ଭାରତ ହାରିବା ପରେ ହୃଦଘାତରେ ପ୍ରଶଂସକଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରେ ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ,୨୧।୧୧: ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ଫାଇନାଲରେ ଭାରତର ପରାଜୟ ହେତୁ ଦେଶବାସୀଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଏହି ସମୟରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଭାରତର ପରାଜୟରେ ଦୁଃଖିତ, ଜଣେ ୨୩ବର୍ଷୀୟ ଯୁବକ ପଶ୍ଚିମବଙ୍ଗର ବ୍ୟାଙ୍କୁରା ଜିଲାରେ ନିଜକୁ ଫାଶୀ ଦେଇଥିବା ଅଭିଯୋଗ ହୋଇଛି। ଏଥି ସହ ଉତ୍ତରପ୍ରଦେଶର ସାହାରନପୁର ଜିଲାରେ ଜଣେ ୬୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲାର ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।
ବେଙ୍ଗାଲୁରୁ ପୋଲିସର ସୂଚନାନୁସାରେ ମୃତ ରାହୁଲ ଲୋହରଙ୍କ ସମ୍ପର୍କୀୟ ଉତ୍କଳ ସୁର କହିଛନ୍ତି ଯେ ସେ ଏକ ପୋଷାକ ଦୋକାନରେ କାମ କରୁଥିଲେ ଏବଂ ଫାଇନାଲ ମ୍ୟାଚ ଦେଖିବା ପାଇଁ ରବିବାର ଛୁଟି ନେଇଥିଲେ। ଭାରତର ପରାଜୟରେ ଦୁଃଖିତ ହୋଇ ରବିବାର ରାତି ପ୍ରାୟ ୧୧ଟା ସମୟରେ ସେ ନିଜ କୋଠରୀରେ ଫାଶୀ ଲଗାଇ ଦେଇଥିଲେ। ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଘରେ ଆଉ କେହି ନଥିଲେ।
ଦ୍ୱିତୀୟ ଘଟଣା ଉତ୍ତରପ୍ରଦେଶର ସାହାରନପୁରରେ ଘଟିଥିଲା। ଭାରତର ପରାଜୟରେ ଚକିତ ହୋଇ ୬୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପୁଅ କୁଲଦୀପ କହିଛନ୍ତି ଯେ ପିତା ମହାବୀର କ୍ରିକେଟ ପ୍ରେମୀ ଥିଲେ। ରବିବାର ରାତିରେ ଭାରତ ହାରିଯିବା ମାତ୍ରେ ସେ ହୃଦଘାତରେ ପୀଡିତ ହୋଇଥିଲେ। କହିଥିଲେ ଯେ ୧୯୮୩ରେ ଯେତେବେଳେ କପିଲ ଦେବଙ୍କ ଦଳ କ୍ରିକେଟ ବିଶ୍ୱକପ ଜିତିଥିଲା, ସେତେବେଳେ ତାଙ୍କ ପିତା ପୁରା ଗାଁରେ ମିଠା ବାଣ୍ଟିଥିଲେ। ଏଥର ମଧ୍ୟ ସେ ଭାରତୀୟ ଦଳର ବିଜୟ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ କରିଥିଲେ।
ତୃତୀୟ ଘଟଣା ଆନ୍ଧ୍ରପ୍ରଦେଶର ତିରୁପତି ଜିଲାରେ ଘଟିଛି। ଏଠାରେ ରହୁଥିବା ସଫ୍ଟୱେୟାର ଇଞ୍ଜିନିୟର ୩୨ବର୍ଷିୟ ଜ୍ୟୋତି କୁମାର ଯାଦବ ଭାରତର ପରାଜୟ ସହ୍ୟ କରିପାରିନଥିଲେ। ପରାଜୟର ଝଟକା ଯୋଗୁଁ ଭାରତୀୟ ଦଳର ଜଣେ ଦୃଢ ସମର୍ଥକ ଜ୍ୟୋତି କୁମାରଙ୍କର ହୃଦଘାତରେ ମତ୍ୟୁ ହୋଇଥିଲା। ତିରୁମାଲା ତିରୁପତି ଦେବସ୍ତାନମ୍ସର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁଅ ଜ୍ୟୋତି କୁମାରଙ୍କର ନିକଟରେ ବିବାହ ହୋଇଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?