Posted inଜାତୀୟ

କୃଷକଙ୍କ ପକ୍ଷରୁ ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ନୂଆଦିଲ୍ଲୀ,୧୮ ।୨: କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଦେଶବ୍ୟାପୀ ୪ ଘଣ୍ଟିଆ ରୋଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି । କିଷାନ ଆନ୍ଦୋଳନ କମିଟି ଗାଜିପୁର ବର୍ଡରରେ ପ୍ରବକ୍ତା ଜଗତାର ସିଂ ବାଜୱା କହିଛନ୍ତି ଏହି ‘ରେଳ ରୋକ’ ଗୁରୁବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହାକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଏଥିରେ ଯାତ୍ରୀମାନଙ୍କର ଯେଭଳି କୌଣସି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ଗତ ପାଖାପାଖି ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର କୌଣସି ସମାଧାନ ବାହାରି ପାରୁ ନାହିଁ । ଜାନୁୟାରୀ ୨୬ରେ ଏହାକୁ ନେଇ କୃଷକମାନଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ବି ବାହାରି ସାରିଛି । ପ୍ରାୟ ୭ ଥର କୃଷକନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୃଷି ଆଇନକୁ ନେଇ କଥା ହୋଇଥିଲେ ମଧ୍ୟ ଏହାର ସମାଧାନ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ଏବେ କୃଷକଙ୍କ ପକ୍ଷରୁ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ଏହି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଅନ୍ତୁ । କିନ୍ତୁ ସରକାର ଏଥିରେ ସହମତି ପ୍ରକାଶ କରୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟର ଛଅ ନଗର ନିଗମ ପାଇଁ ମତଦାନ ଜାରି: ପରିବାର ସହ ଯାଇ ଭୋଟ ଦେଲେ ଶାହା

ଅହମଦାବାଦ,୨୧ ।୨: ଗୁଜରାଟର ଅହମଦାବାଦ, ସୁରଟ, ବଡୋଦରା, ଭାବନଗର, ଜାମନଗର ଓ ରାଜକୋଟ ନଗର ନିଗମ ପାଇଁ ରବିବାର ଭୋଟ ଗ୍ରହଣ କରାଯାଉଛି । ଏହି...

ବିମାନର ଜରୁରୀ ଅବତରଣ ପରେ ୭୫ କି.ମି. କାରରେ ଗଲେ ଶିବରାଜ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମନାଓ୍ବରରୁ ଧର ଯାଉଥିବାବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଥିବା...

ସୁସ୍ଥତା ହାର ବଢ଼ିଲା…

ନୂଆଦିଲ୍ଲୀ, ୨୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର...

ବିବାହ ବେଦୀରୁ ଉଠି ୧୦ ମିନଟ୍‌ରେ ପହଞ୍ଚିଲେ ପରୀକ୍ଷା ହଲ୍‌ରେ

ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍‌. କମ୍‌ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର...

କଳାବଜାର ରୋକିବା ପାଇଁ ଏମିତି ବେଶ ଧରିଲେ ଉପଜିଲାପାଳ

ବିଜୟଓ୍ବାଡା,୧୦।୮: ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ କଳାବଜାର ରୋକିବା ପାଇଁ ଆଇଏଏସ ଜି ସୂର୍ଯ୍ୟ ସାଇ ପ୍ରବୀଣଚାନ୍ଦ ଏକ ଭିନ୍ନ ପନ୍ଥା ଆପଣାଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ...

ଥିଏଟରରେ ଶତ ପ୍ରତିଶତ ଅକୁପେନ୍‌ସି ନିଷ୍ପତ୍ତିକୁ ବାତିଲ କଲା ତାମିଲନାଡୁ ସରକାର

ଚେନ୍ନାଇ,୮।୧- ସିନେମା ହଲ ଓ ମଲ୍ଟିପ୍ଲେକ୍ସରେ ଶତ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତିକୁ ଶୁକ୍ରବାର ବାତିଲ କରିଛି ତାମିଲନାଡୁ ସରକାର। କିନ୍ତୁ ସରକାର ସ୍ବତନ୍ତ୍ର ଶୋକୁ...

ବଢ଼ିପାରେ ଲକ୍‌ଡାଉନ୍‌ ଅବଧି: ମୋଦି ଦେଲେ ସଙ୍କେତ

ନୂଆଦିଲ୍ଲୀ,୮।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ୨୧...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ...

Advertisement
Archives

Model This Week