ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…

ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ ନିମନ୍ତ୍ରଣ କାର୍ଡରେ କୃଷକଙ୍କ ଫଟୋ ସହ ଜଡ଼ିତ ସ୍ଲୋଗାନ ନୋ ଫାର୍ମର, ନୋ ଫୁଡ୍‌, ଆଇ ଲଭ୍‌ କ୍ଷେତ ଆଦି ଛପାଯାଇଛି। ଯାହା ଖୁବ୍‌ ଟ୍ରେଣ୍ଡ୍‌ କରୁଛି। ଭିଆଇପି ସଂସ୍କୃତି ପରି ଲୋକମାନେ ନିଜ ନିଜ ଦାମୀ ଗାଡ଼ିରେ ଏହାକୁ ଲଗାଇବା ପାଇଁ ପସନ୍ଦ କରୁଛନ୍ତି। କେତେକ ଟୋଲ ପ୍ଲାଜାରେ ମଧ୍ୟ ଏପରି କୃଷକ କାର୍ଡ ଲଗାଯାଇଛି।

କ୍ୟାଥଲର ବିଭିନ୍ନ ପ୍ରିଣ୍ଟିଂ ପ୍ରେସରେ କିଷାନ ଆନ୍ଦୋଳନ ସହ ଜଡ଼ିତ ବିଷୟବସ୍ତୁ ସହିତ ଅନେକ ଲୋକ ଏପରି ବିବାହ କାର୍ଡ ଛପାଉଛନ୍ତି। ଏହି କାର୍ଡରେ ଭଗତ ସିଂ ଏବଂ ଛୋଟୁରାମଙ୍କ ଫଟୋ ରହିଛି। ଯେତେବେଳେ ପ୍ରିଣ୍ଟିଂ ପ୍ରେସର ଲୋକଙ୍କୁ ଏ ବିଷୟରେ ପଚରାଗଲା ସେ କହିଲେ, ଆଜିକାଲି ଏପରି ଟ୍ରେଣ୍ଡ ଚାଲିଛି। ଲୋକମାନେ ଏପରି ନିମନ୍ତ୍ରଣ କାର୍ଡ ଛପାଇବାକୁ ଆମକୁ ଅର୍ଡର ଦେଉଛନ୍ତି।

ବିବାହ କରିବାକୁ ଯାଉଥିବା ବର ପ୍ରବୀଣଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୁହନ୍ତି, ମୋର ଜନ୍ମ ଏକ କୃଷକ ପରିବାରରେ। ଏହା ଲେଖିବା ମୋ ପାଇଁ ଗର୍ବ ଓ ଗୌରବର କଥା। ଯଦି ମୁଁ ଦିଲ୍ଲୀ ଯାଇପାରିବି ନାହିଁ ତେବେ ଅତି କମ୍‌ରେ ନୈତିକତା ଦୃଷ୍ଟିରୁ ତ କୃଷକ ଆନ୍ଦୋଳନକୁ ସମର୍ଥନ କରିବି। ଏହି ନିମନ୍ତ୍ରଣ କାର୍ଡ ମାଧ୍ୟମରେ ମୋର ସ୍ବର ସମସ୍ତ ଲୋକଙ୍କ ନିକଟରେ ସହଜରେ ପହଞ୍ଚି ପାରିବ।

ସେହିପରି କନ୍ୟାଙ୍କ ପିତା କହିଛନ୍ତି, ଏପରି ନିମନ୍ତ୍ରଣ କାର୍ଡ ଛପାଯିବାର ଅର୍ଥ କୃଷକଙ୍କ ଅଧିକାର ଲୋକଙ୍କ ନିକଟରେ ପହଞ୍ଚିପାରିବ। କୃଷକ ଆନ୍ଦୋଳନ ଏକ ଐତିହାସିକ ଆନ୍ଦୋଳନ। ଅନ୍ୟପକ୍ଷରେ ବିବାହକୁ ସ୍ମରଣୀୟ କରିବା ପାଇଁ ଏପରି ନିମନ୍ତ୍ରଣ କାର୍ଡ ଛପାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଶହୀଦ୍‌, ଜଣେ କାଉନସିଲରଙ୍କ ମୃତ୍ୟୁ

ଶ୍ରୀନଗର,୨୯।୩: ଜମ୍ମୁ-କଶ୍ମୀରର ସୋପୋରରେ ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପିଏସ୍‌ଓ ଶହୀଦ ହୋଇଥିବାବେଳେ ଜଣେ କାଉସିଲରଙ୍କର ମୃତ୍ୟୁ ଘଟିଛି। ପିଏସ୍‌ଓଙ୍କ ନାମ...

୧ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ ମାରି ବିଶ୍ୱ ରେକର୍ଡ ହାସଲ କଲେ ଏହି ମହିଳା

ଆମେରିକାର ପଶ୍ଚିମ ଭର୍ଜିନିଆରେ ରହୁଥିବା ଫିଟ୍‌ନେସ୍‌ ଟ୍ରେନର୍‌ ରୂପା ହୁଲେଟ୍‌ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ମିନିଟ୍‌ରେ ୩୪ଥର ପୁଲ୍‌ଅପ୍ସ୍‌...

‘ରାହୁଲ କହିଲେ ବାରାଣସୀରୁ ଲଢ଼ିବି’

ଓ୍ବାୟାନାଡ୍‌,୨୨ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଲେ ବାରାଣସୀ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...

୩ ସପ୍ତାହରେ ଭାରତରେ ଅକ୍ସଫୋର୍ଡ ଟିକା ଉତ୍ପାଦନ

ନୂଆଦିଲ୍ଲୀ,୨୭ା୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକାଶିତ କୋଭିଡ୍‌-୧୯ ନିରୋଧୀ ଟିକାର ମାନବ ଶରୀରରେ ପରୀକ୍ଷଣ ଗତ ଗୁରୁବାର ଆରମ୍ଭ କରାଯାଇଥିଲା। ଏହି ପରୀକ୍ଷଣରେ ଉକ୍ତ...

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ...

୨୫୦୦ ବର୍ଷ ତଳର ଟଏଲେଟ୍‌

ଜେରୁସେଲମ୍‌: ଭାରତରେ କିଛି ବର୍ଷ ଆଗରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଫଳରେ ଲୋକେ ଘରେ ଟଏଲେଟ୍‌ର ବ୍ୟବହାର କରୁଛନ୍ତି। ହେଲେ ଅନେକ ଲୋକ...

୫୦ ବର୍ଷ ପରେ ମିଳିଲା ପ୍ରଥମ ପ୍ରେମ

ଜୟପୁର, ୫।୪: ପ୍ରେମ ପାଇଁ ଫରକ୍‌ ପକାଇପାରେନି ବୟସ, ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜସ୍ଥାନ ଜୈସାଲମୈରସ୍ଥିତ କୁଲଧାରା ଗ୍ରାମର ଚୌକିଦାର ଦରଓ୍ବାନ ସିଂଙ୍କ କ୍ଷେତ୍ରରେ।...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ୱାରାଣ୍ଟାଇନ୍‌ରେ ପଠାଇବାକୁ ଦାବି: ଉଠୁଛି ଏଭଳି ପ୍ରଶ୍ନ…

ନୂଆଦିଲ୍ଲୀ,୧୪।୮: ଅଯୋଧ୍ୟାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଅଗଷ୍ଟ ୫ରେ ହୋଇଥିବା ରାମମନ୍ଦିର ଭୂମିପୂଜନ...

Advertisement
Archives

Model This Week