ଚିଠିକୁ ନେଇ ଚାଷୀ ଅସନ୍ତୋଷ

ବରଗଡ଼ ଅଫିସ୍‌,୨୪ା୨:ଚାଷୀଙ୍କୁ ବକେୟା ବିଦ୍ୟୁତ୍‌ ଦେୟ ଛାଡ଼ ଦାବି ନେଇ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ଦାବି କରିଆସୁଛନ୍ତି। ଏ ନେଇ ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ, ସ୍ମାରକପତ୍ର ପ୍ରଦାନ ମାଧ୍ୟମରେ ଜିଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପଟେ ପରିଚୟପତ୍ର ପଞ୍ଜୀକରଣ ସମୟରେ ଚାଷୀଙ୍କଠାରୁ ବକେୟା ବିଦ୍ୟୁତ୍‌ ଦେୟ ପଇଠ ସମ୍ପର୍କିତ ରସିଦ ରଖିବା ଏବଂ ବକେୟା ବିଦ୍ୟୁତ୍‌ ଦେୟ ପଇଠ କରି ନ ଥିବା ସମ୍ପୃକ୍ତ ଚାଷୀଙ୍କ ପରିଚୟପତ୍ର ପଞ୍ଜୀକରଣ ନ କରିବାକୁ ବିଦ୍ୟୁତ୍‌ ବିଭାଗ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଭିଜନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ) ବରଗଡ଼ର ନିର୍ବାହୀ ଯନ୍ତ୍ରୀ ସମବାୟ ଉପନିବନ୍ଧକ (ଡିଆର୍‌ସିଏସ୍‌) ଏବଂ ଅନ୍ୟ ପଦାଧିକାରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଟିପିଡବ୍ଲ୍ୟୁଓଡିଏଲ ବରଗଡ଼ର ନିର୍ବାହୀ ଯନ୍ତ୍ରୀଙ୍କ ପତ୍ରସଂଖ୍ୟା-୧୩୦(୨୪), ତା:୧୩।୨।୨୩ରେ ଉଲ୍ଲେଖ ରହିଛି, ବରଗଡ଼ ଜିଲାର ଉଠାଜଳସେଚନ ମାଧ୍ୟମରେ ଚାଷ କରୁଥିବା ଚାଷୀଙ୍କ ଉପରେ ବହୁ ପରିମାଣର ବିଦ୍ୟୁତ୍‌ ଦେୟ ବକେୟା ପଡ଼ିଛି। ଚାଷୀ ପରିଚୟପତ୍ର ପଞ୍ଜୀକରଣ ସମୟରେ ସମସ୍ତ ବକେୟା ବିଦ୍ୟୁତ୍‌ ଦେୟ ପଇଠ ରସିଦ ଯାଞ୍ଚ କରିବା ଏବଂ ବକେୟା ବିଦ୍ୟୁତ୍‌ ଦେୟ ପଇଠ ହୋଇଥିଲେ ଚାଷୀ ପରିଚୟପତ୍ର ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚାଷୀ ତଥା ସଚେତନ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚାଷୀନେତା କିଶୋର ଦେବତା କହିଛନ୍ତି, ଅନ୍ୟବର୍ଷ ଚାଷୀମାନେ ବିଦ୍ୟୁତ୍‌ ଦେୟ ବାବଦ କିଛି ଟଙ୍କା ପଇଠ କରି ସେହି ରସିଦ୍‌ ପରିଚୟପତ୍ର ପ୍ରସ୍ତୁତି ବେଳେ ଦେଖାଉଥିଲେ। ମାତ୍ର ଏଥର ଚିଠିରେ ସମ୍ପୂର୍ଣ୍ଣ ବକେୟା ବିଦ୍ୟୁତ୍‌ ବିଲ୍‌ ଅସୁଲ କରିବାକୁ ସମବାୟ ଉପନିବନ୍ଧକଙ୍କୁ ଟିପିଡବ୍ଲ୍ୟୁଓଡିଏଲ ଅନୁରୋଧ କରିବା ଚାଷୀଙ୍କୁ ବ୍ୟଥିତ କରିଛି। ଅନ୍ୟ ଜଣେ ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ବକେୟା ବିଦ୍ୟୁତ୍‌ ବିଲ୍‌ ଅସୁଲ ପାଇଁ ଏକ ଘରୋଇ କମ୍ପାନୀ ଜିଲା ପ୍ରଶାସନକୁ ଚିଠି ଲେଖିବା ବିଡ଼ମ୍ବନାର ବିଷୟ। ଏହାକୁ ଆମେ ବିରୋଧ କରୁଛୁ। ଯଦି ଏହି ନିଷ୍ପତ୍ତିରୁ ଟିପିଡବ୍ଲ୍ୟୁଓଡିଏଲ ନ ଓହରିବ କିମ୍ବା ବିଦ୍ୟୁତ୍‌ ଦେୟ ପାଇଁ ପ୍ରଶାସନ ଚାଷୀଙ୍କୁ ବାଧ୍ୟ କରିବ ତେବେ ଚାଷୀମାନେ ତାର ଉପଯୁକ୍ତ ଜବାବ ଦେବେ ବୋଲି ମହାପାତ୍ର କହିଛନ୍ତି। ଏ ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲ ବରଗଡ଼ର ନିର୍ବାହୀ ଯନ୍ତ୍ରୀ ସତ୍ୟବତ୍ର ପଣ୍ଡାଙ୍କୁ ପଚାରିବାରୁ ସେହି ଚିଠି ନୂଆ ନୁହେଁ, ଅନ୍ୟବର୍ଷ ମଧ୍ୟ ବିଦ୍ୟୁତ୍‌ ଦେୟ ଅସୁଲ ପାଇଁ ସେଭଳି ଚିଠି ହୋଇଆସୁଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଟିପିଡବ୍ଲ୍ୟୁଓଡିଏଲ ନିର୍ବାହୀ ଯନ୍ତ୍ରୀ ପଣ୍ଡା ଗୁରୁବାର ବରଗଡ଼ ସମବାୟ ଉପନିବନ୍ଧକଙ୍କୁ ଆଉ ଏକ ଚିଠି କରି ପୂର୍ବ ଚିଠିକୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri