିବା ଧାନ ଫସଲ ଉଜୁଡ଼ି ଯାଇଥିଲା। ସେତେବେଳେ ସମ୍ପୃକ୍ତ ଗ୍ରାମର କ୍ଷତିଗ୍ରସ୍ତ ଚାଷୀମାନେ ପାଇକମାଳ ତହସିଲଦାର ଏବଂ ପଦ୍ମପୁର ଉପଜିଲାପାଳଙ୍କୁ ଅବଗତ କରିବା ପରେ ବିଭାଗୀୟ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଫସଲକ୍ଷତି ଆକଳନ କରିଥିଲେ। ତେବେ ବିଭାଗୀୟ କର୍ମଚାରୀମାନେ ୩୩ପ୍ରତିଶତରୁ ଅଧିକ ଫସଲକ୍ଷତି ହୋଇଥିବା ସେହି ସମୟରେ ଆକଳନ କରିଥିଲେ ବୋଲି ଚାଷୀମାନେ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ବୀମା କ୍ଷତିପୂରଣ ମିଳିନାହିଁ।
ଅନ୍ୟପଟେ ସ୍ଥାନୀୟ ବିଭାଗୀୟ କର୍ମଚାରୀମାନଙ୍କୁ କ୍ଷତିଗ୍ରସ୍ତ ଚାଷୀମାନେ ଭେଟିଲେ ସେମାନେ ଫସଲକ୍ଷତି କିମ୍ବା ବୀମା କ୍ଷତିପୂରଣ ନେଇ ସେଭଳି ରିପୋର୍ଟ ଆସି ନ ଥିବା ସେମାନଙ୍କୁ କହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଚାଷୀମାନେ ସେ ସମ୍ପର୍କରେ ଜାଣିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସମ୍ପୃକ୍ତ ଅଞ୍ଚଳରେ ସେତେବେଳେ କିଛି ଫସଲକ୍ଷତି ହୋଇ ନ ଥିବା ନେଇ ବିଭାଗୀୟ କର୍ମଚାରୀମାନେ ଆକଳନ ରିପୋର୍ଟ ଦେଇଥିବା ଜାଣି ସେମାନେ ଚକିତ ହୋଇପଡ଼ିଛନ୍ତି ବୋଲି ଚାଷୀମାନେ କହିଛନ୍ତି। ତେବେ କ୍ଷେତ୍ର ପରିଦର୍ଶନ ସମୟରେ ଯେଉଁ ବିଭାଗୀୟ କର୍ମଚାରୀମାନେ ୩୩ ପ୍ରତିଶତରୁ ଅଧିକ ଫସଲକ୍ଷତି ହୋଇଥିବା ନେଇ ଚାଷୀମାନଙ୍କୁ କହିଥିଲେ, ସମ୍ପୃକ୍ତ କର୍ମଚାରୀମାନେ କିଛି ଫସଲକ୍ଷତି ହୋଇ ନ ଥିବା ନେଇ କିଭଳି ଆକଳନ ରିପୋର୍ଟ ଦେଲେ ବୋଲି ଚାଷୀମାନେ ପ୍ରଶ୍ନ କରି ଏହାର ତଦନ୍ତ ଦାବି କରିଛନ୍ତି। ବୈଲୋଚନ ପ୍ରଧାନ, ରଙ୍କମଣି ବାରିକଙ୍କ ସମେତ ଅନେକ ଚାଷୀ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri