Posted inଜାତୀୟ

ବିଦାହେବେ ଅପାରଗ, ଦୁର୍ନୀତିଗ୍ରସ୍ତ ବାବୁ

ନୂଆଦିଲ୍ଲୀ,୩୦ା୮- ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନେ ଆଉ ଅଧିକ ସମୟ ଚାକିରିରେ ରହିପାରିବେ ନାହିଁ। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦ ବର୍ଷ ଚାକିରି କରିସାରିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ଅନ୍ୟ ଅଫିସରଙ୍କୁ ଆଗୁଆ ଅବସର ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସାଧୁତାକୁ ନେଇ ସନ୍ଦେହରେ ଥିବା ଏଭଳି ଅଧିକାରୀମାନଙ୍କ ସର୍ଭିସ୍‌ ବୁକ୍‌ ରେକର୍ଡ ଆଧାରରେ ତାଲିକା ପ୍ରସ୍ତୁତ କରିବା ଲାଗି ସବୁ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ ଚାକିରି ପାଇଁ ଅବସର ବୟସ ହେଉଛି ୫୮ ବର୍ଷ। ତେବେ ଚାକିରିରେ ଥାଇ କାମ କରିପାରୁ ନ ଥିବା ଓ ଦୁର୍ନୀତି କରୁଥିବା ଅଫିସରମାନଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଅଗଷ୍ଟ ୨୮ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଜନସ୍ବାର୍ଥ ଦୃଷ୍ଟିରୁ କେଉଁମାନଙ୍କୁ ଆଗୁଆ ଅବସର ଦିଆଯିବ ସେମାନଙ୍କୁ ଚିହ୍ନଟ କରିବା ଲାଗି ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ବିଭାଗ ପ୍ରତି ୩ ମାସରେ (ଜାନୁୟାରୀ-ମାର୍ଚ୍ଚ, ଏପ୍ରିଲ-ଜୁନ, ଜୁଲାଇ-ସେପ୍ଟେମ୍ବର ଓ ଅକ୍ଟୋବର-ଡିସେମ୍ବର) ଅଧିକାରୀମାନଙ୍କ ପ୍ରଦର୍ଶନକୁ ନେଇ ସମୀକ୍ଷା କରିବେ।
ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ (ପେନ୍‌ସନ) ରୁଲ୍ସ,୧୯୭୨ ଅଧୀନ ଫଣ୍ଡାମେଣ୍ଟାଲ ରୁଲ(ଏଫ୍‌ଆର୍‌) ୫୬(ଜେ) ଏବଂ ୫୬ (ଆଇ) ଅନୁସାରେ ଜନସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ଜଣେ ସରକାରୀ କର୍ମଚାରୀଙ୍କୁ ଅବସର ପ୍ରଦାନ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ‘ସମ୍ପୂର୍ଣ୍ଣ ଅଧିକାର’ ଦେଇଥାଏ। ଏହି ନିୟମ ଅନୁସାରେ କର୍ମଚାରୀଙ୍କ ପ୍ରଦର୍ଶନ ସମୀକ୍ଷା କରାଯାଇଥାଏ। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହି ନିୟମାନୁସାରେ ସରକାରୀ କର୍ମଚାରୀଙ୍କ ଆଗୁଆ ଅବସର ଏକ ଦଣ୍ଡ ନୁହେଁ। ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ (କ୍ଲାସିଫିକେଶନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୬୫ରେ ଥିବା ‘ବାଧ୍ୟତାମୂଳକ ଅବସର’ଠାରୁ ଏହା ଭିନ୍ନ ବୋଲି ଶୁକ୍ରବାର ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
୫୦/୫୫ ବର୍ଷରେ ଉପନୀତ କିମ୍ବା ୩୦ ବର୍ଷ ଚାକିରି କରିସାରିଥିବା ଜଣେ ସରକାରୀ ଚାକିରିଆଙ୍କୁ ସରକାର କୌଣସି ସମୟରେ ଆଗୁଆ ଅବସର ଦେଇପାରିବେ। ସମ୍ପୃକ୍ତ ଅଧିକାରୀ ଚାକିରିରେ ରହିବେ ନା ତାଙ୍କୁ ଅବସର ଦିଆଯିବ ତାହା ତାଙ୍କର ପ୍ରଦର୍ଶନ ଆଧାରରେ ସ୍ଥିର କରାଯିବ। ପୂର୍ବରୁ ରହିଥିବା ନିୟମାବଳୀରେ ଅଧିକ ସ୍ପଷ୍ଟତା ଆଣିବା ଓ ସମାନ ଭାବେ କାର୍ଯ୍ୟକାରୀ କରିବା ଲାଗି ସଦ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ସଚିବମାନଙ୍କୁ ଏ ସମ୍ପର୍କିତ ପତ୍ର ପଠାଯାଇଛି।
ଏଫ୍‌ଆର୍‌ ୫୬(ଜେ) ଅନୁସାରେ ଗ୍ରୁପ୍‌ ଏ ଏବଂ ବି ବର୍ଗର ଅଫିସରଙ୍କ ସମୀକ୍ଷା କରାଯାଇ ପାରିବ ଯଦି ସେ ୫୦ ବର୍ଷରେ ଉପନୀତ ହୋଇସାରିଥିବେ (୩୫ ବର୍ଷ ବୟସ ପୂର୍ବରୁ ଚାକିରିରେ ଯୋଗଦେଇଥିଲେ) କିମ୍ବା ତାଙ୍କୁ ୫୫ ବର୍ଷ ହୋଇଥିବ (ଯଦି ସେ ୩୫ ବର୍ଷ ବୟସ ପରେ ଚାକିରି କରିଥିବେ)। ଏଫ୍‌ଆର୍‌ ୫୬(ଆଇ) ଅନୁସାରେ ପେନ୍‌ସନ ରୁଲ୍ସରେ ଆସୁ ନ ଥିବା ଗ୍ରୁପ୍‌ ସି ସେବା ବା ପଦବୀର ଜଣେ ସରକାରୀ କର୍ମଚାରୀ ୩୦ ବର୍ଷ ଚାକିରିରେ ରହିସାରିଥିଲେ ତାଙ୍କୁ ଅବସର ଦେବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିରଙ୍କୁଶ ଅଧିକାର ରହିଛି। ତେବେ ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ୩ ମାସିଆ ଲିଖିତ ନୋଟିସ କିମ୍ବା ନୋଟିସ ବଦଳରେ ୩ ମାସର ଦରମା ଓ ଭତ୍ତା ଦିଆଯିବ ଜରୁରୀ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଆଗକୁ ଗଠନ ହେବାକୁ ଥିବା ରିଭ୍ୟୁ ଆଣ୍ଡ ରିପ୍ରେଜେଣ୍ଟେଶନ କମିଟି ନିକଟକୁ ପଠାଯିବ। କେଉଁ ଅଫିସରମାନଙ୍କୁ ଚାକିରି ଅବଧି ଥାଉ ଥାଉ ଅବସର ଦିଆଯିବ ତାହା ଉକ୍ତ କମିଟି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri