ଚାଷ ଆରମ୍ଭରୁ ଚାଷୀଙ୍କୁ ସାର ସଙ୍କଟ: ମହଜୁଦ ସତ୍ତ୍ୱେ ଚାଷୀଙ୍କୁ ମିଳୁନି

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସର୍ବାଧିକ ଧାନ ଉପତ୍ାଦନ ଯୋଗୁ ରାଜ୍ୟରେ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ, ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉ ନାହିଁ। ବର୍ଷବର୍ଷ ଧରି ତାହା ଅସମାହିତ ହୋଇ ରହିଛି। ଅମଳ ପରେ ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଥିବାବେଳେ ଚାଷକାର୍ଯ୍ୟ ଆରମ୍ଭରୁ ମଧ୍ୟ ଜିଲାର ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଜିଲାରେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ଆରମ୍ଭରୁ ଜିଲାରେ ସାର କଳାବଜାର ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଏହା ରୋକିବାକୁ କୃଷି ବିଭାଗ ନୀରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଚକିତ କରି ପକାଇଛି। ଜିଲାରେ ସାଧାରଣତଃ ଜୁନ ୧୫ତାରିଖରୁ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଥାଏ। ତେବେ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନଥିଲେ ମଧ୍ୟ ଜିଲାର ଚାଷୀମାନେ ଜଳାଶୟ, ଗଭୀର ନଳକୂପ କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ସଂରକ୍ଷିତ ପାଣି ବ୍ୟବହାର କରି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। କେହି ଜମି ହଳ କରି ସାରି ଥିବାବେଳେ ଆଉ କିଏ ତଳିପକା ତଥା ଧାନପହ୍ଲା ପକାଇବା କାର୍ଯ୍ୟକୁ ଆରମ୍ଭ କରି ଦେଇଛନ୍ତି। କେନାଲ ପାଣି ବନ୍ଦ ଥିବା ସହିତ ଆଶାନୁରୂପ ବର୍ଷା ଏଥର ହୋଇ ନଥିବାରୁ ଚାଷକାର୍ଯ୍ୟ ଶୀଥିଳ ପଡ଼ିଛି। କିନ୍ତୁ କେନାଲ ପାଣି ଛଡ଼ାଯିବା ଏବଂ ବର୍ଷା ହେବା ପରେ ଚାଷକାର୍ଯ୍ୟ ଆହୁରି ଜୋର୍‌ ଧରିବ। କିନ୍ତୁ ଚାଷକାର୍ଯ୍ୟ ଆରମ୍ଭରୁ ସାର ସଂକଟ ଏବଂ ସାର କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ବରଗଡ଼ ଜିଲାରେ ସାଧାରଣତଃ ୨ଲକ୍ଷ ୫୦ହଜାର ହେକ୍ଟର ଜମିରେ ଖରିଫ ଚାଷକାର୍ଯ୍ୟ ହୋଇଥାଏ। ଏଭଳି ଚାଷକାର୍ଯ୍ୟକୁ ଅନୁଧ୍ୟାନ କରି କୃଷି ବିଭାଗ ମଧ୍ୟ ଜିଲାକୁ ସାର ଯୋଗାଇ ଆସୁଛି। ଜିଲାକୁ ଖରିଫ ପାଇଁ ୩୯ହଜାର ୧ଶହ ମେଟ୍ରିକ ଟନ ୟୁରିଆ, ୧୪ହଜାର ୮୭୫ ମେଟ୍ରିକ ଟନ୍‌ ଡିଏପି, ୯୭୦୦ ମେଟ୍ରିକ ଟନ୍‌ ଏମଓପି, ୨୪ହଜାର ୯୨୦ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌(ଗ୍ରୋମୋର) ଏବଂ ୫୦୦ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ଆବଶ୍ୟକତା ରହିଛି। ଏହି କ୍ରମରେ ଚଳିତ ମାସ ସୁଦ୍ଧା ୧୦ହଜାର a୫୦ ମେଟ୍ରିକ ଟନ ୟୁରିଆ, ୬୭୭୫ ମେଟ୍ରିକ ଟନ୍‌ ଡିଏପି, ୫ ହଜାର ମେଟ୍ରିକ ଟନ୍‌ ଏମଓପି, ୮୬୬୦ ମେଟ୍ରିକ ଟନ୍‌ ଏନପିକେଏସ୍‌ ଏବଂ ୧୭୦ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ଦରକାର ରହିଛି। ଜିଲା କୃଷି ବିଭାଗ ପାଖରେ ପ୍ରାୟତଃ ଏହି ପରିମାଣର ଉପରୋକ୍ତ ସାର ପହଞ୍ଚି ସାରିଛି। ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରେତା ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ତାହା ନେଇ ମଧ୍ୟ ସାରିଛନ୍ତି। ହେଲେ ଚାଷୀମାନେ ସାର ପାଇଁ ଆରମ୍ଭରୁ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ କରୁଛନ୍ତି। ଏପରିକି କେତେକ ଲାଇସେନ୍ସପ୍ରାପ୍ତ ବିକ୍ରେତା ସାର ମହଜୁଦ ଥିବା ସତ୍ତ୍ୱେ ଅଭାବ ରହିଥିବା ଦର୍ଶାଉ ଥିବାବେଳେ ଚଢ଼ାଦରରେ ତାକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ୟୁରିଆ ସାର ୪୫କି.ଗ୍ରା ପ୍ୟାକେଟ୍‌ ପ୍ରତି ୨୬୬ ଟଙ୍କା ୫୦ପଇସା, ଡିଏପି ସାର ୫୦କି.ଗ୍ରା ପ୍ୟାକେଟ୍‌ ପ୍ରତି ୧୩୫୦ ଟଙ୍କା, ଏମ୍‌ଓପି ସାର ୫୦କି.ଗ୍ରା ପ୍ୟାକେଟ୍‌ ପ୍ରତି ୧୭୦୦ ଟଙ୍କା, ଏନପିକେଏସ୍‌ ସାର ୫୦କି.ଗ୍ରା ପ୍ୟାକେଟ୍‌ ପ୍ରତି ୧୪୭୦ ଟଙ୍କା, ଏଏସପି ସାର ୫୦କି.ଗ୍ରା ପ୍ୟାକେଟ୍‌ ପ୍ରତି ୪୨୫ ଟଙ୍କାରୁ ୫୦୦ ଟଙ୍କା ରହିଛି। ମାତ୍ର ଚାଷକାର୍ଯ୍ୟ ଆରମ୍ଭରୁ ୟୁରିଆ, ଡିଏପି, ଏନ୍‌ପିକେଏସ୍‌(ଗ୍ରୋମର) ସାର ଦରକାର ପଡୁଥିବା ବେଳେ ବିକ୍ରେତାମାନେ ଏହି ସାରବିକ୍ରିରେ କଳାବଜାର କରୁଥିବା ଅଭିଯୋଗ ହୋଇଛି। ଏହାକୁ ଏବେଠାରୁ ନିୟନ୍ତ୍ରଣ କରା ନଗଲେ ଆଗକୁ ଜିଲାରେ ସାର ସଂକଟ ଆହୁରି ସଙ୍ଗୀନ ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?