କ୍ଷତିପୂରଣରୁ ବାଦ୍‌, ବଢ଼ିଲା ଚାଷୀ ଅସନ୍ତୋଷ: ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ

ବରଗଡ଼, ୧୧।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁନ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରବି ଧାନ ଅମଳ ଓ ସଂଗ୍ରହ ସମୟରେ ହୋଇଥିବା ଏଭଳି ବର୍ଷାରେ କ୍ଷେତ, ଖଳାରେ ପଡ଼ିଥିବା ଚାଷୀଙ୍କ ଧାନ ଉଜୁଡି ଯାଇଥିଲା। ଏଥିରୁ ଜିଲାର ବରପାଲି ବ୍ଲକ ବାଦ ପଡ଼ି ନଥିଲା। ପ୍ରଥମେ ଉକ୍ତ ବ୍ଲକରେ ଅଧିକ ବର୍ଷା ହେବା ସହିତ କ୍ଷେତ, ଖଳାରେ ପଡିଥିବା ଧାନ ଗଜା ହୋଇ ପଡ଼ିଥିଲା। ଏ ନେଇ ଉକ୍ତ ବ୍ଲକର କ୍ଷତିଗ୍ରସ୍ତ ଚାଷୀ ଜିଲାପାଳଙ୍କୁ ଫେରାଦ ହୋଇ କ୍ଷତିପୂରଣ ଦାବି ମଧ୍ୟ କରିଥିଲେ। ତେବେ ଇତିମଧ୍ୟରେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଥିଲେ ହେଁ ଏଥିରୁ ବରପାଲି ବ୍ଲକ ବାଦ ପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରି ପକାଇଛି। ସେହିପରି ପଦ୍ମପୁର, ଗାଇସିଲେଟ, ଅମ୍ବାଭାନା, ବିଜେପୁର ବ୍ଲକର ଚାଷୀମାନେ ମଧ୍ୟ ଏଥିରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ, ବରପାଲି ପକ୍ଷରୁ ଏକ ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏହାର ପୁନଃ ବିଚାର କରି କ୍ଷତିପୂରଣ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଚଳିତ ରବି ଋତୁ ମେ ମାସରେ କାଳବୈଶାଖୀ, ଲଘୁଚାପ ଜନିତ ଅଦିନିଆଁ ବର୍ଷା କାରଣରୁ ବରଗଡ଼ ଜିଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସଂଯୁକ୍ତ କୃଷକ ସଂଗଠନ ତରଫରୁ ସେହି ସମୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଥିଲେ। ସ୍ଥାନୀୟ ଅଧିକାରୀମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେଇଛନ୍ତି। ହେଲେ ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ତରଫରୁ ମେ ମାସ ୨୩ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ହୋଇଥିବା ଅଦିନିଆ ବର୍ଷା ଯୋଗୁ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କୃଷି ଇନପୁଟ ସସିଡି ତଥା କ୍ଷତିପୂରଣ ସହାୟତା ବଣ୍ଟନ ପାଇଁ ବରଗଡ଼ ଜିଲାକୁ ୭କୋଟି,୫୫ଲକ୍ଷ ୪୪ହଜାର ୮୫୫ ଟଙ୍କା ମିଳିଥିବା ସୂଚନା ମିଳିଛି। ହେଲେ ବରପାଲି ବ୍ଲକର କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରକାଶ ଥାଉକି, ଗତ ମେ ମାସରେ ବରଗଡ଼ ଜିଲାରେ ୧୨୨ମି.ମି ଏବଂ ବରଗଡ଼ ବ୍ଲକରେ ୧୦୨ମି.ମି, ଅତାବିରା ବ୍ଲକରେ ୬୭ମି.ମି, ବରପାଲି ବ୍ଲକରେ ୫୨ମି. ମି ବର୍ଷା ଗୋଟିଏ ଦିନରେ ହୋଇଥିଲା। ହେଲେ ପଦ୍ମପୁର, ଗାଇସିଲେଟ, ଅମ୍ବାଭାନା, ବିଜେପୁର ଏବଂ ବରପାଲି ବ୍ଲକର ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରର ସର୍ବାଧିକ କ୍ଷତିପୂରଣ ଭେଡେନ ବ୍ଲକରେ ୨୫୮୫ ହେକ୍ଟର, ଅତାବିରା ବ୍ଲକରେ ୮୫୭, ବରଗଡ଼ ବ୍ଲକରେ ୫୫୫, ଝାରବନ୍ଧ ବ୍ଲକରେ ୨୯୩, ଭଟଲି ବ୍ଲକରେ ୨୫୭, ସୋହେଲା ବ୍ଲକରେ ୧୪, ପାଇକମାଳ ବ୍ଲକରେ ୧.୯୧ ହେକ୍ଟର ଅର୍ଥାତ୍‌ ମୋଟ ୪୩୦୯ ହେକ୍ଟର ଜମିର କ୍ଷତିପୂରଣ ମିଳିଥିବା ବେଳେ ଅନ୍ୟ ବ୍ଲକ ତଥା ବାକି କ୍ଷତିଗ୍ରସ୍ତ ଚାଷୀ ବାଦ ପଡ଼ିଛନ୍ତି। ବରପାଲି ବ୍ଲକର ଚାଷୀମାନେ କାହିଁକି ଓ କିପରି ଭାବରେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଲେ ବୋଲି ପ୍ରଶ୍ନ କରିଛନ୍ତି। ସଂଗଠନର ତପନ ମିଶ୍ର, କାରଣ ସାହୁ, ଟେକରାଜ ପଧାନ, ଟିକେଶ୍ୱର ଦେହେରୀ, ସୁରେଶ ବିଶି, ଯୋଗେଶ ବିଶି ଏବଂ ରମେଶ ମହାପାତ୍ର ଓ ସୁରେଶ ନିକେଣ୍ଟି ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri