ନକଲି ଶିକ୍ଷକ: ମେ ୧୫ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଯାଜପୁର ଅଫିସ,୧୮ା୩: ରାଜ୍ୟର କୋଣ ଅନୁକୋଣରେ ନକଲି ବି.ଏଡ୍‌/ସିଟି ଡିଗ୍ରୀଧାରୀ ଏବଂ ଆଦିବାସୀ ପ୍ରମାଣପତ୍ରରେ ଚଞ୍ଚକତା କରି ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ଅଭିଯୋଗ ହେବା ପରେ କେତେକାଂଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଆଇନ ଅନୁସାରେ ସେହି ନକଲି ଶିକ୍ଷକଙ୍କ ବିରୋଧରେ ଏଯାଏ ଫୌଜଦାରି ମାମଲା କିମ୍ବା ଦରମା ବାବଦ ଅର୍ଥ ଫେରସ୍ତ କରିବାକୁ ପ୍ରଶାସନର ଆଗ୍ରହ ନ ଥିବା ମନେ ହୋଇଛି। ବିଧାନସଭା ଅଧିବେଶନ ହେଲେ ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀ ନକଲି ଶିକ୍ଷକଙ୍କ କଥା ମନେ ପକାଇଥାନ୍ତି। ୧୦ା୩ା୨୦୨୩ ଏବଂ ୪ା୩ା୨୦୨୩ରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶରେ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ମାଧ୍ୟମରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦର୍ଶାଯାଇଛି। ଏହାବାଦ ଉକ୍ତ ମାମଲାଗୁଡିକୁ ପୁଣି ଏସ୍‌ଓପି ଜରିଆରେ ଗ୍ରହଣ କରି ୩୦ା୪ା୨୦୨୩ ସୁଦ୍ଧା ଶୃଙ୍ଖଳାଗତ କାର୍ଯ୍ୟବିଧି ଚୂଡାନ୍ତ ଏବଂ ୧୫ା୫ା୨୦୨୩ ସୁଦ୍ଧା ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାକୁ ଅବହେଳା କରାଗଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ହେଲେ ଏଭଳି ଚେତାବନୀ ଗତ ପ୍ରାୟ ଏକ ଦଶନ୍ଧି ହେବ ବିଭିନ୍ନ ସମୟରେ ଦିଆଯାଉଥିବାବେଳେ ସେଗୁଡ଼ିକ ଫାଇଲ ତଳେ ଚାପି ରହୁଛି।
ପ୍ରାୟ ୧ ବର୍ଷ ତଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ୨୫ ଜିଲାରେ ୪୯୮ ଜଣ ଅଭିଯୁକ୍ତ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ବାସ୍ତବରେ ଏହି ସଂଖ୍ୟାଠାରୁ ଢେର ଗୁଣ ଅଧିକ ନକଲି ଶିକ୍ଷକ ଛପି ରହିଥିବା ଅଭିଯୋଗ ହୋଇଛି। ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଥର ରାଜ୍ୟର ଜିଲା ଶିକ୍ଷାଧିକାରୀ (ଡିଇଓ)ମାନଙ୍କୁ କାର୍ଯ୍ୟରତ ନକଲି ଶିକ୍ଷକଙ୍କ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇ ଆସୁଛନ୍ତି। କିନ୍ତୁ ରାଜନୈତିକ ଚାପରେ କିମ୍ବା ନକଲି ଶିକ୍ଷକଙ୍କ ସହ ଭିତିରିଆ ବୁଝାମଣା ଦ୍ୱାରା ସେସବୁ ଚାପି ହୋଇଯାଉଥିବା ଚର୍ଚ୍ଚା ହେଉଛି। ୨୦୧୫ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୦୭୧୦/୩୦ା୧୧ା୨୦୧୫ରେ ରାଜ୍ୟରେ କାର୍ଯ୍ୟରତ ନକଲି ପ୍ରମାଣପତ୍ର ଦାଖଲକରି ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ନକଲି ଶିକ୍ଷକ ଚିହ୍ନଟ ଚାଲିଥିବାବେଳେ କାର୍ଯ୍ୟାନୁଷ୍ଠାନ ଫସର ଫାଟିଛି। ଡିଇଓମାନେ ବିଭିନ୍ନ ଆଳ ଦେଖାଇ ତଦନ୍ତ ଚାଲିଛି ବୋଲି ଉତ୍ତରରେ ପଦକ୍ଷେପ ସୀମିତ ରଖୁଛନ୍ତି। ଏପରିକି ୧୮ା୧୦ା୨୦୨୧ରେ ଓଡ଼ିଶାର ୨୩ ଜିଲା ଶିକ୍ଷାଧିକାରୀ (ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ ତଲବ କରାଯାଇଥିଲା। ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)(ସିସିଏ) ୧୯୬୨ ଆଇନର ଧାରା ୧୫ ଅନୁଯାୟୀ ଚାକିରିରୁ ବହିଷ୍କାର ଓ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାକୁ ଗତ ୧ ବର୍ଷ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ୧୦ ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏହାର ଉଲ୍ଲଂଘନ କରି ଆସୁଛନ୍ତି। ତେଣୁ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାହିଁକି ବିଭାଗୀୟ କାର୍ଯ୍ୟବିଧି ଗ୍ରହଣ କରା ନ ଯିବ ସେ ନେଇ ଉତ୍ତର ରଖିବାକୁ ଡିଇଇ ନିର୍ଦ୍ଦେଶକ ତାଙ୍କ ପତ୍ରରେ ଦର୍ଶାଇଥିଲେ। କିନ୍ତୁ
ଏହା କେବଳ ଏକ ପତ୍ରରେ ସୀମିତ ରହିଛି।
ଯାଜପୁର ଜିଲା ବ୍ୟାସନଗର ତହସିଲକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ତହସିଲ ଅଧୀନରେ ୭୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷକ ରହିଥିବା କୁହାଯାଉଛି। ବଡ଼ଚଣାର ପୂର୍ବତନ ବିଇଓଙ୍କ ନାମରେ ନକଲି ଶିକ୍ଷକତା ଅଭିଯୋଗ ହେବା ପରେ ତାଙ୍କୁ କେନ୍ଦ୍ରାପଡ଼ାକୁ ବଦଳି ହୋଇଛି। ୨୩ା୯ା୨୦୨୨ରେ କୋରେଇ ବ୍ଲକ ଶିକ୍ଷାଧିକାରୀ ୯ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ତଦନ୍ତ ପାଇଁ ତହସିଲଦାରଙ୍କୁ ପତ୍ର ଲେଖିଥିଲେ। ହେଲେ ତାହା ଏଯାଏ ତହସିଲ ଫାଇଲରେ ପଡ଼ିରହିଛି। ଏଥିରୁ ତହସିଲଦାରଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ଏଭଳି ରାଜ୍ୟରେ ଶତାଧିକ ନକଲି ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ମେଧାବୀ ଡିଗ୍ରୀଧାରୀ ଛାତ୍ରୀଛାତ୍ର ନିଯୁକ୍ତି ପାଇବାରୁ ବଞ୍ଚିତ ରହିଥିବା ମତପ୍ରକାଶ ପାଇଛି। ଡିଇଇଙ୍କ ପତ୍ରରେ ଆହୁରି ଦର୍ଶାଯାଇଛି ଯେ, ୧୬ା୧୨ା୨୦୨୧ରେ ନକଲି ଶିକ୍ଷକମାନଙ୍କ ପାଇଁ ଏସ୍‌ଓପି ପ୍ରଣୟନ ହୋଇଥିଲା। କିନ୍ତୁ ଅଧିକାଂଶ ମାମଲା ଏହି ଏସ୍‌ଓପି ଜରିଆରେ ପଦକ୍ଷେପ ଗ୍ରହଣ କରାଗଲା ନାହିଁ ବୋଲି ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?