Posted inଜାତୀୟ

ଆଇନ ପ୍ରତ୍ୟାହାର ଛଡା ଅନ୍ୟ କିଛି ବିକଳ୍ପ କୁହନ୍ତୁ କୃଷକ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧: କୃଷି ଆଇନ୍‌ ରଦ୍ଦକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ତୁ ତୁ ମେ ମେ ଜାରି ରହିଛି। ରବିବାର କୃଷକ ଆନ୍ଦୋଳନ ୫୩ତମ ଦିନରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟିନାହିଁି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ପୁଣି ଥରେ କୃଷି ଆଇନ୍‌ ରଦ୍ଦକୁ ଛାଡି ଅନ୍ୟ କୌଣସି ବିକଳ୍ପ ବାଛିବାକୁ କୃଷକଙ୍କ ନିବେଦନ କରିଛନ୍ତି। ସେପଟେ ଭାରତୀୟ କୃଷକ ୟୁନିୟନ୍‌ ନେତା ରାକେଶ ଟିକୌତ୍‌ କହିଛନ୍ତି, ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବାକୁ ପଡିବ, ନହେଲେ କୃଷକ ଘରକୁ ଯିବେ ନାହିଁ। ଅଧିକାଂଶ କୃଷକ କୃଷି ଆଇନ ସପକ୍ଷରେ ଥିବାବେଳେ କିଛି କୃଷକ ଆଇନ ରଦ୍ଦ ନେଇ ଆନ୍ଦୋଳନରେ ବସିଛନ୍ତି। ସେମାନେଙ୍କୁ ବୁଝାଇବା ପାର୍ଇ ଚେଷ୍ଟା ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନ ଲାଗୁ କରାଯାଇପାରିବ ନାହିଁ। ଏହି ସ୍ଥିତିରେ କୃଷି ଆଇନ୍‌ ରଦ୍ଦ କରିବା ପାଇଁ ଅଡି ବସିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଜାନୁୟାରୀ ୧୯ରେ କୃଷକ ଏବଂ ସରକାରଙ୍କ ମଧ୍ୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କୌଣସି ସମାଧାନର ବାଟ ଫିଟିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳ ହେବା ଖବର ମିଛ: ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୧୧।୬: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହେବା ଖବରକୁ ଖଣ୍ଡନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ଟୁଇଟରରେ...

ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ, ଫେଡେରାଲ ରିଜର୍ଭ ନିଷ୍ପତ୍ତି ପରେ ୮୦.୪୫ ସ୍ତରରେ…

ନୂଆଦିଲ୍ଲୀ, ୨୨।୯ : ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗୁରୁବାର ଦିନ ଏହା ଆମେରିକୀୟ ଡଲାର ତୁଳନାରେ ୮୦.୨୮ସ୍ତରରେ ଖୋଲିଛି। ଏହାପୂର୍ବରୁ ବୁଧବାର...

ହ୍ୟାକ ହେଲା ‘ଆରୋଗ୍ୟ ସେତୁ’

ବେଙ୍ଗାଲୁରୁ,୧୪।୫: କୋଭିଡ-୧୯ର ମୁକାବିଲା କରିବାକୁ ଭାରତ ସରକାରଙ୍କ ଦ୍ୱାରା ଆସିଥିବା ଆରୋଗ୍ୟ ସେତୁ ଆପ୍‌ ଏବେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟାର...

ଝେଲମ୍‌ରେ ବ୍ରିଜ୍‌ ଲାଗି ସହଯୋଗ କଲେ ମୁସଲ୍‌ମାନ: ଭଙ୍ଗାଯିବ ୪୦ ବର୍ଷର ମସ୍‌ଜିଦ

ଶ୍ରୀନଗର୍‌, ୨୩ା୧୨(ପି.ଟି.): ଜମ୍ମୁ-କଶ୍ମୀରର ଝେଲମ୍‌ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ଶେଷକରିବା ଲାଗି ମୁସଲ୍‌ମାନ ସମ୍ପ୍ରଦାୟ ସହଯୋଗର ହାତ ବଢ଼ାଇଛି। ଦୀର୍ଘ ୪୦ ବର୍ଷର ମସ୍‌ଜିଦ...

ସାମ୍ବାଦିକଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ,୧୩।୧୦: ମନିଲଣ୍ଡରିଂ ମାମଲାରେ ସାମ୍ବାଦିକ ରାଣା ଆୟୁବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଜିଆବାଦର ଏକ ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ‘କେଟ୍ଟୋ’ ଅନ୍‌ଲାଇନ...

ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍‌ ପାଣି

ଅହମ୍ମଦାବାଦ୍‌, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍‌ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ...

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା...

ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ...

Advertisement
Archives

Model This Week