ସୁବର୍ଣ୍ଣରେଖା ବନ୍ୟା ପରେ ଖସୁଛି ଅତଡ଼ା

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା ପରେ ବିଭିନ୍ନ ସ୍ଥାନରେ ନଦୀକୂଳରେ ଅତଡା ଖସିବାରେ ଲାଗିଛି। ଫଳରେ ତଟକୂଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଗାମୀ ଦିନରେ ଏସବୁର ସ୍ଥାୟୀ ପ୍ରତିକାର ନ କଲେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ଓଡିଶା ପ୍ରବେଶ କରୁଥିବା ସୁବର୍ଣ୍ଣରେଖାର ରାଜନଗର ଓ ଗୋପାଳପୁର ଗ୍ରାମ ନିକଟରୁ କୀର୍ତ୍ତନିଆ ଓ ଆମ୍ବଚୁଆ ପର୍ଯ୍ୟନ୍ତ ନଦୀର ବିଭିନ୍ନ ସ୍ଥାନରେ ଅଳ୍ପ ବହୁତେ ଅତଡା ଖସୁଥିବା ଦେଖିବାକୁ ମିଳିଛି ।ଫଳରେ ବହୁ ଚାଷଜମି ନଦୀରେ ଲୀନ ହେଉଥିବା ବେଳେ କେତେକ ଗାଁଠାରେ ବିପଦ ସୃଷ୍ଟି ହେଉଛି। ପୂର୍ବରୁ ଏକ ନୂଆ ପଦ୍ଧତି ‘ଜିଓ ବେଗ୍‌’ ଜରିଆରେ ଗୁରୁଦାସପୁର ସେତୁ ନିକଟ ନଦୀବନ୍ଧରେ ମରାମତି ହୋଇଥିବା ବେଳେ ଚଳିତବର୍ଷ ବନ୍ୟାରେ ତାର ଅର୍ଦ୍ଧାଧିକ ନଷ୍ଟ ହୋଇଛି। କୁଅଁରପୁର, କୋଟସାହି, ଗୁରୁଦାସପୁର, ନରଣପୁର, ବିରିଶପୁର, ବାଲିକବାର୍ଡ, ଆଉସା, ଗୋବର୍ଦ୍ଧନପୁର, ଭୋଗରାଇଲକ୍‌, ବାରମାଣିଆ, ମନୁନଗର, କାଳିକାପୁର, ଉଲୁଡା-ଖଳାବାଡିଆ, ବିଷ୍ଣୁପୁର, ରସଲପୁର, କୁମ୍ଭିରଗଡି, ଆମ୍ବୁଚୁଆ, ବେଲିଛକ, ଚୋରମରା, ଗଡସାହିବାଲିଆପାଳ, ଚଡନମକନା ଆଦି ବହୁ ସ୍ଥାନରେ ଅତଡା ଖସୁଛି। ଅସ୍ଥାୟୀ ଭାବେ ଅତଡା ରୋକାଯିବାକୁ ଚେଷ୍ଟା କରାଯାଉଥିବା ସମ୍ପର୍କରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସିଂ ଓ ସହକାରୀ ଯନ୍ତ୍ରୀ ଧୀରେନ୍ଦ୍ର ଦାସ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଗୋବରାଖାଳର ଉତ୍ତରପଡା ନିକଟରେ ବ୍ୟାପକ ଅଞ୍ଚଳ ଧୋଇଯାଇଥିବା ସମ୍ପର୍କରେ ଜଳ ନିଷ୍କାସନ (ଡ୍ରେନେଜ୍‌) ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗୋପ ନାଳର ଏକ ପୋଲଠାରେ ବ୍ୟାପକ ଅଞ୍ଚଳ ଦବିଯାଇଥିବାରୁ ସେଠାରେ ବିପଦ ସୃଷ୍ଟି ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ଇରାକ କୁମାର ବେହେରା, କନିଷ୍ଠଯନ୍ତ୍ରୀ ଶରତ କୁମାର ସି, ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି ଓ ସରପଞ୍ଚ ପ୍ରତିନିଧି ନରୋତ୍ତମ ସେଠୀ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଇସ୍ରାଏଲ-ଲେବାନନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଉପରେ ସହମତି; ହେଜବୋଲକୁ ନେଇ ଚେତାବନୀ ଦେଲେ ନେତାନ୍ୟାହୁ

ଜେରୁଜେଲମ,୨୭।୬: ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ…

ଟେକ୍ସାସରେ ମିଳିଲା ୧୯୦ ବର୍ଷ ପୁରୁଣା ଲୁହା କମାଣ ଗୋଳା

ସାନ୍‌ ଆଣ୍ଟୋନିଓ (ଟେକ୍ସାସ),୨୭ା୬:ଆମେରିକାର ଟେକ୍ସାସ ପ୍ରଦେଶରେ ଥିବା ପ୍ରସିଦ୍ଧ ‘ଆଲାମୋ’ ଐତିହାସିକ ସ୍ଥଳରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଅକ୍ଷତ ଲୁହା କମାଣ ଗୋଳା (କ୍ୟାନନ୍‌ବଲ୍‌) ପାଇଛନ୍ତି। ଏହା ୧୮୩୬…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

ପୁଣି ମୁହାଁମୁହିଁ ହେଲେ ଆମେରିକା-ଇରାନ: ବଡ଼ ଆକ୍ରମଣ କଲା ଓ୍ବାଶିଂଟନ୍‌

ତେହରାନ,୨୭।୬:ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଆମେରିକା ଇରାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା। ହର୍ମୁଜ…

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri