କନ୍ଧମାଳର ଟେକ ରଖିଲେ କବି ପତିତପାବନ: ମିଳିଲା ଏହି ପୁରସ୍କାର

ଦାରିଙ୍ଗବାଡି, ୨୮ ।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବରିଷ୍ଠ କବି ତଥା ‘ହିମକନ୍ୟା’ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପତିତପାବନ ରାଉତଙ୍କୁ ‘ଆନ୍ଦପୁର ସ୍ବତନ୍ତ୍ର ସାରସ୍ବତ କବିତା ସମ୍ମାନ -୨୦୨୫’ ମିଳିଛି। ଏଥିସହ ତାଙ୍କୁ ୫ ହଜାର ଟଙ୍କାର ଅର୍ଥ ରାଶି ମଧ୍ୟ ମିଳିଛି।

ଏହି ସମ୍ମାନ ତାଙ୍କୁ କେନ୍ଦୁଝର ଜିଲା ଆନନ୍ଦପୁରରୁ ଆନନ୍ଦପୁର ଲେଖକ ସମବାୟ ସମିତି ପକ୍ଷରୁ ଚତୁର୍ଦ୍ଧଶ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି। ଏହି ସ୍ବତନ୍ତ୍ର ଉତ୍ସବରେ ସମିତିର ସଭାପତି ତଥା ଉପଜିଲାପାଳ ନୀଳମାଧବ ସୁନାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିବା ଜଣାପଡିଛି। ସେ ଏହି ସମ୍ମାନରେ ସମ୍ମାନିତ ହୋଇ ଦାରିଙ୍ଗବାଡି ଫେରିବା ପରେ ‘ହିମକନ୍ୟା’ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ପ୍ରଶାନ୍ତ ସାହୁ, ଜଗନ୍ନାଥ ରଥ, ସସ୍ମିତା ସାମନ୍ତ, ବବଲୀନ ନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଠି ସ୍ବାଗତ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ, କବି ପତିତପାବନ ରାଉତ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରି ହୋଇଥିବାବେଳେ ସେ ଏକାଧାରରେ ଜଣେ କବି, ସାହିତି୍ୟକ, ନାଟ୍ୟକାର, ନିର୍ଦ୍ଦେଶକ, ଓଲିଉଡ଼ କଳାକାର ଭାବେ ଜିଲା ତଥା ଜିଲା ବାହାରେ ବହୁ ପରିଚିତ ସେ ଏହି ସମ୍ମାନରେ ସମ୍ମାନିତ ହୋଇ ଦାରିଙ୍ଗବାଡି ତଥା ଜିଲା ପାଇଁ ଗର୍ବ ଆଣିଥିବା ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାହିଁଲେନି ବିରାଟ କୋହଲି: ଭୋ ଭୋ ହୋଇ କାନ୍ଦି ଏମିତି ନିଷ୍ପତ୍ତି ନେଲେ କୁନି ପ୍ରଶଂସକ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୪: IPL 2026 ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚମତ୍କାର ୯ ଉଇକେଟ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେଅଫ ରେ ସ୍ଥାନ ପାଇବା…

ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରତିଶ୍ରୁତି ମିଳିବା ପରେ…

ଧର୍ମଶାଳା,୨୮।୪(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଅଞ୍ଚଳରେ ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଉପଭୋକ୍ତାମାନେ ଗଣଧାରଣା ଦେଇଛନ୍ତି। ବର୍ତ୍ତମାନ…

ରାସ୍ତା ପାର୍‌ ହେଉଥିବାବେଳେ ଧକ୍କା ଦେଲା ଅଜଣା ଗାଡି: ଘଟଣାସ୍ଥଳରେ ଚାଲିଗଲା ଜୀବନ, ଘଣ୍ଟାଏ ରାସ୍ତା ଅବରୋଧ କଲେ…

ନିରାକାରପୁର, ୨୮।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଂକିଆ ଥାନା ଅନ୍ତର୍ଗତ ବଡପୋଖରିଆ ନିକଟ ମା’ ବାଉତୀଙ୍କ ମନ୍ଦିର ସାମ୍ନା ୧୬ ନଂ ଜାତୀୟ ରାଜପଥରେ…

‘AC କାର ନୁହେଁ ପକେଟରେ ପିଆଜ ଦେଇ ଭାଜପା ନେତାଙ୍କୁ ଛାଡିଦିଅ,’ କାହିଁକି ଏମିତି କହିଲେ ଦିଗବିଜୟ? ଜାଣନ୍ତୁ ଏହା ପଛର କାହାଣୀ

ଗୁନା,୨୮।୪: କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭିଡିଓ, ଯେଉଁଥିରେ ସେ ତାଙ୍କ ପକେଟରେ ପିଆଜ ଧରିଥିବାର ଦେଖାଯାଉଛି – ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ,…

ପ୍ରଶଂସକଙ୍କ ସହ ଫଟୋ ଉଠାଇବା ପାଇଁ ଟଙ୍କା ମାଗୁଛନ୍ତି ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୩:ଆଇପିଏଲ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ପଡିଆ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ସ୍ପଷ୍ଟ ଦେଖାଯାଉଛି। ପ୍ରଶଂସକମାନେ ବୈଭବଙ୍କ ସହ…

ଗୋ ସମ୍ମାନ ଦିବସ: ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର, ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ….

ବଲାଙ୍ଗୀର,୨୮।୪(ସୁନିଲ କୁମାର ମହାନ୍ତି): ସୋମବାର ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ “ଗୋ ସମ୍ମାନ ଦିବସ ” କାର୍ଯ୍ୟକ୍ରମ ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ…

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ରାସ୍ତାରୋକୋ କଲେ ଉତ୍ତ୍ୟକ୍ତ ଲୋକେ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ/ କାଲିପଦ ରାୟ): ବାସୁଦେବପୁର ଧାମରା ରାସ୍ତାର ମାତାଜୀ ମଠ ଛକରେ ରାସ୍ତାରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରକ୍‌ ଧକ୍କା…

ଭିନ୍ନ ରୂପରେ ମୋଦି, ବନ୍ଧୁଙ୍କ ସହ ଫୁଟବଲ୍ ଖେଳି କହିଲେ….

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ମଙ୍ଗଳବାର ସକାଳେ ଗ୍ୟାଙ୍ଗଟକରେ ପିଲାମାନଙ୍କ ଏକ ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri