Posted inରାଜ୍ୟ

ପାରିବାରିକ କଳହର କରୁଣ ପରିଣତି: ମା’ଙ୍କୁ ଠେଙ୍ଗାରେ ପିଟି ମାରିଦେଲେ ପୁଅ

ନୀଳଗିରି, ୧୯।୨(ପ୍ରଶାନ୍ତ ବିଶ୍ୱାଳ): ସାମାନ୍ୟ କଳହରୁ ହିତାହିତ ଜ୍ଞାନ ଭୂଲିଗଲେ ପୁଅ। ନିଜ ଜନ୍ମକଲା ମା’ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବାକୁ ପଛାଇଲେ ନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗାଁରେ।

ବୁଧବାର ଅପରାହ୍ନ ସମୟରେ କୌଣସି ଘଟଣାକୁ ନେଇ ମା’ ଶଙ୍କି ସିଂ ଓ ପୁଅ ଦୁର୍ଗାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ପୁଅ ଉତ୍ତ୍ୟକ୍ତ ହେଇ ମାନସିକ ଭାରସାମ୍ୟ ହରାଇ ଏକ ଠେଙ୍ଗାରେ ମା’ଙ୍କୁ ନିର୍ଧୁମ୍‌ ପିଟି ଚାଲିଥିଲେ। । ଘଟଣାସ୍ଥଳରେ ମା’ ଶଙ୍କିଙ୍କ ମୃତ୍ୟୁ ହୋଇଥିଲା। ଗାଁ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ।

ନୀଳଗିରି ଏସ୍‌ଡ଼ିପିଓ ପ୍ରମୋଦ କୁମାର ମଲ୍ଲିକ, ନୀଳଗିରି ଥାନା ଭାରପ୍ରାପ୍ତ ଆଇଆଇସି ସୁବର୍ଣ୍ଣା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲ ପଠାଇଛନ୍ତି। ଏନେଇ ମାମଲା (ନଂ.୬୪/୨୫) ରୁଜୁ କରାଯାଇ ଅଭିଯୁକ୍ତ ପୁଅ ଦୁର୍ଗାଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

ଭାରତକୁ ପୁଣି ସାହାଯ୍ୟ ମାଗିଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୧୯।୮: ଗତ କିଛି ମାସ ଧରି ବାଂଲାଦେଶ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରାରମ୍ଭରେ ତାରିକ ରହମାନ ସରକାରଙ୍କୁ ପଛକୁ ପକାଇ ଦେଇଥିଲା। ତଥାପି, ବାଂଲାଦେଶ…

ଗିରଫ ହେବେ ଟିଏମପି ଏମପି ମହୁଆ ମୋଇତ୍ରା? ହେଟ ସ୍ପିଚ ମାମଲାରେ…

ନୂଆଦିଲ୍ଲୀ,୧୯।୮: ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଏକ ପ୍ରମୁଖ ଖବର ସାମ୍ନାକୁ ଆସିଛି। ନାଦିଆ ଜିଲାର ଏକ କୋର୍ଟ ହେଟ୍‌ ସ୍ପିଚ ମାମଲା ସମ୍ପର୍କରେ ଜାରି କରିଥିବା ସମନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri