ପାହାଡ଼ କାଟି ଜମିକୁ ଜଳସେଚନ ସୁବିଧା କଲେ ଚାଷୀ

ନବରଙ୍ଗପୁର,୨୯ା୧୨(ବି.ପ୍ର.): ପ୍ରଶାସନ ଦ୍ୱାରା ଯାହା ସମ୍ଭବ ହୋଇ ପାରିଲାନି ତାହା ଚାଷୀ ନିଜ ଉଦ୍ୟମରେ ସମ୍ଭବ କରି ଦେଖାଇଛନ୍ତି। ବାରମ୍ବାର ଦାବି ପରେ ମଧ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଜମିକୁ ଜଳସେଚନର ସୁବିଧା ହୋଇପାରି ନ ଥିବାବେଳେ ୧୦ ଚାଷୀ ପରିବାରର ସଦସ୍ୟ ନିଜ ଖର୍ଚ୍ଚ ଏବଂ ଅକ୍ଳାନ୍ତ ପରିଶ୍ରମରେ ଜମିକୁ ଜଳଯୋଗାଣର ସୁବିଧା କରିପାରିଛନ୍ତି। ପାହାଡ଼ର ପଥର କାଟି ଓ ଜଙ୍ଗଲ ରାସ୍ତାରୁ ଲଟାବୁଦା ସଫା କରି ଝରଣା ପାଣି ୨ କି.ମି. ଦୂର ଚାଷଜମିକୁ ମଡ଼ାଇବାରେ ସଫଳ ହୋଇଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଲଦି ଓ ଟିର୍ଲିଗୁଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଏବେ ଉକ୍ତ ଝରଣା ଜଳ ସାହାଯ୍ୟରେ ଚାଷୀ ବେଶ ଲାଭବାନ ହେଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଏବଂ ବିଭାଗର ଅପାରଗତା ପଦାରେ ପଡ଼ିଛି।

ଜଳସେଚନର ସୁବିଧା ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସାହାଯ୍ୟ ପାଇଁ ଗୁହାରି କରି ଥକିଯିବା ପରେ ଶେଷରେ ନିଜେ ପାହାଡ଼ ପଥର କାଟି ଏବଂ ଜଙ୍ଗଲରୁ ଲଟାବୁଦା ସଫା କରି ୨୫ ଏକର ଚାଷଜମିକୁ ଝରଣା ପାଣି ଯୋଗାଇବାରେ ସଫଳ ହୋଇଛନ୍ତି। ଅନୁର୍ବର ଜମିକୁ ଶସ୍ୟଶ୍ୟାମଳା କରିଛନ୍ତି। ସୂଚନାଯୋଗ୍ୟ, ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଲଦି ଭାଲୁଝର ଗଦଗଦା ପାହାଡ଼ କୋରଡ଼ରୁ ବର୍ଷସାରା ଝରଣା ଝରୁଛି। ସେଇ ପାଣିକୁ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏକ ଛୋଟ ଚେକଡ୍ୟାମ୍‌ କରି ଚାଷଜମିକୁ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ପ୍ରକଳ୍ପ କାମ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଅଧା ରାସ୍ତା ପର୍ଯ୍ୟନ୍ତ ପାଣି ଆଣି ଛାଡ଼ି ଦେଇଥିଲେ। ଅନ୍ୟପଟେ ଜଙ୍ଗଲ ପାହାଡ଼ ପାଦଦେଶରେ ଥିବା ଜମିକୁ ପାଣି ଆସୁ ନ ଥିବାରୁ ଜମି ପଡ଼ିଆ ଭଳି ଶୁଖିଲା ପଡ଼ିଥିଲା। ଚାଷ ନିମନ୍ତେ ଗ୍ରାମବାସୀ ଜଳସେଚନ ପାଇଁ କୃଷି ବିଭାଗ ସହ ବିଭିନ୍ନ ବିଭାଗକୁ ଜଣାଇଥିଲେ। ବିଭାଗୀୟ କତ୍ତୃପକ୍ଷ ବୋରୱେଲ ଖୋଳିବାକୁ କହିଥିଲେ। ହେଲେ ଗୋଟିଏ ବୋରୱେଲ ପିଛା ୨୦ ହଜାର ଟଙ୍କା ଉଠା ଜଳସେଚନ ବିଭାଗରେ ଜମା କରିବାକୁ ପଡ଼ିବ ବୋଲି ଶୁଣି ଚାଷୀମାନେ ଭାଙ୍ଗି ପଡ଼ିଥିଲେ। ସେମାନେ ବୋରୱେଲ ଖୋଲିବା ପାଇଁ ଟଙ୍କା ଯୋଗାଡ଼ କରିପାରି ନ ଥିଲେ। ତେଣୁ ଗ୍ରାମର ଚାଷୀ ଏକତ୍ରିତ ହୋଇ ଗାଁ ପାଖରେ ଥିବା ପାହାଡ଼ ଉପରୁ ଝରଣା ପାଣିକୁ ଜମିକୁ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉକ୍ତ ଝରଣା ଜଳକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ପାହାଡ଼ କାଟି ଏକ ପ୍ଲାଷ୍ଟିକ ପାଇପ୍‌କୁ ଝରଣା କୂଳରେ ଲଗାଇ ପ୍ରାୟ ୨ କି.ମି. ନାଳ ତିଆରି କରି ଚାଷଜମିକୁ ପାଣି ଆଣିବାରେ ସଫଳ ହୋଇଥିଲେ। ଏହି ପାଣିକୁ ସିମେଣ୍ଟ ଡ୍ରେନ୍‌, ନାଳ ଓ କିଛି ପାଇପ୍‌ ସାହାଯ୍ୟରେ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ଆଣି ଗ୍ରାମବାସୀ ପରିବା ଚାଷ କରୁଛନ୍ତି। ଏଥିପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି। ପାହାଡ଼ ତଳେ ନିଜ ଜମି ଥିବାରୁ ୧୦ ଟି ଚାଷୀ ପରିବାର ପ୍ରାୟ ୨୫ ଏକର ଜମିରେ ଝରଣା ପାଣିରେ ପରିବା ଚାଷ କରି ବେଶ ଲାଭବାନ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜସ୍ବ ଜ୍ଞାନକୌଶଳକୁ ବ୍ୟବହାର କରି ବହିଯାଉଥିବା ଜଳକୁ ବ୍ୟବହାର ଉପଯୋଗୀ କରିବାରେ ଚାଷୀ ସଫଳ ହୋଇଛନ୍ତି। ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗିର୍ଲିଗୁଡ଼ା ଗ୍ରାମର ତୁଳାରାମ ହରିଜନ, ଈଶ୍ୱର ଚନ୍ଦ୍ର ଟାକ୍ରି, କମଳଲୋଚନ ଗୌଡ଼, ଦୟା ଜାନି, ଶାନ୍ତିକୁମର ହରିଜନ, ଭଦର ଜାନୀ, ସମାରୁ ଗୌଡ଼, ଭୁବନ ଗୌଡ଼ ସହ ଲଦି ଗ୍ରାମର ଅଜୟ ଟାକ୍ରି, ସିଦ୍ଧି ପ୍ରକାଶ ଗରଡ଼ା ପ୍ରମୁଖ ଝରଣା ପାଣିରୁ ଲାଭବାନ ହେଉଛନ୍ତି। ଏବେ ସେମାନେ ନିଜ ଜମି ପାଖକୁ ପାଣି ଆଣି ବିଭିନ୍ନ ପରିବା ଯଥା କୋବି, ବାଇଗଣ, ମଟର, ଟମାଟ, କଞ୍ଚାଲଙ୍କା ଆଦି ଚାଷ କରି ଲାଭବାନ ହେଉଛନ୍ତି। ଏବେ ପରିବା ଦର ଭଲ ନ ଥିଲେ ମଧ୍ୟ ମାସିକ ୫ ହଜାରରୁ ୭ ହଜାର ଟଙ୍କା ଲାଭ ମିଳୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଆଗକୁ ଖରାଟିଆ ଚାଷ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚାଷୀ। ପ୍ରଶାସନ ଦୃଷ୍ଟିଦେଇ ଉକ୍ତ ଗ୍ରାମ ଗୁଡ଼ିକରେ ଜଳସେଚନର ସୁବିଧା କଲେ ଚାଷୀକୂଳ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?