Posted inଫୁରସତ

ଆମେ ଆଉ ପ୍ଲାଷ୍ଟିକ୍‌ ବୋତଲ

କାଚପରି ସ୍ବଚ୍ଛ କିନ୍ତୁ କାଚ ତୁଳନାରେ ଢେର ହାଲୁକା । ତଳେ ପଡିଲେ ଭାଙ୍ଗିବନି କି ଫାଟିବନି। ଯେଉଁଠି ଲିଟରେ ପାଣି ରଖିବାକୁ ଆବଶ୍ୟକ ହେଉଥିଲା ଅଧ କେଜିର କାଚ ବୋତଲ ସେଠି ମାତ୍ର ୩୦ ଗ୍ରାମ୍‌ର ବୋତଲ ହିଁ ଯଥେଷ୍ଟ। ଟେକି ପିଇବା ଯେତିକି ସହଜ, ସାଙ୍ଗରେ ନେବା ଆଣିବା କରିବା ବି ସେତିକି ସହଜ। ଏତେ ଗୁଣବାନ୍‌ ଚିଜଟା ଆମର ଜୀବନସାଥୀ ହେବନି ତ ଆଉ କିଏ ହେବ? ହଁ, ବର୍ତ୍ତମାନ ଆମ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଥିବା ପ୍ଲାଷ୍ଟିକ୍‌ ବୋତଲ କଥା ପଡିଛି। ପ୍ରଥମେ ତମ୍ବା-ପିତ୍ତଳ ବୋତଲ କିଣି କିଣି ଢେର ପଇସା ସରୁଥିଲା। କାଚ ବୋତଲ ବ୍ୟବହାର କଲେ ଅନେକ ସମୟରେ ତଳି ପଡ଼ି ଭାଙ୍ଗି ବି ଯାଉଥିଲା। ତେଣୁ ବିଜ୍ଞାନ ଓ ବୈଜ୍ଞାନିକ ମିଶି ଆମକୁ ଉପହାର ଦେଲେ ପ୍ଲାଷ୍ଟିକ୍‌ ବୋତଲ, ବଜାରକୁ ଆସୁ ଆସୁ ଯାହାକୁ ଆମେ ସହଜରେ ଆଦରି ନେଲୁ। ଆଉ ବର୍ତ୍ତମାନ ଏହାର ବ୍ୟବହାର ଏତେ ମାତ୍ରାରେ ବଢିଯାଇଛି ଯେ, ଏହା ବିନା ଚଳିବା କଥା ଭାବିଲେ ଏକ ପ୍ରକାର ଅସମ୍ଭବ ମନେହେଉଛି। ପାଣି, କୋଲ୍ଡ ଡ୍ରିଙ୍କ୍ସ, ତେଲଠାରୁ ଆରମ୍ଭ କରି ଅନେକ ସାମଗ୍ରୀ ରଖିବା ଲାଗି ଏହା ବେଶ୍‌ ସାହାଯ୍ୟ କରୁଛି। ତେବେ ଘରେ ଫ୍ରିଜ୍‌ରେ ରଖିବା, ଗାଡ଼ିରେ ଯାତ୍ରା ସମୟରେ ସାଙ୍ଗରେ ନେବା ଲାଗି ସହଜ ହେବା କାରଣରୁ ହେଉ ଅବା ମାର୍କେଟ୍‌ରେ ଅନେକ କମ୍ପାନୀର ପାଣି ବୋତଲ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ପ୍ଲାଷ୍ଟିକ୍‌ ପାଣି ବୋତଲର ବ୍ୟବହାର ସର୍ବାଧିକ। ହେଲେ ଏହାର ବହୁଳ ବ୍ୟବହାର ଯୋଗୁ ବର୍ତ୍ତମାନ ବସ୍‌ଷ୍ଟାଣ୍ଡ, ରେଲଓ୍ବେ ଷ୍ଟେଶନ୍‌, ନଈ କୂଳରୁ ସମୁଦ୍ର ବେଳାଭୂମି ଆଦି ସ୍ଥାନରେ ଗଦା ହେଉଥିବା ହଜାର ହଜାର ସଂଖ୍ୟାରେ ପ୍ଲାଷ୍ଟିକ ବୋତଲ ନା କେବଳ କୁଢ କୁଢ ଆବର୍ଜନା ସୃଷ୍ଟି କରୁଛି ବରଂ ଏଥିରେ ଥିବା ବିଭିନ୍ନ ହାନିକାରକ ଉପାଦାନ ଆମ ଶରୀର ସହ ପରିବେଶରେ ମଧ୍ୟ ବିଷ ଭରିଦେଉଛି। ଯାହାଦ୍ୱାରା ନା କେବଳ ମଣିଷ ଶରୀରରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି ବରଂ ଏହା ଯୋଗୁ ମୃତ୍ତିକା, ଜଳ ଏବଂ ବାୟୁ ପ୍ରଦୂଷଣ ହୋଇ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଉଛି। ତେବେ ପ୍ଲାଷ୍ଟିକ ବୋତଲ ବ୍ୟବହାର ତ ରୋକିବା ଆମପକ୍ଷେ ସମ୍ଭବ ନୁହେଁ, ହେଲେ ବିଭିନ୍ନ ଦିଗ ପ୍ରତି ସଚେତନ ହେଲେ ଏହା ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ଏବଂ ସ୍ବାସ୍ଥ୍ୟ ସମସ୍ୟା ଯେ ରୋକାଯାଇପାରିବ ସେଥିରେ ସନ୍ଦେହ ନାହିଁ।
– ପୌର୍ଣ୍ଣମାସୀ

ପୁନଃଚକ୍ରୀକରଣ ସର୍ବୋତ୍ତମ ବିକଳ୍ପ
୧୯୪୦ ଦଶକରେ ପ୍ଲାଷ୍ଟିକ୍‌ ବୋତଲ ବଜାରକୁ ଆସିଲା। ତା’ ପ୍ରତି ଆମ ଆଦର ଦେଖି ବୈଜ୍ଞାନିକମାନେ ତାକୁ ଆହୁରି ଶସ୍ତା ଓ ସୁନ୍ଦର କରିବା ଦିଗରେ ମନ ଦେଲେ। ସେମାନଙ୍କର ଜୟ ହେଲା, ପ୍ଲାଷ୍ଟିକ୍‌ ବୋତଲ ଘରେ ଘରେ ପହଞ୍ଚତ୍ଲା। ସଭାସମିତି, ବିବାହବ୍ରତ, ମନ୍ଦିର ଚର୍ଚ୍ଚ- ସବୁଠି ଏହାର ଅବାଧ ପ୍ରବେଶ ରହିଲା। ଆମେ ସେଇ ବୋତଲରୁ ଅମୃତ ରୂପକ ଜଳ ପାନକଲୁ। କିନ୍ତୁ କିଏ ଭାବିଥିଲା, ଅମୃତ ବଦଳରେ ବିଷ ପିଉଥିଲୁ। ଆମ ଅଜାଣତରେ ପ୍ଲାଷ୍ଟିକ୍‌ ବୋତଲ ଦେହରୁ ବିଷାକ୍ତ ପଦାର୍ଥ ବାହାରି ଜଳରେ ମିଶୁଥିଲା ଓ ସେହି ଜଳକୁ ଆମେ ପିଉଥିଲୁ।

ବୋତଲର ଗହନ କଥା ଏବେ ଜଣାପଡୁଛି। ପ୍ଲାଷ୍ଟିକ୍‌ରେ ଥାଲେଟ୍ସ, ଆଣ୍ଟିମନି, ବେନ୍‌ଜିନ୍‌, ଡାଇଅକ୍ସିନ୍‌, ସୀସା ଓ ଷ୍ଟାଇରିନ୍‌ ସହିତ ଆଲୁମିନିୟମ୍‌, ଫ୍ଲୋରାଇଡ୍‌, ଆର୍ସେନିକ୍‌, ସିଆନାଇଡ୍‌ ଓ ବାଇଫେନିଲ୍‌-ଏ ନାମକ ଏକ ମାରାତ୍ମକ ଏଷ୍ଟ୍ରୋଜେନ୍‌ ମିମିକିଙ୍ଗ୍‌ କେମିକାଲ ଭଳି ବିଷ ବି ରହିଛି। ଏସବୁ ବିଷାକ୍ତ ଉପାଦାନର ବାନ୍ତି, ଚର୍ମରୋଗ, ମୁଣ୍ଡବିନ୍ଧା, ପେଟଘା ଓ କର୍କଟ ସୃଷ୍ଟି କରାଇବା କ୍ଷମତା ରହିଛି। ଜୀବନକୁ ଦୁର୍ବିଷହ କରିବା ଲାଗି ଆଉ ଅଧିକ କ’ଣ ଦରକାର? ବୋତଲ ପାଣିରେ ମିଶୁଥିବା କ୍ଷୁଦ୍ରାତିକ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ମାଇକ୍ରୋ-ପ୍ଲାଷ୍ଟିକ୍‌) ପେଟ ଭିତରକୁ ଗଲା ପରେ ଅନ୍ତନାଡ଼ିର କାନ୍ଥ ଅତିକ୍ରମ କରି ରକ୍ତରେ ମିଶିବାର ଆଶଙ୍କା ରହିଛି ା ଏକ ମିଟରର ୧୦ଲକ୍ଷ ଭାଗରୁ ଏକ ଭାଗ ମାପର ମାଇକ୍ରୋକଣିକା ପାଇଁ ଏହା କିଛି ଅସମ୍ଭବ ନୁହେଁ।

୨୦୦୪ ମସିହାରେ ଅତି କମ୍‌ରେ ୩୦,୦୦୦ କୋଟି ବୋତଲ ତିଆରି ହୋଇଥିଲା। ସେହିପରି ୨୦୧୪ରେ ୪୭,୫୦୦ କୋଟି, ୨୦୧୬ରେ ୪୮,୫୦୦କୋଟି ତିଆରି ହୋଇଛି। ଆସନ୍ତା ବର୍ଷ ୨୦୨୧ରେ ୫୮,୦୦୦ରୁ ଅଧିକ ସଂଖ୍ୟକ ବୋତଲ ବଜାରକୁ ଆସିବାର ଯୋଜନା ରହିଛି। ୨୦୧୮ ମସିହାରେ ପୃଥିବୀରେ ୧୭୫ ଲକ୍ଷ ଟନ୍‌ ବୋତଲ ତିଆରି ହୋଇଥିଲା। ଗତ ୭୦ ବର୍ଷ ଭିତରେ (୧୯୫୦ ମସିହାରୁ) ୮୩୦ କୋଟି ଟନ୍‌ ଆବର୍ଜନା ସୃଷ୍ଟି ହୋଇଛି। ଭାରତରେ ବର୍ଷକୁ ପ୍ରାୟ ୧୮୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି ଓ ୯୫ ଲକ୍ଷ ଟନ୍‌ ଆବର୍ଜନା ସୃଷ୍ଟି ହେଉଛି। ତେବେ ଭାରତରେ ଏହି ବୋତଲର ବ୍ୟବହାର ପ୍ରତି ବର୍ଷ ବଢୁଛି ସତ, କିନ୍ତୁ ପ୍ରଦୂଷଣ ରୋକିବା ଲାଗି ଏଭଳି ପ୍ଲାଷ୍ଟିକ୍‌ ବୋତଲର ପୁନଃଚକ୍ରୀକରଣ ପ୍ରକ୍ରିୟାରେ ଆମ ଦେଶ ସାରା ପୃଥିବୀରେ ଆଗୁଆ ଅଛି। ବ୍ୟବହୃତ ପ୍ଲାଷ୍ଟିକ୍‌ର ପୁନଃଚକ୍ରୀକରଣ କରି ୮୦ ପ୍ରତିଶତ ଜିନିଷ ତିଆରି କରୁଛି। ଆମେରିକା ଓ ୟୁରୋପ ତୁଳନାରେ ମଧ୍ୟ ଆଗୁଆ ରହିଛି। ୨୦୨୪ ମସିହା ସୁଦ୍ଧା ୧୦୦ ପ୍ରତିଶତ ପୁନଃଚକ୍ରୀକରଣ ସମ୍ଭବ ହେବାର ଯୋଜନା ରହିଛି।
– କମଳାକାନ୍ତ ଜେନା
କୋର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ- ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri