ଚାଇନା ତିଆରି କରୁଛି ‘ସୁପର ସୋଲଜର’: ଆମେରିକାର ବଢୁଛି ଚିନ୍ତା

ବେଜିଂ, ୬।୧୨: ଲଦାଖଠାରୁ ଆରମ୍ଭ କରି ତାଇଓ୍ବାନ୍‌ ପର୍ଯ୍ୟନ୍ତ ଚାଇନା ସମସ୍ତ ଅଞ୍ଚଳରେ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରୁଛି। ତେବେ ଭବିଷ୍ୟତରେ ଯୁଦ୍ଧରେ ଶତ୍ରୁ ଉପରେ ସହଜ ବିଜୟ ପାଇଁ ଚାଇନା ସୈନ୍ୟ ବାହିନୀରେ ‘ସୁପର ସୋଲଜର’ଙ୍କୁ ସାମିଲ କରିବା ଲାଗି ଯୋଜନା କରୁଛି। ସୈନ୍ୟଙ୍କ ଗୁଣସୂତ୍ରରେ କେତେକ ବାୟୋଲୋଜିକାଲ ପରିବର୍ତ୍ତନ କରି ଚାଇନା ସେମାନଙ୍କୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛି। ଆମେରିକା ଫିଲ୍ମ ‘କ୍ୟାପଟେନ୍‌ ଆମେରିକା’ ଏବଂ ‘ୟୁନିଭର୍ସାଲ ସୋଲଜର’ ଭଳି ସୈନ୍ୟ ସୃଷ୍ଟି ଲାଗି ଚାଇନା ଯୋଜନାବଦ୍ଧ ଭାବେ ଶକ୍ତିଶାଳୀ ଗବେଷଣା ଜାରି ରଖିଛି ବୋଲି କୁହାଯାଉଛି। ଏବେ ଚାଇନା ଆମେରିକା ସହିତ ଫିଲ୍ମ ଷ୍ଟାଇଲରେ ମୁକାବିଲା କରିବା ଲାଗି ଏଭଳି ଯୋଜନା କରୁଥିବା କୁହାଯାଉଛି। ଏସମ୍ପର୍କରେ ଆମେରିକା ଗୋଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଜନ୍‌ ରାଟ୍‌କ୍ଲିଫ୍‌ ଗଣମାଧ୍ୟମ ସଂସ୍ଥା ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ହୋଇଥିବା ନିଜର ଏକ ରିପୋର୍ଟରେ ସୂଚନା ଦେଇଛନ୍ତି। ଆମେରିକା ସହିତ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ନିଜ କବଳରେ ରଖିବା ପାଇଁ ଚାଇନା ଏଭଳି ଷଡ଼ଯନ୍ତ୍ର ରଚିଥିବା ଜନ୍‌ କହିଛନ୍ତି। ଏହା ସମଗ୍ର ମାନବ ସଭ୍ୟତା ପାଇଁ ବିପଦ ସୃଷ୍ଟି କରିବ। ଚାଇନା ଜିନ୍‌ ଏଡିଟିଙ୍ଗ୍‌ (ଗୁଣସୂତ୍ରରେ ପରିବର୍ତ୍ତନ) କରି ଶକ୍ତିଶାଳୀ ସୈନ୍ୟ ସୃଷ୍ଟି ପାଇଁ ଲଗାତାର କିଛି ବର୍ଷ ଧରି ଗବେଷଣା କରୁଥିବା ଜନ୍‌ କହିଛନ୍ତି। ଏସମ୍ପର୍କରେ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧିକାରୀ ୨୦୧୭ଠାରୁ କହି ଆସୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri