ନକଲି ଶିକ୍ଷକ: ମେ ୧୫ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଯାଜପୁର ଅଫିସ,୧୮ା୩: ରାଜ୍ୟର କୋଣ ଅନୁକୋଣରେ ନକଲି ବି.ଏଡ୍‌/ସିଟି ଡିଗ୍ରୀଧାରୀ ଏବଂ ଆଦିବାସୀ ପ୍ରମାଣପତ୍ରରେ ଚଞ୍ଚକତା କରି ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ଅଭିଯୋଗ ହେବା ପରେ କେତେକାଂଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଆଇନ ଅନୁସାରେ ସେହି ନକଲି ଶିକ୍ଷକଙ୍କ ବିରୋଧରେ ଏଯାଏ ଫୌଜଦାରି ମାମଲା କିମ୍ବା ଦରମା ବାବଦ ଅର୍ଥ ଫେରସ୍ତ କରିବାକୁ ପ୍ରଶାସନର ଆଗ୍ରହ ନ ଥିବା ମନେ ହୋଇଛି। ବିଧାନସଭା ଅଧିବେଶନ ହେଲେ ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀ ନକଲି ଶିକ୍ଷକଙ୍କ କଥା ମନେ ପକାଇଥାନ୍ତି। ୧୦ା୩ା୨୦୨୩ ଏବଂ ୪ା୩ା୨୦୨୩ରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶରେ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ମାଧ୍ୟମରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦର୍ଶାଯାଇଛି। ଏହାବାଦ ଉକ୍ତ ମାମଲାଗୁଡିକୁ ପୁଣି ଏସ୍‌ଓପି ଜରିଆରେ ଗ୍ରହଣ କରି ୩୦ା୪ା୨୦୨୩ ସୁଦ୍ଧା ଶୃଙ୍ଖଳାଗତ କାର୍ଯ୍ୟବିଧି ଚୂଡାନ୍ତ ଏବଂ ୧୫ା୫ା୨୦୨୩ ସୁଦ୍ଧା ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାକୁ ଅବହେଳା କରାଗଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ହେଲେ ଏଭଳି ଚେତାବନୀ ଗତ ପ୍ରାୟ ଏକ ଦଶନ୍ଧି ହେବ ବିଭିନ୍ନ ସମୟରେ ଦିଆଯାଉଥିବାବେଳେ ସେଗୁଡ଼ିକ ଫାଇଲ ତଳେ ଚାପି ରହୁଛି।
ପ୍ରାୟ ୧ ବର୍ଷ ତଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ୨୫ ଜିଲାରେ ୪୯୮ ଜଣ ଅଭିଯୁକ୍ତ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ବାସ୍ତବରେ ଏହି ସଂଖ୍ୟାଠାରୁ ଢେର ଗୁଣ ଅଧିକ ନକଲି ଶିକ୍ଷକ ଛପି ରହିଥିବା ଅଭିଯୋଗ ହୋଇଛି। ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଥର ରାଜ୍ୟର ଜିଲା ଶିକ୍ଷାଧିକାରୀ (ଡିଇଓ)ମାନଙ୍କୁ କାର୍ଯ୍ୟରତ ନକଲି ଶିକ୍ଷକଙ୍କ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇ ଆସୁଛନ୍ତି। କିନ୍ତୁ ରାଜନୈତିକ ଚାପରେ କିମ୍ବା ନକଲି ଶିକ୍ଷକଙ୍କ ସହ ଭିତିରିଆ ବୁଝାମଣା ଦ୍ୱାରା ସେସବୁ ଚାପି ହୋଇଯାଉଥିବା ଚର୍ଚ୍ଚା ହେଉଛି। ୨୦୧୫ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୦୭୧୦/୩୦ା୧୧ା୨୦୧୫ରେ ରାଜ୍ୟରେ କାର୍ଯ୍ୟରତ ନକଲି ପ୍ରମାଣପତ୍ର ଦାଖଲକରି ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ନକଲି ଶିକ୍ଷକ ଚିହ୍ନଟ ଚାଲିଥିବାବେଳେ କାର୍ଯ୍ୟାନୁଷ୍ଠାନ ଫସର ଫାଟିଛି। ଡିଇଓମାନେ ବିଭିନ୍ନ ଆଳ ଦେଖାଇ ତଦନ୍ତ ଚାଲିଛି ବୋଲି ଉତ୍ତରରେ ପଦକ୍ଷେପ ସୀମିତ ରଖୁଛନ୍ତି। ଏପରିକି ୧୮ା୧୦ା୨୦୨୧ରେ ଓଡ଼ିଶାର ୨୩ ଜିଲା ଶିକ୍ଷାଧିକାରୀ (ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ ତଲବ କରାଯାଇଥିଲା। ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)(ସିସିଏ) ୧୯୬୨ ଆଇନର ଧାରା ୧୫ ଅନୁଯାୟୀ ଚାକିରିରୁ ବହିଷ୍କାର ଓ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାକୁ ଗତ ୧ ବର୍ଷ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ୧୦ ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏହାର ଉଲ୍ଲଂଘନ କରି ଆସୁଛନ୍ତି। ତେଣୁ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାହିଁକି ବିଭାଗୀୟ କାର୍ଯ୍ୟବିଧି ଗ୍ରହଣ କରା ନ ଯିବ ସେ ନେଇ ଉତ୍ତର ରଖିବାକୁ ଡିଇଇ ନିର୍ଦ୍ଦେଶକ ତାଙ୍କ ପତ୍ରରେ ଦର୍ଶାଇଥିଲେ। କିନ୍ତୁ
ଏହା କେବଳ ଏକ ପତ୍ରରେ ସୀମିତ ରହିଛି।
ଯାଜପୁର ଜିଲା ବ୍ୟାସନଗର ତହସିଲକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ତହସିଲ ଅଧୀନରେ ୭୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷକ ରହିଥିବା କୁହାଯାଉଛି। ବଡ଼ଚଣାର ପୂର୍ବତନ ବିଇଓଙ୍କ ନାମରେ ନକଲି ଶିକ୍ଷକତା ଅଭିଯୋଗ ହେବା ପରେ ତାଙ୍କୁ କେନ୍ଦ୍ରାପଡ଼ାକୁ ବଦଳି ହୋଇଛି। ୨୩ା୯ା୨୦୨୨ରେ କୋରେଇ ବ୍ଲକ ଶିକ୍ଷାଧିକାରୀ ୯ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ତଦନ୍ତ ପାଇଁ ତହସିଲଦାରଙ୍କୁ ପତ୍ର ଲେଖିଥିଲେ। ହେଲେ ତାହା ଏଯାଏ ତହସିଲ ଫାଇଲରେ ପଡ଼ିରହିଛି। ଏଥିରୁ ତହସିଲଦାରଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ଏଭଳି ରାଜ୍ୟରେ ଶତାଧିକ ନକଲି ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ମେଧାବୀ ଡିଗ୍ରୀଧାରୀ ଛାତ୍ରୀଛାତ୍ର ନିଯୁକ୍ତି ପାଇବାରୁ ବଞ୍ଚିତ ରହିଥିବା ମତପ୍ରକାଶ ପାଇଛି। ଡିଇଇଙ୍କ ପତ୍ରରେ ଆହୁରି ଦର୍ଶାଯାଇଛି ଯେ, ୧୬ା୧୨ା୨୦୨୧ରେ ନକଲି ଶିକ୍ଷକମାନଙ୍କ ପାଇଁ ଏସ୍‌ଓପି ପ୍ରଣୟନ ହୋଇଥିଲା। କିନ୍ତୁ ଅଧିକାଂଶ ମାମଲା ଏହି ଏସ୍‌ଓପି ଜରିଆରେ ପଦକ୍ଷେପ ଗ୍ରହଣ କରାଗଲା ନାହିଁ ବୋଲି ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ମେଡିକାଲ ଆଉଟଡୋର କୋଠା ମରାମତି: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି

କଟକ ଅଫିସ, ୨୬ା୧୨: ଏସ୍‌ସିବି ମେଡିକାଲରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଦାବିରେ ୧ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ...

ଗଛ କାଟିଲେ ସରପଞ୍ଚ

ବରୀ,୧।୧୨(ଡି.ଏନ.ଏ.): ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ ଗଛ ହିଁ ଏକମାତ୍ର ମାଧ୍ୟମ। ସେଥିପାଇଁ ବିଭିନ୍ନ ସ୍ଥାନରେ ଚାରା ରୋପଣ ଉପରେ ପରିବେଶବିତ୍‌ ଓ...

ଜଳ ସମ୍ପଦ, ପିଆର ବିଭାଗରେ ପାଣ୍ଠିର ଅଭାବ:୯ଟି ରାସ୍ତା ଆରଡି ବିଭାଗକୁ ହସ୍ତାନ୍ତର ପ୍ରସ୍ତାବ

ଯାଜପୁର ଅଫିସ,୧୩ା୧: ଜଳ ସମ୍ପଦ ଓ ପଞ୍ଚାୟତିରାଜ(ପିଆର) ବିଭାଗରେ ପାଣ୍ଠିର ଅଭାବ ତଥା ସୀମିତ ଅନୁଦାନ ଯୋଗୁ ସମ୍ପୃକ୍ତ ରାସ୍ତାଗୁଡିକର ଆବଶ୍ୟକ ଉନ୍ନତି ସହ ରକ୍ଷଣାବେକ୍ଷଣ...

ଉତ୍ତରପ୍ରଦେଶ ପୀଡ଼ିିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଧାରଣା

କୋରାପୁଟ,୫।୧୦(ସ୍ବ.ପ୍ର.): ଉତ୍ତରପ୍ରଦେଶ ହାଥରସରରେ ଘଟିଥିବା ଗଣବଳାତ୍କାର ଓ ହତ୍ୟା ମାମଲାରେ ସବୁଠି ପୀଡ଼ିିତାଙ୍କୁ ନ୍ୟାୟ ଦାବି ହେଉଛି। ଏ ନେଇ ସୋମବାର ଜିଲା କଂଗ୍ରେସ ପକ୍ଷରୁ...

ଗୀତା ବାଣ୍ଟି ନିଆରା ଭୋଟ ଭିକ୍ଷା

ଆଳି,୧୪ା୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ଏବେ ନିଆରା ପ୍ରଚାର ଦେଖିବାକୁ ମିଳୁଛି। ପ୍ରାର୍ଥୀ, ପ୍ରାର୍ଥିନୀମାନେ ଭିନ୍ନ ତରିକାରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।...

୬୦ ବର୍ଷୀୟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ

ଫୁଲବାଣୀ ଅଫିସ, ୧୦ା୨: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାଲଲହଡା,୧୦।୫(ଡି.ଏନ.ଏ.) – ପାଲଲହଡା ଉପଖଣ୍ଡର ଯୁବ ସଙ୍ଗଠନ ୟୁଥ୍‌ ଫର୍‌ ପାଲଲହଡା ପକ୍ଷରୁ କରୋନା ଯୋଦ୍ଧା ତଥା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧନା...

ପ୍ରଚଣ୍ଡ ଖରାରେ ପାଣି ପାଇଁ ଛଟପଟ

ସିଂହପୁର,୩୦ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପରେ ସାରା ରାଜ୍ୟ ଜଳୁଥିବା ବେଳେ ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମପ୍ରଭାବ ବୃଦ୍ଧି ପାଉଛି। ପୂର୍ବାହ୍ନ ୧୧ଟା ପରେ ସାଧାରଣ...

Advertisement
Archives

Model This Week