ଗଜାମରୁଡ଼ି ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୨ା୭:ଆକାଶରେ ବାଦଲ ଅଛି, ବର୍ଷା ନାହିଁ। ମୌସୁମୀ ବର୍ଷା ଓଡ଼ିଶାକୁ ଛୁଇଁଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଥିଲେ। ହେଲେ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ପରିମାଣ ଖୁବ୍‌ କମ୍‌ ରହିଛି। ଗତ ୩ ମାସର ବର୍ଷା ପରିମାଣ ୨୦୨୧ ବର୍ଷଠାରୁ ୫୯୮.୪୪ ମିଲିମିଟର କମ୍‌ ରହିଛି। କ୍ଷେତ ଶୁଖିଲା ପଡ଼ିଥିବା ବେଳେ କେନାଲରେ ପାଣି ନାହିଁ। ଲଘୁଚାପ ବା ମୌସୁମୀ ବର୍ଷା ପାଇଁ ଚାଷୀ ଆକାଶକୁ ଚାହୁଁଛନ୍ତି। ଚାଷ ପାଇଁ ବିଭିନ୍ନ ସ୍ଥାନରୁ ଋଣ ଆଣି ଧାନ ବୁଣିଥିଲେ। ଏବେ ଏହା ଗଜାମରୁଡ଼ି ହେବ ବୋଲି ଚାଷୀ ଆଶଙ୍କା କରୁଛନ୍ତି। ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କେନାଲକୁ ପାଣି ଛଡାଯାଉନାହିଁ। ତୁରନ୍ତ କେନାଲରେ ପାଣି ଛାଡିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ଦାବି କରିଛନ୍ତି।
କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨୯୬୧ ହେକ୍ଟର, ମାର୍ଶାଘାଇର ୧୦୫୫ ହେକ୍ଟର ଓ ଗରଦପୁର ବ୍ଲକର ୧୦୪୯ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ। ଅପରପକ୍ଷରେ ଆଳି, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳ ସହ ଅନ୍ୟ ବ୍ଲକର ଚାଷୀ ଉଠାଜଳସେଚନ ଓ ବର୍ଷା ଉପରେ ନିର୍ଭର କରିଥାନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଗତ ୨୦୨୧ ମେ’ରେ ହାରାହାରି ୪୩୬.୨୨ ମି.ମି., ଜୁନରେ ୨୪୯.୧୧ ମି.ମି. ଓ ଜୁଲାଇରେ ୧୮୪ ମି.ମି ପରିମାଣର ବର୍ଷା ହୋଇଥିଲା। ଏହି ତୁଳନାରେ ଚଳିତବର୍ଷ ମେ’ରେ ହାରାହାରି ମାତ୍ର ୭୨.୧୧ ମି.ମି., ଜୁନ୍‌ରେ ୬୭ ମି.ମି ଓ ଜୁଲାଇ ୧୧ ତାରିଖ ସୁଦ୍ଧା ୧୩୨.୧୧ ମି.ମି ବର୍ଷା ହୋଇଛି। ଏହା ଚାଷ ପାଇଁ ଉପଯୁକ୍ତ ପରିମାଣର ବର୍ଷା ନୁହେଁ। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ରୁଆ ଧାନ ଥୁଆ କୁହାଯାଏ। କେନାଲ ପାଖାପାଖି ଜମିରେ ତଳି ପକାଯାଇ ଧାନ ତଳି ରୁଆଯାଏ। ସହଳ କିସମ ଧାନ ଗଛ ପାଇଁ ସମୟସୀମା ଅଛି। ଜୁଲାଇ ଆରମ୍ଭରୁ ଧାନତଳି ପକାଇଲେ ଶତ ପ୍ରତିଶତ ଗଛ ହେଉଥିବା ବେଳେ ମାସର ଶେଷକୁ ତଳି ପକାଇଲେ ପ୍ରାୟ ୬୦% ଗଛ ମିଳିବ। ତେବେ ଜିଲା ଜଳସମ୍ପଦ ବିଭାଗ ଏ ନେଇ ସଚେତନ ନୁହନ୍ତି। ଉପଯୁକ୍ତ ସମୟରେ କେନାଲରେ ପାଣି ଛାଡିବାକୁ ସେମାନେ ତପତ୍ରତା ଦେଖାଉନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ଡେରାବିଶ ବ୍ଲକ କୋଶିଦା ଗଁାର ଚାଷୀ କେଶବ ଚନ୍ଦ୍ର ସାମଲ ପ୍ରଶାସନର ଏପରି ଖାମଖିଆଲ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅକ୍ଷୟତୃତୀୟାଠାରୁ ଚାଷୀ ଜିଲାରେ ଖରିଫ ଧାନଚାଷ ପାଇଁ କ୍ଷେତରେ ହଳକାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ଷାକୁ ଦେଖି ଧାନ ବୁଣାବୁଣି କରାଯାଏ। ଚଳିତବର୍ଷ ଆବଶ୍ୟକ ବର୍ଷା ନ ହେବାରୁ ବୁଣାଧାନ ଗଜାମରୁଡି ଅବସ୍ଥାକୁ ଆସିଯାଇଛି। ଚାଷୀ ଋଣ କରି ଚାଷ କରିଥିବା ବେଳେ ଧାନ ନ ହେଲେ ଋଣ ଶୁଝିବା କଷ୍ଟକର ହେବ। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟର ଦ୍ୱିତୀୟ ଜଳପଥ ଏହି ଜିଲାରେ ଅଛି। ୭ ନଦୀ, ୨୭ ଶାଖା ନଦୀ ସହ ବୃହତ୍‌ କେନାଲ ଅଛି। ଏହାସତ୍ତ୍ୱେ ଜଳ ପରିଚାଳନା କୃଷି ପାଇଁ ବାଧକ ହୋଇଛି। ଜଳସେଚନ ପାଇଁ ଚାଷକୁ ଜଳ ମିଳୁ ନ ଥିବା ବଳେ ବନ୍ୟା ଓ ଅତ୍ୟଧିକ ବର୍ଷା ସମୟରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ସମସ୍ୟା ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ୭ ନଦୀର ସଂଯୋଗୀକରଣ ସହ ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ନିର୍ମାଣର ଆବଶ୍ୟକତା ଅଛି। କେନାଲର ପୁନରୁଦ୍ଧାର ନାମରେ ଘାସ ଚାଂଛି ଅର୍ଥ ହଡପ କରାଯାଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତଙ୍କୁ ପଚାରିବାରେ ଆସନ୍ତା ୧୫ ତାରିଖ ସୁଦ୍ଧା କେନାଲରେ ପାଣି ଛଡାଯିବାକୁ ପ୍ରକ୍ରିୟା ଜାରି ରହିଛି। ଧାନଚାଷ ପାଇଁ କେନାଲ ପାଣି ବାଧକକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri