Posted inଜାତୀୟ

କୃଷି ମନ୍ତ୍ରୀଙ୍କୁ ଚା, ପକୋଡାର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କଲା କୃଷକ ସଂଗଠନ

ନୂଆଦିଲ୍ଲୀ,୨।୧୨: କୃଷକ ସଂଗଠନର ନେତାମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସେମାନଙ୍କ ପିକେଟିଂସ୍ଥଳକୁ ଆସି ଜିଲାପି, ଚା-ପକୋଡା’ର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ ସେଠାକୁ ଆସି ସେମାନଙ୍କ ସହ କଥା ହେବା ଉଚିତ ବୋଲି କୃଷକମାନେ କହିଛନ୍ତି। ୩ଟି ନୂଆ କୃଷି ଆଇନକୁ ନେଇ ଚାଲିଥିବା ବିରୋଧକୁ ନେଇ ସରକାରଙ୍କ ସହ ମାରାଥନ ବୈଠକ ମଧ୍ୟରେ ବିରତି ସମୟରେ ଚା ପିଇବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। ଏହା ପରେ କୃଷକ ନେତାମାନେ ତାଙ୍କୁ ଏହି ନିମନ୍ତ୍ରଣ ଦେଇଥିଲେ। ସେପ୍ଟେମ୍ବରରେ ସରକାର ୩ଟି ନୂଆ କୃଷି ଆଇନ ପ୍ରଣୟନ କରିଥିଲେ ଯାହା ବିରୁଦ୍ଧରେ ବହୁ ସଂଖ୍ୟକ କୃଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀସୀମାରେ ସେମାନେ ଏକତ୍ର ହୋଇଛନ୍ତି। ଖାଦ୍ୟ ଏବଂ ପାନୀୟ ପାଇଁ ଲଙ୍ଗର ବ୍ୟବସ୍ଥା ମଧ୍ୟ ଅଛି।
ଜାମହୁରୀ କିଷାନ ସଭାର କୁଲୱନ୍ତ ସିଂ ସାନ୍ଧୁ କହିଛନ୍ତି, ବୈଠକ ପରେ ତୋମାର ସାହେବ ଆମକୁ ଚା ପିଇବାକୁ ଅନୁରୋଧ କରିଛନ୍ତି। ଏହାର ପ୍ରତିବଦଳରେ, ଆମେ ତୋମାର ସାହେବଙ୍କୁ ଆମ ବିରୋଧ ସ୍ଥଳରେ ଚା ପିଇବାକୁ ନିମନ୍ତ୍ରଣ କରୁଛୁ। କେବଳ ଏତିକି ନୁହେଁ, ସେମାନଙ୍କୁ ଲଙ୍କରରେ ଜିଲାପି ଏବଂ ପକୋଡା ସହିତ ଖାଇବାକୁ ଦିଆଯିବ। ଏହା କହିବା ମାତ୍ରେ ପାଖରେ ଠିଆ ହୋଇଥିବା ଲୋକଙ୍କ ମୁହଁରେ ହସ ଫୁଟିଥିଲା। ଏହି ବୈଠକରେ ସରକାର ନୂଆ କୃଷି ଆଇନ ଉପରେ କୃଷକଙ୍କ ଆପତ୍ତି ଉପରେ ବିଚାର କରିବାକୁ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ପ୍ରଦର୍ଶନ କରୁଥିବା ୩୫ କୃଷକ ସଂଗଠନର ପ୍ରତିନିଧୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତିନିଜଣ କେନ୍ଦ୍ରୀୟ ନେତାଙ୍କ ସହ ମାରାଥନ ବୈଠକ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ। ଡିସେମ୍ବର ୨ ଅର୍ଥା ଆଜି ସରକାର ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଡାକିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri