ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ବେଗୁନିଆ,୨।୭(ଡି.ଏନ୍‌.ଏ.): ବିଭିନ୍ନ କାରଣରୁ ଏବେ ଚାଷରୁ ଚାଷୀ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଫଳରେ ଚାଷ ଜମି ପଡ଼ିଆ ପଡୁଛି। ମାତ୍ର ଏଥିପ୍ରତି କୃଷି ବିଭାଗ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ ଉଜୁଡି ଯାଉଥିବାବେଳେ ରୋଗପୋକ ଦାଉ ସାଧୁଛି। ସେହିପରି ଜଳସେଚନ ଓ ସାର ସମସ୍ୟା, ବର୍ଷା ଓ ଶ୍ରମିକ ଅଭାବ ସାଙ୍ଗକୁ ବିଭାଗୀୟ ଅବହେଳା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ କୃଷି ଉତ୍ପାଦନ ହ୍ରାସ ପାଉଛି। ଏଭଳି ନାନା ସମସ୍ୟା କାରଣରୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକର ଅନେକ ଚାଷୀ ଏବେ ଚାଷରୁ ମୁହଁ ଫେରାଇ ନେଲେଣି।
ଏହି ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବ୍ଲକରେ ମୋଟ ୧୬ ହଜାର ୫୬୦ ହେକ୍ଟର ଚାଷଜମି ରହିଛି। ଏଥିରେ ଧାନ, ପନିପରିବା ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଅମଳ କରି ଲୋକେ ପରିବାର ପ୍ରତିପୋଷଣ କରନ୍ତି। ସର୍ବାଧିକ ଚାଷୀ ଧାନ ଚାଷ କରିଥାନ୍ତି। ପୂର୍ବରୁ ୧୩ ହଜାର ୯୮୦ ହେକ୍ଟର ଜମିରେ ଧାନ ଚାଷ ହେଉଥିଲା। ଗତ ୫ବର୍ଷ ହେଲା ଏହି ସଂଖ୍ୟା ହ୍ରାସ ପାଇଚାଲିଛି। ଫଳରେ ଅଧିକାଂଶ ଜମି ପଡ଼ିଆ ପଡୁଛି। ଖରିଫ ଋତୁରେ ପାଣି ସମସ୍ୟା ବା ଜଳାଭାବ ଯୋଗୁ ଫସଲ କ୍ଷତିଗ୍ରସ୍ତ ହେଉଛି। ସବୁଠି ଜଳସେଚନ ସୁବିଧା ନାହିଁ। ୮୦ ଆଡ଼ିବନ୍ଧ, ୧୧୦ଟି ଗଭୀର କୂପ, ୬୦ଟି ବୋରିଂ ପଏଣ୍ଟ, ସିକୋ ଓ ହଜ୍‌ ପଞ୍ଚାୟତ ପାଇଁ ୧୦୦ ଏକର ଜମିକୁ ମଲାଗୁଣୀ ନଦୀରୁ ଉଠାଜଳସେଚନ ମାଧ୍ୟମରେ ଜଳ ଯୋଗାଇ ଦିଆଯାଉଛି। ଏହା ସମୁଦ୍ରକୁ ଶଙ୍ଖେ ଭଳି। ଏହି ବ୍ଳକରେ ୩୩% ବଦଳରେ ୧୨% ଜଳସେଚନ ସୁବିଧା ରହିଛି। ସବୁ ଚାଷଜମିକୁ ପାଣି ପହଞ୍ଚି ପାରୁନାହିଁ। ଆବଶ୍ୟକ ସମୟରେ ବର୍ଷା ନ ହେଲେ ପାଣି ବିନା ଫସଲ ନଷ୍ଟ ହୋଇଯାଉଛି।
ଚଳିତବର୍ଷ ଅକ୍ଷୟତୃତୀୟାଠାରୁ ଜମିରେ ମୁଠି ଅନୁକୂଳ କରିବ ବୋଲି ଚାଷୀ ଆଶା ବାନ୍ଧି ବସିଥିଲା। ହେଲେ ପ୍ରକୃତି ଦାଉ ସାଧିଛି। ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଯାଇଛି। ମାଟି ଓଦାଳିଆ ହୋଇଯିବାରୁ ଚାଷର ଜମିକୁ ହଳ ଲଙ୍ଗଳ ନେଇପାରିଲା ନାହିଁ କି ବିହନ ମୁଠିଏ ବୁଣିପାରିଲା ନାହିଁ। ଚଳିତ ଖରିଫ ଋତୁରେ ଠିକ୍‌ ପାଗ ହେଲାନାହିଁ। ଫଳରେ କୃଷି କାର୍ଯ୍ୟ ଆରମ୍ଭରୁ ଚିନ୍ତା ଦେଖାଦେଇଛି। ତଥାପି ଜମିରେ ଧାନ ତଳି ରୁଆପୋତା କରି ଫସଲ ଅମଳ ପାଇଁ ଚାଷୀ ଅଣ୍ଟା ଭିଡ଼ିଛି। ତେବେ କରୋନା ଭଳି ଦୁର୍ଦ୍ଦିନ ସମୟରେ ଅଧିକ ଖର୍ଚ୍ଚାନ୍ତ ଆଶଙ୍କା ହିଁ ବିବ୍ରତ କରୁଛି। ୨୦୧୨ରୁ କ୍ରମାଗତ ଭାବେ ଏହି ବ୍ଳକର ଚାଷୀଙ୍କୁ ପ୍ରାକୃତିିକ ବିପର୍ଯ୍ୟୟ ପ୍ରଭାବିତ କରୁଛି। ବିଭାଗୀୟ ଅବହେଳାରୁ ଚାଷୀଙ୍କ ମନୋବଳ ଭାଙ୍ଗିଯାଉଛି। ଠିକ୍‌ ସମୟରେ ସାର, କୀଟନାଶକ ଅଭାବ ସହ ସବ୍‌ସିଡିରେ କୃଷି ଯନ୍ତ୍ରପାତି ନ ମିଳିବା, ମଣ୍ଡିରେ ବିକ୍ରି ଚିନ୍ତା, ଫସଲ ହାନି ଯୋଗୁ ସହାୟତା ପ୍ରଦାନରେ ବିଳମ୍ବ, କାଳିଆ ଏବଂ ପିଏମ୍‌ କିଷାନ ଯୋଜନାରୁ ପ୍ରକୃତ ହିତାଧିକାରୀ ବାଦ୍‌ ପଡ଼ିବା ଯୋଗୁ ଚାଷ ପ୍ରତି ଚାଷୀ ବିମୁଖ ହେବାରେ ଲାଗିଛି ବୋଲି ମାୟାଧର ବେହେରା, ରବି ନାରାୟଣ ମହାପାତ୍ରଙ୍କ ସମେତ ଅନେକ ଚାଷୀ କହିଛନ୍ତି। ଏ ନେଇ ବିଡିଓ ରଶ୍ମିରେଖା ଦାସ କହିଛନ୍ତି, ଚାଷୀଙ୍କ ସମସ୍ୟା ଉପରେ ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଛି। ସରକାରଙ୍କ ବିଭିନ୍ନ ଯୋଜନା ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ବ୍ଲକରେ ଜଳସେଚନ ସୁବିଧା ନିମନ୍ତେ ସରକାରଙ୍କୁ ଅବଗତ କରାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri