କ୍ଷତିପୂରଣରୁ ବାଦ୍‌, ବଢ଼ିଲା ଚାଷୀ ଅସନ୍ତୋଷ: ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ

ବରଗଡ଼, ୧୧।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁନ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରବି ଧାନ ଅମଳ ଓ ସଂଗ୍ରହ ସମୟରେ ହୋଇଥିବା ଏଭଳି ବର୍ଷାରେ କ୍ଷେତ, ଖଳାରେ ପଡ଼ିଥିବା ଚାଷୀଙ୍କ ଧାନ ଉଜୁଡି ଯାଇଥିଲା। ଏଥିରୁ ଜିଲାର ବରପାଲି ବ୍ଲକ ବାଦ ପଡ଼ି ନଥିଲା। ପ୍ରଥମେ ଉକ୍ତ ବ୍ଲକରେ ଅଧିକ ବର୍ଷା ହେବା ସହିତ କ୍ଷେତ, ଖଳାରେ ପଡିଥିବା ଧାନ ଗଜା ହୋଇ ପଡ଼ିଥିଲା। ଏ ନେଇ ଉକ୍ତ ବ୍ଲକର କ୍ଷତିଗ୍ରସ୍ତ ଚାଷୀ ଜିଲାପାଳଙ୍କୁ ଫେରାଦ ହୋଇ କ୍ଷତିପୂରଣ ଦାବି ମଧ୍ୟ କରିଥିଲେ। ତେବେ ଇତିମଧ୍ୟରେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଥିଲେ ହେଁ ଏଥିରୁ ବରପାଲି ବ୍ଲକ ବାଦ ପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରି ପକାଇଛି। ସେହିପରି ପଦ୍ମପୁର, ଗାଇସିଲେଟ, ଅମ୍ବାଭାନା, ବିଜେପୁର ବ୍ଲକର ଚାଷୀମାନେ ମଧ୍ୟ ଏଥିରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ, ବରପାଲି ପକ୍ଷରୁ ଏକ ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏହାର ପୁନଃ ବିଚାର କରି କ୍ଷତିପୂରଣ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଚଳିତ ରବି ଋତୁ ମେ ମାସରେ କାଳବୈଶାଖୀ, ଲଘୁଚାପ ଜନିତ ଅଦିନିଆଁ ବର୍ଷା କାରଣରୁ ବରଗଡ଼ ଜିଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସଂଯୁକ୍ତ କୃଷକ ସଂଗଠନ ତରଫରୁ ସେହି ସମୟରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇଥିଲେ। ସ୍ଥାନୀୟ ଅଧିକାରୀମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେଇଛନ୍ତି। ହେଲେ ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ତରଫରୁ ମେ ମାସ ୨୩ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ହୋଇଥିବା ଅଦିନିଆ ବର୍ଷା ଯୋଗୁ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କୃଷି ଇନପୁଟ ସସିଡି ତଥା କ୍ଷତିପୂରଣ ସହାୟତା ବଣ୍ଟନ ପାଇଁ ବରଗଡ଼ ଜିଲାକୁ ୭କୋଟି,୫୫ଲକ୍ଷ ୪୪ହଜାର ୮୫୫ ଟଙ୍କା ମିଳିଥିବା ସୂଚନା ମିଳିଛି। ହେଲେ ବରପାଲି ବ୍ଲକର କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରକାଶ ଥାଉକି, ଗତ ମେ ମାସରେ ବରଗଡ଼ ଜିଲାରେ ୧୨୨ମି.ମି ଏବଂ ବରଗଡ଼ ବ୍ଲକରେ ୧୦୨ମି.ମି, ଅତାବିରା ବ୍ଲକରେ ୬୭ମି.ମି, ବରପାଲି ବ୍ଲକରେ ୫୨ମି. ମି ବର୍ଷା ଗୋଟିଏ ଦିନରେ ହୋଇଥିଲା। ହେଲେ ପଦ୍ମପୁର, ଗାଇସିଲେଟ, ଅମ୍ବାଭାନା, ବିଜେପୁର ଏବଂ ବରପାଲି ବ୍ଲକର ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରର ସର୍ବାଧିକ କ୍ଷତିପୂରଣ ଭେଡେନ ବ୍ଲକରେ ୨୫୮୫ ହେକ୍ଟର, ଅତାବିରା ବ୍ଲକରେ ୮୫୭, ବରଗଡ଼ ବ୍ଲକରେ ୫୫୫, ଝାରବନ୍ଧ ବ୍ଲକରେ ୨୯୩, ଭଟଲି ବ୍ଲକରେ ୨୫୭, ସୋହେଲା ବ୍ଲକରେ ୧୪, ପାଇକମାଳ ବ୍ଲକରେ ୧.୯୧ ହେକ୍ଟର ଅର୍ଥାତ୍‌ ମୋଟ ୪୩୦୯ ହେକ୍ଟର ଜମିର କ୍ଷତିପୂରଣ ମିଳିଥିବା ବେଳେ ଅନ୍ୟ ବ୍ଲକ ତଥା ବାକି କ୍ଷତିଗ୍ରସ୍ତ ଚାଷୀ ବାଦ ପଡ଼ିଛନ୍ତି। ବରପାଲି ବ୍ଲକର ଚାଷୀମାନେ କାହିଁକି ଓ କିପରି ଭାବରେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଲେ ବୋଲି ପ୍ରଶ୍ନ କରିଛନ୍ତି। ସଂଗଠନର ତପନ ମିଶ୍ର, କାରଣ ସାହୁ, ଟେକରାଜ ପଧାନ, ଟିକେଶ୍ୱର ଦେହେରୀ, ସୁରେଶ ବିଶି, ଯୋଗେଶ ବିଶି ଏବଂ ରମେଶ ମହାପାତ୍ର ଓ ସୁରେଶ ନିକେଣ୍ଟି ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri