ଦିଲ୍ଲୀ, ଲକ୍ଷ୍ନୌରୁ ଆସୁଛି ନକଲି ମେଡିସିନ

କଟକ ଅଫିସ,୧ା୩: ପୁରୀଘାଟ ଥାନା ଅଧୀନ ଟାଉନହଲ୍‌ ରୋଡ୍‌ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମରେ ସୋମବାର ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀମାନେ ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ନକଲି ଓ-୨ ମେଡିସିନ ଜବତ କରିଥିଲେ। ଏହି କାରବାର ସହ ଜଡ଼ିତ ଡିଷ୍ଟ୍ରିବ୍ୟୁଟର ବିଜୟ ଅଗ୍ରଓ୍ବାଲଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୪୫/୨୩) ରୁଜୁ ହୋଇଛି। ତେବେ ଏହି ନକଲି ମେଡିସିନ ଦିଲ୍ଲୀ ଓ ଲକ୍ଷ୍ନୌରୁ ଆସୁଥିବା ନେଇ ପୋଲିସ୍‌କୁ ପ୍ରମାଣ ମିଳିଛି।
ସୂଚନା ଅନୁସାରେ, ପେଟରୋଗର ଆରୋଗ୍ୟ ପାଇଁ ବ୍ୟବହାର ହେଉଥିବା ଓ-୨ ମେଡିସିନ୍‌ର ନକଲି ବ୍ରାଣ୍ଡ ଦାମୀ ମେଡ୍‌ଲେ କମ୍ପାନୀର ଖୋଳରେ ଭର୍ତ୍ତି କରାଯାଇ ବିକ୍ରି ହେଉଥିବା ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଅଧିକାରୀମାନେ ବଜାରରେ ବିକ୍ରି ହେଉଥିବା ଉକ୍ତ ମେଡିସିନ୍‌ର ନମୁନା ସଂଗ୍ରହ କରିଥିଲେ। ଦାମୀଖୋଳରେ ବିକ୍ରି ହେଉଥିବା ଓ-୨ ମେଡିସିନ୍‌ ଅସଲି କମ୍ପାନୀର ନୁହଁ ବୋଲି ସମ୍ପୃକ୍ତ କମ୍ପାନୀ ପକ୍ଷରୁ କୁହାଯିବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା। ପୁରୀଘାଟ ପୋଲିସ ସହାୟତାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୋମବାର ଟାଉନ ହଲ୍‌ ରୋଡ୍‌ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ଗୋଦାମରେ ଚଢ଼ାଉ କରାଯାଇଥିଲା। ସେଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ନକଲି ଓ-୨ ମେଡିସିନ ଜବତ ହୋଇଥିଲା। ପୁଣି ମଙ୍ଗଳବାର ସେଠାରେ ଚଢ଼ାଉ କରାଯାଇ ଅବଶିଷ୍ଟ ନକଲି ମେଡିସିନ୍‌ ଜବତ କରାଯାଇଛି। ଏହି ନକଲି ମେଡିସିନ କାରବାରର ଗୁମର ଫିଟାଇବା ପାଇଁ ପୋଲିସ ବିଜୟଙ୍କୁ ପଚରାଉଚରା କରିବାବେଳେ ବହୁ ତଥ୍ୟ ହାସଲ କରିଛି। ସମ୍ପୃକ୍ତ ସଂସ୍ଥା ବିଜୟଙ୍କ ସ୍ତ୍ରୀଙ୍କ ନାମରେ ରହିଥିବାବେଳେ ବିଜୟ ନିଜେ ସବୁ କାରବାର କରୁଥିଲେ। ୨ ମାସ ତଳେ ଏହି ନକଲି ମେଡିସିନ୍‌ କାରବାର ଆରମ୍ଭ ହୋଇଥିଲା। ଦିଲ୍ଲୀର କ୍ରିଷ୍ଣା ମେଡିକୋ ଓ ଲକ୍ଷ୍ନୌର ନାଚୁରାଲ ଫାର୍ମାସ୍ୟୁଟିକାଲ୍ସରୁ ଏହି ନକଲି ମେଡିସିନ ଆସୁଥିଲା। କଟକ ସମେତ ଓଡ଼ିଶାର ବିଭିନ୍ନ ସହରକୁ ଏହି ନକଲି ମେଡିସିନ୍‌ ଯୋଗାଣ କରାଯାଉଥିଲା। ତେବେ ଏହାର ତାଲିକା ପ୍ରସ୍ତୁତ କରାଯିବା ପରେ ନକଲି ମେଡିସିନ୍‌କୁ ଫେରସ୍ତ ଅଣାଯାଉଥିବା ଜଣାଯାଇଛି। ଅପରପକ୍ଷରେ ପୋଲିସ ଦିଲ୍ଲୀ ଓ ଲକ୍ଷ୍ନୌ ଯାଇ ଉକ୍ତ ସଂସ୍ଥାଦ୍ୱୟକୁ ଠାବ କରିବାକୁ ଯୋଜନା କରିଛି। ଏହାପରେ ନକଲି କାରବାରର ମୂଳକୁ ଧରିବାରେ ସକ୍ଷମ ହୋଇପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ନକଲି ଟେଲମା-ଏମ୍‌ ଓ ଟେଲମା-୪୦ ମେଡିସିନ୍‌ କାରବାର ନେଇ ରାଜ୍ୟରେ ଚହଳ ପଡିଥିଲା। ଏହି ମାମଲାରେ ୨ଟି ଡିଷ୍ଟ୍ରିବ୍ୟୁଟର ସଂସ୍ଥାର ୨ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଅର୍ଥନୈତିକ କାରବାର ଉପରେ ରୋକ ଲଗାଯାଇଥିଲା। ରାଜ୍ୟ ବାହାରକୁ ବାରମ୍ବାର ପୁରୀଘାଟ ପୋଲିସ ଯାଇ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଉକ୍ତ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବାବେଳେ ପୁଣି ନକଲି ମେଡିସିନ କାରବାର କରିବାକୁ କିପରି ସାହସ କରାଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri