Posted inଖେଳ

ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀ

ଓଡ଼ିଶାର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀଙ୍କୁ ନେଇ ଆଲେଖ୍ୟର ପ୍ରଥମ ଭାଗ ଗତ କ୍ରୀଡ଼ା ଜଗତ ପୃଷ୍ଠାରେ ପ୍ରକାଶ ପାଇ ସାରିଛି। ଏଥିରେ ହକି, ଆଥ୍‌ଲେଟିକ୍ସ, କ୍ରିକେଟ ଆଦି ଇଭେଣ୍ଟରେ ସୁନାମ ଅର୍ଜନ କରିଥିବା ଭାଇ ଓ ଭଉଣୀଙ୍କ ସମ୍ପର୍କରେ ସ୍ଥାନ ପାଇଥିଲା। ଏହାର ଦ୍ୱିତୀୟ ତଥା ଅନ୍ତିମ ଭାଗକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା…

ଓଡ଼ିଶାର ପ୍ରସିଦ୍ଧ କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀଙ୍କୁ ନେଇ ଆଲେଖ୍ୟର ପ୍ରଥମ ଭାଗ ଗତ କ୍ରୀଡ଼ା ଜଗତ ପୃଷ୍ଠାରେ ପ୍ରକାଶ ପାଇସାରିଛି। ଏଥିରେ ହକି, ଆଥ୍‌ଲେଟିକ୍ସ, କ୍ରିକେଟ ଆଦି ଇଭେଣ୍ଟରେ ସୁନାମ ଅର୍ଜନ କରିଥିବା ଭାଇ ଓ ଭଉଣୀଙ୍କ ସମ୍ପର୍କରେ ସ୍ଥାନ ପାଇଥିଲା। ଏହାର ଦ୍ୱିତୀୟ ତଥା ଅନ୍ତିମ ଭାଗରେ ଫୁଟ୍‌ବଲ, ବ୍ୟାଡ୍‌ମିଣ୍ଟନ, ବାସ୍କେଟବଲ, ଭଲିବଲ ଆଦି ଇଭେଣ୍ଟରେ ଲୋକପ୍ରିୟତା ଅର୍ଜନ କରିଥିବା କ୍ରୀଡ଼ାବିତ୍‌ ଭାଇ ଓ ଭଉଣୀଙ୍କୁ ସ୍ଥାନିତ କରାଯାଇଛି। ଏହା ମଧ୍ୟରେ ଅଛନ୍ତି ୩ ଲୋକପ୍ରିୟ ଭ୍ରାତା ବିଜୁ ପଟ୍ଟନାୟକ, ଡ. ଜର୍ଜ ପଟ୍ଟନାୟକ ଓ ସିଜୁ ପଟ୍ଟନାୟକ। ଏହି ମହାନ୍‌ କ୍ରୀଡ଼ାବିତ୍‌ମାନେ ୧୯୩୦ ଦଶକରେ ଓଡ଼ିଶା ଫୁଟ୍‌ବଲ ଓ ଆଥ୍‌ଲେଟିକ୍ସରେ ପ୍ରସିଦ୍ଧି ଲାଭ କରିଥିଲେ।
ଫୁଟ୍‌ବଲ
ଦେବେନ୍ଦ୍ର ସିଂ ଓ ନରେନ୍ଦ୍ର ସିଂ
ଦେବେନ୍ଦ୍ର ସିଂ (୧୯୪୩-ଜନ୍ମ)- ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିରେ ଦେବେନ୍ଦ୍ର ସିଂ ଜଣେ ପ୍ରବୀଣ ଡିଫେଣ୍ଡର ଭାବେ ବହୁବର୍ଷ ଧରି ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟ ଦଳର ସଫଳ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ସାନଭାଇ ନରେନ୍ଦ୍ର ସିଂ ମଧ୍ୟ ୧୯୬୭ରେ ବଡ଼ଭାଇ ଦେବ ସିଂଙ୍କ ସହ ରାଜ୍ୟ ଦଳର ସଦସ୍ୟ ଭାବେ ଓଡ଼ିଶାକୁ ସେମିଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅମରେନ୍ଦ୍ର ପାତ୍ର ଓ ଶୁଭେନ୍ଦୁ ପାତ୍ର
ଅମରେନ୍ଦ୍ର ପାତ୍ର (୧୯୩୦-୨୦୧୫) ଓଡ଼ିଶା ଫୁଟ୍‌ବଲର ଜଣେ ଦକ୍ଷ ପୁରୋଭାଗ ଖେଳାଳି ଭାବେ ୧୯୫୨ରୁ ୧୯୬୪ ମଧ୍ୟରେ ରାଜ୍ୟକୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ସାନଭାଇ ଶୁଭେନ୍ଦୁ ପାତ୍ର ମଧ୍ୟ ୧୯୬୭ ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ଖେଳିଥିଲେ।
ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ଗୀତାଞ୍ଜଳି ସାମନ୍ତରାୟ
ଶ୍ରଦ୍ଧାଞ୍ଜଳି- ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ଭାରତୀୟ ଦଳ ପକ୍ଷରୁ ଏସିଆନ ଚାମ୍ପିୟନଶିପ୍‌, ଏଏଫ୍‌ସି, ଏସୀୟ କ୍ରୀଡ଼ା, ଅଲିମ୍ପିକ୍ସ କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ଏକାଧିକ ଥର ଖେଳିବା ସହ ତାଙ୍କ ନେତୃତ୍ୱରେ ଓଡ଼ିଶାକୁ ଜାତୀୟ କ୍ରୀଡ଼ା ଓ ଚାମ୍ପିୟନଶିପ୍‌ରେ ଚାମ୍ପିୟନ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ବଡ଼ଭଉଣୀ ଗୀତାଞ୍ଜଳି ରାଜ୍ୟ ଦଳର ପ୍ରଥମ ଅଧିନାୟିକା ଭାବେ ରାଜ୍ୟକୁ ଏକାଧିକ ଥର ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ।
ବ୍ୟାଡ୍‌ମିଣ୍ଟନ
ଅସୀମ ଦାସ ଓ ସୁସୀମ ଦାସ
ଅସୀମ ଦାସ (ଜ-୧୯୪୧) ୧୯୬୨ରୁ ୧୯୬୪ ମଧ୍ୟରେ ବ୍ୟାଡ୍‌ମିଣ୍ଟନରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ବହୁବର୍ଷ ଧରି ଟ୍ରିପଲଜମ୍ପ (ଆଥଲେଟିକ୍‌)ରେ ରାଜ୍ୟ ରେକର୍ଡର ଅଧିକାରୀ ଥିଲେ। ସାନଭାଇ ଡ. ସୁସୀମ ଦାସ ୧୯୭୫ ଏବଂ ୧୯୭୬ରେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଖେଳିଥିଲେ। ୨ଭାଇଙ୍କ ଯୋଡ଼ି ଏକାଧିକ ଥର ରାଜ୍ୟ ‘ଡବଲ୍ସ ଚାମ୍ପିୟନ’ ଟାଇଟଲ ହାସଲ କରିଥିଲା।
ଋତପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ପଣ୍ଡା
ବିଗତ କିଛିବର୍ଷ ଧରି ୨ ପଣ୍ଡା ଭଉଣୀ ରାଜ୍ୟ ତଥା ଦେଶର ବ୍ୟାଡ୍‌ମିଣ୍ଟନ ସେନ୍‌ସେଶନ ଭାବେ ଉଭାହୋଇ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି।
ଋତପର୍ଣ୍ଣା (ଜନ୍ମ-୧୯୯୯) ସାନଭଉଣୀ ଶ୍ୱେତପର୍ଣ୍ଣା (ଜ-୨୦୦୫)ଙ୍କୁ ପାର୍ଟନର କରି ଏକାଧିକ ଜାତୀୟ ଟାଇଟଲ ଜିତିବା ସହ ଭାରତକୁ ଉବର କପ୍‌ (୨୦୨୧) ଓ ସୁଦିରମାନ କପ୍‌ (କିଡାମ୍ବି ଶ୍ରୀକାନ୍ତଙ୍କର ପାର୍ଟନର ଭାବେ) ସଫଳତାର ସହ ଭାଗ ନେଇଛନ୍ତି। ଶ୍ୱେତପର୍ଣ୍ଣା ବଡ଼ଭଉଣୀଙ୍କ ସହ ପାର୍ଟନର ହୋଇ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଟାଇଟଲ ହାସଲ କରିଛନ୍ତି।
ଅରୂପାନନ୍ଦ/ଅଭିନ୍ନ ରାଉତରାୟ
ଓଡ଼ିଶା କ୍ରୀଡ଼ାରେ ଅରୂପାନନ୍ଦ ରାଉତରାୟ ଏକ ବହୁ ପରିଚିତ ନାମ। ସେ ୬୦ ଓ ୭୦ ଦଶକରେ ଓଡ଼ିଶା ଓ ସର୍ଭିସେସ୍‌ ପକ୍ଷରୁ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରତିନିଧିତ୍ୱ କରିଥିଲେ। କେବଳ ସେତିକି ନୁହେଁ, ୬୦ ଦଶକର ମଧ୍ୟଭାଗରେ ସେ ଏକମାତ୍ର ଓଡ଼ିଶା ଖେଳାଳିଭାବେ ଭାରତୀୟ ସିନିୟର ବାସ୍କେଟ୍‌ବଲ ଦଳ ପକ୍ଷରୁ ଖେଳିବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ସାନଭାଇ ଅଭିନ୍ନ ରାଉତରାୟ ଓଡ଼ିଶା ପକ୍ଷରୁ ଜାତୀୟ ସିନିୟର ଟୁର୍ନାମେଣ୍ଟରେ ଖେଳିଥିଲେ।
ଗଗନେନ୍ଦୁ/ଲୋତକବିନ୍ଦୁ
ଜଗତ୍‌ସିଂହପୁରର ଗଗନେନ୍ଦୁ ଦାଶ ଓ ଲୋତକବିନ୍ଦୁ ଦାଶ ଓଡ଼ିଶା ଭଲିବଲରେ ପରିଚିତ ନାମ। ସାନଭାଇ ଲୋତକ ୧୯୯୦ରେ ଭାରତୀୟ ଜୁନିୟର ଦଳ ପକ୍ଷରୁ ଖେଳିଥିଲେ। ସମ୍ପ୍ରତି କିଟ୍‌ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ଭଲିବଲ ଆସୋସିଏଶନର ମୁଖ୍ୟ ଥିବା ଗଗନେନ୍ଦୁ ମଧ୍ୟ ଜଣେ ଭଲିବଲ ଖେଳାଳିଭାବେ ବେଶ୍‌ ପରିଚିତ।
ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ଖାଲ୍‌କୋ ଭ୍ରାତା (ପରମାନନ୍ଦ ଓ ନିତି ଖାଲ୍‌କୋ) ୬୦ ଦଶକରେ ଫୁଟ୍‌ବଲରେ, ପଟେଲ ଭ୍ରାତା (ଅରୁନ ପଟେଲ, କନକ ପଟେଲ ଏବଂ ମୁକୁନ୍ଦ ପଟେଲ (ସମ୍ପର୍କୀୟ ଭାଇ) ୭୦ ଦଶକରେ କ୍ରିକେଟରେ, କଟକର ସାମଲ ଭ୍ରାତା (ମାନସ ଓ ସୁରେଶ ସାମଲ) ଫୁଟ୍‌ବଲରେ, ପଢ଼ିଆରୀ ଭ୍ରାତା (ବିକାଶ ଓ ଭାବଗ୍ରାହୀ) ଫୁଟ୍‌ବଲରେ ଏବଂ ବର୍ତ୍ତମାନର ଓରାମ ଭ୍ରାତା ରାକେଶ ଓ ବିକି ଓରାମ (ରାକେଶ ଓଡ଼ିଶାକୁ ଓ ବିକି କର୍ନାଟକ ଦଳର ସଦସ୍ୟ) ଫୁଟ୍‌ବଲରେ ଜାତୀୟ ପ୍ରତିଯୋଗିତାରେ ଖେଳି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି।

(ଭାଗ-୨)


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?