୯/୧୧ ଆକ୍ରମଣ ପୀଡ଼ିତଙ୍କ ପରିବାର ସଦସ୍ୟ ବାଇଡେନଙ୍କୁ ଲେଖିଲେ ଚିଠି, ଅଭିଯୁକ୍ତ ଆତଙ୍କବାଦୀଙ୍କ ଆବେଦନ ଗ୍ରହଣ ନ କରାଯାଉ…

ଓ୍ବାଶିଂଟନ,୨୨।୮ : ୨୦୦୧ ମସିହା, ସେପ୍ଟେମ୍ବର ୧୧ରେ (୯/୧୧)ରେ ଆମେରିକାର ଓବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କର ୨୦୦୦ରୁ ଅଧିକ ସମ୍ପର୍କୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରିଛନ୍ତି ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ଅଲ କାଏଦା ସଦସ୍ୟଙ୍କ ଆବେଦନକୁ ଖାରଜ କରାଯାଉ।

ଆଦେନକାରୀଙ୍କ ମଧ୍ୟରେ ଏହି ଆକ୍ରମରର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ମଧ୍ୟ ଅଛନ୍ତି। ଗତ ସପ୍ତାହରେ ଏକାଧିକ ରିପୋର୍ଟ ଅନୁଯାୟୀ, ୨୦୦୬ମସିହାରୁ କ୍ୟୁବାର ଗୁଇନ୍ଦା ବିଭାଗ ଜେଲରେ ବନ୍ଦୀ ଥିବା ଏହି ପାଞ୍ଚ ଜଣ ଅଭିଯୁକ୍ତ ଆବେଦନ ଆରମ୍ଭ କରିଥିବା ପୀଡିତଙ୍କ ପରିବାରବର୍ଗଙ୍କୁ ଅବଗତ କରାଯାଇଛି।

ପରିବାର ସଦସ୍ୟ ବାଇଡେନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି। ୯/୧୧ ବାର୍ଷିକୀ ଅବସରରେ ଆମେ ନ୍ୟାୟ ବିଭାଗରୁ ଜାଣିବାକୁ ପାଇଛୁ ଆତଙ୍କବାଦୀ ଖାଲିଦ ଶେଖ ମହମ୍ମଦଙ୍କ ସହ ଏକ ଚୁକ୍ତିନାମା ପ୍ରସ୍ତାବ କରାଯାଉଛି ଯାହା ଏକ ସାଧାରଣ ବିଚାର ରୋକିବା ଲାଗି ଉଦ୍ଦିଷ୍ଟ। ତାଙ୍କର ଆଇନଗତ ସୂଚନାକୁ ଗୁପ୍ତ ଏବଂ ଲୁଚାଇ ରଖାଯାଉଛି।

ପେଣ୍ଟାଗନ ପକ୍ଷରୁ ଜାରି ହୋଇଥିବା ଚିଠିରେ ଦର୍ଶାଯାଇଛି ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ ପାଞ୍ଚ ଜଣ ଅଭିଯୁକ୍ତ ସେମାନଙ୍କ କାର୍ଯ୍ୟ ପାଇଁ ଅପରାଧ ସ୍ବୀକାର ଏବଂ ମୃତ୍ୟୁଦଣ୍ଡ ବଦଳରେ ଦୋଷୀ ସାବ୍ୟସ୍ତ ହୋଇ କେବଳ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବେ। ଚିଠିରେ ଉଲ୍ଲେଖ ରାଯାଇଛି ଆତଙ୍କବାଦୀ ଆକ୍ରମଣରେ ପୀଡିତ ପରିବାରଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯାଉ।

 


Enter your email to get our daily news in your inbox.

All Right Reserved By Dharitri.Com

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri