ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…

ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ ନିମନ୍ତ୍ରଣ କାର୍ଡରେ କୃଷକଙ୍କ ଫଟୋ ସହ ଜଡ଼ିତ ସ୍ଲୋଗାନ ନୋ ଫାର୍ମର, ନୋ ଫୁଡ୍‌, ଆଇ ଲଭ୍‌ କ୍ଷେତ ଆଦି ଛପାଯାଇଛି। ଯାହା ଖୁବ୍‌ ଟ୍ରେଣ୍ଡ୍‌ କରୁଛି। ଭିଆଇପି ସଂସ୍କୃତି ପରି ଲୋକମାନେ ନିଜ ନିଜ ଦାମୀ ଗାଡ଼ିରେ ଏହାକୁ ଲଗାଇବା ପାଇଁ ପସନ୍ଦ କରୁଛନ୍ତି। କେତେକ ଟୋଲ ପ୍ଲାଜାରେ ମଧ୍ୟ ଏପରି କୃଷକ କାର୍ଡ ଲଗାଯାଇଛି।

କ୍ୟାଥଲର ବିଭିନ୍ନ ପ୍ରିଣ୍ଟିଂ ପ୍ରେସରେ କିଷାନ ଆନ୍ଦୋଳନ ସହ ଜଡ଼ିତ ବିଷୟବସ୍ତୁ ସହିତ ଅନେକ ଲୋକ ଏପରି ବିବାହ କାର୍ଡ ଛପାଉଛନ୍ତି। ଏହି କାର୍ଡରେ ଭଗତ ସିଂ ଏବଂ ଛୋଟୁରାମଙ୍କ ଫଟୋ ରହିଛି। ଯେତେବେଳେ ପ୍ରିଣ୍ଟିଂ ପ୍ରେସର ଲୋକଙ୍କୁ ଏ ବିଷୟରେ ପଚରାଗଲା ସେ କହିଲେ, ଆଜିକାଲି ଏପରି ଟ୍ରେଣ୍ଡ ଚାଲିଛି। ଲୋକମାନେ ଏପରି ନିମନ୍ତ୍ରଣ କାର୍ଡ ଛପାଇବାକୁ ଆମକୁ ଅର୍ଡର ଦେଉଛନ୍ତି।

ବିବାହ କରିବାକୁ ଯାଉଥିବା ବର ପ୍ରବୀଣଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୁହନ୍ତି, ମୋର ଜନ୍ମ ଏକ କୃଷକ ପରିବାରରେ। ଏହା ଲେଖିବା ମୋ ପାଇଁ ଗର୍ବ ଓ ଗୌରବର କଥା। ଯଦି ମୁଁ ଦିଲ୍ଲୀ ଯାଇପାରିବି ନାହିଁ ତେବେ ଅତି କମ୍‌ରେ ନୈତିକତା ଦୃଷ୍ଟିରୁ ତ କୃଷକ ଆନ୍ଦୋଳନକୁ ସମର୍ଥନ କରିବି। ଏହି ନିମନ୍ତ୍ରଣ କାର୍ଡ ମାଧ୍ୟମରେ ମୋର ସ୍ବର ସମସ୍ତ ଲୋକଙ୍କ ନିକଟରେ ସହଜରେ ପହଞ୍ଚି ପାରିବ।

ସେହିପରି କନ୍ୟାଙ୍କ ପିତା କହିଛନ୍ତି, ଏପରି ନିମନ୍ତ୍ରଣ କାର୍ଡ ଛପାଯିବାର ଅର୍ଥ କୃଷକଙ୍କ ଅଧିକାର ଲୋକଙ୍କ ନିକଟରେ ପହଞ୍ଚିପାରିବ। କୃଷକ ଆନ୍ଦୋଳନ ଏକ ଐତିହାସିକ ଆନ୍ଦୋଳନ। ଅନ୍ୟପକ୍ଷରେ ବିବାହକୁ ସ୍ମରଣୀୟ କରିବା ପାଇଁ ଏପରି ନିମନ୍ତ୍ରଣ କାର୍ଡ ଛପାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri