Posted inଜାତୀୟ

ମୋଦି ସରକାରଙ୍କ ପାଇଁ ଅନ୍ନଦାତା ଭଗବାନ, ବିରୋଧୀଙ୍କ ନଜରରେ ଏହା ଭୋଟ ବ୍ୟାଙ୍କ: କୃଷ୍ଣପାଳ ଗୁର୍ଜର

ନୂଆଦିଲ୍ଲୀ,୨୨ ।୧୨: କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା କୃଷି ଆଇନ ବିରୋଧରେ କୃଷକମାନେ ଦୀର୍ଘ ପ୍ରାୟ ୨୫ ଦିନ ହେବ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି । ବିରୋଧୀ ବିଶେଷ କରି କଂଗ୍ରେସ ଖୋଲାଖୋଲି ଭାବେ ଏହି କୃଷକଙ୍କୁ ସମର୍ଥନ କରୁଛି । ଏବେ ଏହି କୃଷକ ଆନ୍ଦୋଳକୁ ନେଇ ତର୍କ ହେଉଥିବା ବେଳେ ଏହା ଏକପ୍ରକାର ରାଜନୈତିକ ରୂପ ନେଇ ସାରିଲାଣି । ଇତିମଧ୍ୟରେ ହରିୟାଣା ଭାରତୀୟ ଜନତା ପାର୍ଟି(ଭଜପା)ର ବରିଷ୍ଠ ନେତା ତଥା କେନ୍ଦ୍ର ରାଜ୍ୟମନ୍ତ୍ରୀ କୃଷ୍ଣପାଲ ଗୁର୍ଜର କୃଷକ ଆନ୍ଦୋଳନକୁ ଭୋଟ ବ୍ୟାଙ୍କ ରାଜନୀତି ସହ ଯୋଡି ଦେଇଛନ୍ତି । ସେ କହିଛନ୍ତି ମୋଦି ସରକାର କୃଷକଙ୍କୁ ଭଗବାନ ବୋଲି ମାନନ୍ତି କିନ୍ତୁ ବିରୋଧୀ କୃଷକଙ୍କୁ ଭୋଟ ବ୍ୟାଙ୍କ ବୋଲି ଧରି ନେଇଛି । ସେ କହିଛନ୍ତି କଂଗ୍ରେସ ଶାସନ ସମୟରେ କୃଷକଙ୍କ ଆମଦାନୀ ବୃଦ୍ଧି ଉପରେ ଆଦୌ ଧ୍ୟାନ ଦେଇ ନ ଥିଲା । ହେଲେ ମୋଦି ସରକାର କୃଷକଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ମଧ୍ୟରେ ନିଯୁକ୍ତି କ୍ଷେତ୍ର-ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୫।୨ : ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ତଥା ସମସ୍ତ ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ରାଜସ୍ଥାନ...

କରୋନା, ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢ଼ାଉଛି ‘ବୋନ୍‌ ଡେଥ୍‌’

ମୁମ୍ବାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଆତଙ୍କ ଖେଳାଇବା ପରେ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର...

ଦିଦିଙ୍କ ନିର୍ବାଚନୀ ଥୋପ: ମାଗଣାରେ ମିଳିବ କରୋନା ଟିକା

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ...

ଦିଲ୍ଲୀ ହିଂସା: ୮ ଦିନ ହେଲା ସ୍ତ୍ରୀ-୪ ପିଲାଙ୍କ ବାଟ ଚାହିଁ ବସିଛନ୍ତି ରିକ୍ସା ଚାଳକ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହିଂସାରେ ଇତିମଧ୍ୟରେ ୪୫ଟି ମୃତଦେହ ଉଦ୍ଧାର ହୋଇଛି। ଫେବୃୟାରୀ ୨୩ରେ ସ୍ତ୍ରୀ ଓ ୪ ପିଲାଙ୍କଠାରୁ ଅଲଗା ହୋଇଯାଇଥିବା ରିକ୍ସା ଚାଳକ ମଇନୁଦ୍ଦିନ୍‌...

ସୁରଟରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’…

ସୁରଟ, ୨୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଗୁଜରାଟ ଗସ୍ତରେ ଗୁରୁବାର ସୁରଟରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ...

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ପଡ଼ିବ ମହଙ୍ଗା: ୭ ବର୍ଷ ଜେଲ୍‌, ୫ଲକ୍ଷ ଜରିମାନା

ଲକ୍ଷ୍ନୌ,୬।୫: କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଉତ୍ତରପ୍ରଦେଶ...

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ...

ଶରଦ ପାୱାରଙ୍କୁ ଆୟକର ବିଭାଗର ନୋଟିସ୍‌

ମୁମ୍ବାଇ,୧।୭ : ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଝଟକା। ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି।...

Advertisement
Archives

Model This Week