ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ

ଗୁଣପୁର,୬ା୧୨(ଡି.ଏନ୍‌.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ ପରିସ୍ଥିତି। ଯୋଗାଣ ବିଭାଗ ଏବଂ ରାଜସ୍ବ ବିଭାଗ ମଧ୍ୟରେ ଛନ୍ଦି ହୋଇ ପଡିଥିବା ଚାଷୀ କହିଛନ୍ତି। ଚଳିତ ଖରିଫ ଋତୁ ପାଇଁ ଚାଷୀମାନେ ନିଜର ନାମ ଲ୍ୟାମ୍ପ୍‌ସ ମାଧ୍ୟମରେ ପଞ୍ଜିକରଣ କରିଥିଲେ। କେତ ସଂଖ୍ୟାରେ ନିଜ ଅଞ୍ଚଳର ଚାଷୀ ଲ୍ୟାମ୍ପ୍‌ସ ଜରିଆରେ ପଞ୍ଜିକରଣ କରିଛନ୍ତି ତାହାର ଏକ ରିପୋର୍ଟ ଲ୍ୟାମ୍ପ୍‌ସ ପକ୍ଷରୁ ଜିଲା ଯୋଗାଣ ବିଭାଗକୁ ଦିଆଯାଇଛି। ୧୦ ଏକରରୁ ଊର୍ଦ୍ଧ୍ୱ ଜମି ଥିବା ଚାଷୀଙ୍କ ତଥ୍ୟ ସଂଗ୍ରହ ନେଇ ଯୋଗାଣ ବିଭାଗ ସମ୍ପୃକ୍ତ ତହିସଲ ତଥା ରାଜସ୍ବ ବିଭାଗକୁ ଜଣାଇଥିଲେ। ଏପରି ପ୍ରକ୍ରିୟା ମଧ୍ୟରେ ଦେଖାଦେଇଛି ବିବାଦ। ତହସିଲ ବିଭାଗ ସେମାନଙ୍କ ତଥ୍ୟ ଯୋଗାଣ ବିଭାଗକୁ ପ୍ରଦାନ କରିଥିବା କହୁଥିବାବେଳେ ଯୋଗାଣ ବିଭାଗ ସେହି ତଥ୍ୟ ପାଇ ନ ଥିବା କହିଛି। ଏପରି ଉଭୟ ବିଭାଗର ଟଣା ଓଟରା ମଧ୍ୟରେ ଅନେକ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ଗୁଣପୁର ଉପଖଣ୍ଡରେ ୩୦ଟି ମଣ୍ଡି ରହିଛି। ଗତ ୨୭ ତାରିଖରେ ଏହି ମଣ୍ଡି ଖୋଲା ଯାଇଛି। ହେଲେ ଚାଷୀ ଟୋକନ ପାଇ ନ ଥିବାରୁ ଅନେକସ୍ଥାନରେ ଧାନକିଣା ଆରମ୍ଭ ହୋଇପାରୁନି। କାଁ ଭାଁ କେତେକ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଛି। ଫଳରେ ଅନେକ ସ୍ଥାନରେ ଜମିରେ ଓ ଘରେ ଧାନ ପଡି ରହିଛି। ଆଉ କେତେକ ଚାଷୀ ଶୀତ କାକରରେ ଖଳାରେ ଧାନ ଜଗି ରହିଛନ୍ତି। ଧାନ କ୍ରୟ ପାଇଁ ତୁରନ୍ତ ଟୋକନ ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଚାଷୀ ଅଭାବି ବିକ୍ରିର ଶୀକାର ହେବା ଆଶଙ୍କା ଉପୁଜିଛି। ତେଣୁ ଚାଷୀଙ୍କ ହିତ ଦୃଷ୍ଟିରୁ ତୁରନ୍ତ ସମସ୍ତ ବ୍ୟତିକ୍ରମ ଏବଂ ତ୍ରୁଟି ସୁଧାର କରି ଟୋକନ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri