ଚାଷୀଙ୍କୁ ବିହନ ନ ବାଣ୍ଟି ନଷ୍ଟ ହେଉଛି

ଖଇରପୁଟ,୧୧ା୮(ଡି.ଏନ୍‌.ଏ.):ମାଲକାନଗିରି ଜିଲାର କୁଡୁମୁଲୁଗୁମ୍ମା, କୋରକୋଣ୍ଡା ଏବଂ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ୫୮ଟି ଗ୍ରାମରେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ସମ୍ପଦାୟର ୨୦ ହଜାରରୁ ଊଦ୍ଧର୍‌ବ ଲୋକଙ୍କ ବିକାଶ ଲାଗି ଡିଡାଇ ଉନ୍ନୟନ ସଂସ୍ଥା ଗଠିତ ହୋଇଛି। ଏହି ସମ୍ପ୍ରଦାୟର ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ଉନ୍ନତ କିସମର ବିହନ ଯୋଗାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି। ହେଲେ ଚାଷୀଙ୍କୁ ବିହନ ବଣ୍ଟନରେ ବ୍ୟାପକ ଅନିୟମିତା ହେଉଛି। ଏପରି କି ଚାଷୀଙ୍କ ଉଦ୍ଦେଶ୍ୟରେ ଆସୁଥିବା ବିହନକୁ ନ ବାଣ୍ଟି ନଷ୍ଟ କରାଯାଉଥିବା ସ୍ଥାନୀୟଅଞ୍ଚଳର ଚାଷୀ ରାମ ପାଙ୍ଗି, ମନୋ ବିଶୋୟୀ ପ୍ରମୁଖ ଅଭିଯୋଗ କରିଛନ୍ତି।
ଡିଡାଇ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ଧାନ, ମାଣ୍ଡିଆ, ଅଦା, ହଳଦୀ, ସୁଆଁ, କନ୍ଦମୂଳ ଆଦି ଖାଦ୍ୟଶସ୍ୟ ଉତ୍ପାଦନ କରି ବଜାରରେ ବିକି ଚଳିଥାନ୍ତି। ଏମାନଙ୍କ ଉନ୍ନତି ନିମନ୍ତେ ଡିଡାଇ ଉନ୍ନୟନ ସଂସ୍ଥାର ଏକ କାର୍ଯ୍ୟାଳୟ କୁଡୁମୁଲୁଗୁମ୍ମାରେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଡିଡାଇ ଅଧିବାସୀ ବସବାସ କରୁଥିବା ଗ୍ରାମକୁ ରାସ୍ତାଘାଟ ସହ ଏମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହି ଆଦିମ ଜନଜାତିଙ୍କ ପାଇଁ ଓଡ଼ିଶା ବିକାଶ ନିର୍ବାହ ପ୍ରକଳ୍ପ(ଓପିଲିପି) ମାଧ୍ୟମରେ ୫୮ଟି ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ସମିତି (ଭିଡିସି) କାର୍ଯ୍ୟ କରୁଛି। ହେଲେ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଏହି ଜନଜାତିର ଲୋକେ ଅବହେଳିତ ହୋଇ ରହିଛନ୍ତି। ଏପରି କି ଅଦା ହଳଦୀ, କନ୍ଦମୂଳ ଇତ୍ୟାଦି ବିହନ ଡିଡାଇ ଲୋକଙ୍କୁ ପ୍ରଦାନ କରା ନ ଯାଇ ଏଣେତେଣେ ଫିଙ୍ଗିବା ପରି ପକାଇ ରଖାଯାଉଛି। ଯନ୍ତ୍ରୀ ଘାଟରେ ପ୍ରାୟ ୧୪୦ ପ୍ୟାକେଟ ଅଦା, ହଳଦୀ ବିହନ ଗ୍ରାମବାସୀଙ୍କୁ ବାଣ୍ଟିବା ପାଇଁ ମାସେ ତଳୁ ରଖାଯାଇଛି। ଘାଟରେ ପଡ଼ିରହିଥିବାରୁ ଏହା ନଷ୍ଟ ହେବାକୁ ବସିଲାଣି। ତେବେ ଲୋକଦେଖାଣିଆ ଭାବେ ନାକାମାମୁଡି ଏବଂ ଅଣ୍ଡ୍ରାପାଲି ପଞ୍ଚାୟତର କେତେକ ଗ୍ରାମରେ ଅଳ୍ପ କେତେଜଣ ବ୍ୟକ୍ତିଙ୍କୁ ଏହି ବିହନ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଜଣକୁ ୨/୩ କୁଇଣ୍ଟାଲ ବିହନ ଦେବାକୁ ପ୍ରଶାସନିକ ନିର୍ଦ୍ଦେଶ ଥିବା ବେଳେ ୩ ଜଣଙ୍କୁ ମାତ୍ର ଗୋଟିଏ ବସ୍ତାରେ ଅଦା, ହଳଦୀ ବିହନ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଡିଡାଇର ସ୍ବତନ୍ତ୍ର ଅଧିକାରୀ ତଥା ମାଥିଲି ବିଡିଓ ଆଶିଷ କୁମାର ଭୋଇ କିଛି ଜାଣି ନ ଥିବା କହୁଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri