ଫେକ୍‌ ଜବ୍‌ ଅଫର

ଜବ୍‌ ଆଶାୟୀ ପ୍ରାର୍ଥୀ ଯେକୌଣସି ଜବ୍‌ ଅଫର୍‌ ପାଇଲେ ତାହା ଯେପରି ହାତଛଡ଼ା ନ ହୋଇଯାଉ ସେହି ଲକ୍ଷ୍ୟରେ ତୁରନ୍ତ ଆପ୍ଲାଏ କରିବାକୁ ପଛାନ୍ତି ନାହିଁ। ହେଲେ କେବେକେବେ ଏହା ଯେ ସେମାନଙ୍କୁ ଠକିବାର ଏକ ମାୟାଜାଲ, ତାହା ସେମାନେ ବୁଝିବା ବେଳକୁ ହୋଇସାରିଥାଏ ବିଳମ୍ବ। ଆଉ ଏମିତିରେ ମୁଣ୍ଡରେ ହାତ ରଖି ପଶ୍ଚାତ୍ତାପ କରିବା ଛଡ଼ା ନ
ଥାଏ କିଛି ଉପାୟ। ତେଣୁ ଜବ୍‌ ପାଇବା ଆଳରେ ଯେପରି ଠକାମିର ଶିକାର ନ ହେବେ, ସେଥିପାଇଁ କେତେକ
ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…

କେମିତି ହୁଏ ଠକେଇ…
ଜବ୍‌ ଆଶାୟୀ ପ୍ରାର୍ଥୀ ଯେକୌଣସି ଜବ୍‌ ଅଫର୍‌ ପାଇଲେ ତାହା ଯେପରି ହାତଛଡା ନ ହୋଇଯାଉ ସେହି ଲକ୍ଷ୍ୟରେ ତୁରନ୍ତ ଆପ୍ଲାଏ କରିବାକୁ ପଛାନ୍ତି ନାହିଁ। ହେଲେ କେବେକେବେ ଏହା ସେମାନଙ୍କୁ ଠକିବାର ମାଧ୍ୟମ ସାଜିଥାଏ, ସେ ଦିଗରେ ସେମାନେ ସତର୍କ ନ ଥାନ୍ତି। ହ୍ୟାକର୍‌ମାନେ ଠକେଇ କିଭଳି କରନ୍ତି, ଜାଣିରଖନ୍ତୁ ସେ ସମ୍ପର୍କରେ…
ସେମାନେ ମନ୍‌ଷ୍ଟର, ନୌକ୍ରି ଡଟ୍‌ କମ୍‌, ଟାଇମ୍ସ ଜବ୍‌, ଲିଙ୍କ୍‌ଡ ଇନ୍‌, ସାଇନ୍‌ ଭଳି ପ୍ରତିଷ୍ଠିତ ବିଭିନ୍ନ ରିକ୍ରୁଟ୍‌ମେଣ୍ଟ ସାଇଟ୍‌ରୁ ଜବ୍‌ ଆଶାୟୀ ପ୍ରାର୍ଥୀମାନଙ୍କର ପ୍ରୋଫାଇଲ୍‌ ସଂଗ୍ରହ କରିଥା’ନ୍ତି।
କମ୍ପାନୀ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ଜବ୍‌ ଖୋଜୁଥିବା ଯୁବତୀଯୁବକଙ୍କୁ ମେଲ୍‌ କରିଥା’ନ୍ତି। ନିଜକୁ ଜବ୍‌ କନ୍ସଲ୍‌ଟାଣ୍ଟ ଭାବେ ପରିଚୟ ଦେଇଥା’ନ୍ତି ଏବଂ ଉକ୍ତ ଜବ୍‌ କେବଳ ଆପଣ ହିଁ ପାଇବେ ବୋଲି ବିଶ୍ୱାସ ଯୋଗାଇଥା’ନ୍ତି।
ବ୍ୟାଙ୍କ୍‌ ଟ୍ରାନ୍ସଫର ଜରିଆରେ ସିକ୍ୟୁରିଟି ଫି, ରେଜିଷ୍ଟ୍ରେଶନ୍‌ ଫି, ଇଣ୍ଟରଭ୍ୟୁ ଫି ଆଦି ଜମା କରିବାକୁ କହିଥା’ନ୍ତି।
ଭ୍ରମିତ କରିବା ଲାଗି ସେମାନେ ନାମୀଦାମୀ କମ୍ପାନୀ, ଜବ୍‌ ପୋର୍ଟାଲ୍‌ ଏମିତିକି ସରକାରୀ ବିଭାଗଗୁଡ଼ିକର ମଧ୍ୟ ଡୁପ୍ଲିକେଟ୍‌ ଓ୍ବେବ୍‌ସାଇଟ୍‌ କରିଥା’ନ୍ତି। ସେଥିରେ ଜବ୍‌ ଅଫର ପୋଷ୍ଟ କରି ବିଭିନ୍ନ ଖର୍ଚ୍ଚ ଆଳରେ ଟଙ୍କା ଲୁଟିଥା’ନ୍ତି।
ବଦଳରେ ଅନ୍‌ଲାଇନ୍‌ କିମ୍ବା ଫୋନ୍‌ରେ ଇଣ୍ଟରଭ୍ୟୁ ନେବାକୁ କହିଥା’ନ୍ତି ଏବଂ ନକଲି ଆପଏଣ୍ଟମେଣ୍ଟ ଲେଟର ପଠାଇଥା’ନ୍ତି।
କେହି ଠକ କଲେଜ୍‌, ୟୁନିଭର୍ସିଟି ଆଦିକୁ ଯାଇ ଭଲ ଭଲ କମ୍ପାନୀର ଏଜେଣ୍ଟ ଭାବେ ନିଜର ପରିଚୟ ଦେଇଥା’ନ୍ତି। କ୍ୟାମ୍ପସ୍‌ ସିଲେକ୍ସନ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଜବ୍‌ ଯୋଗାଇ ଦେବା ଲାଗି କହି ସେମାନଙ୍କ ନାମ, ଫୋନ୍‌ ନମ୍ବର ଆଦି ଡିଟେଲ୍ସ ସଂଗ୍ରହ କରିନିଅନ୍ତି। ସେମାନଙ୍କୁ ଯୋଗାଯୋଗ କରି ଭଲ ଜବ୍‌ କରାଇଦେବାର ପ୍ରଲୋଭନ ଦେଇ ଟଙ୍କା ଲୁଟି ଥାଆନ୍ତି।
ହୁଅନ୍ତୁ ସତର୍କ:
ହ୍ୟାକର୍‌ମାନେ ଇ-ମେଲ୍‌ ଜରିଆରେ ଫେକ୍‌ ଜବ୍‌ ଅଫର ଦେଇ ଅନେକଙ୍କୁ ଲୁଟୁଥିବାର ଦେଖିବାକୁ

ବିଶ୍ୱରଞ୍ଜନ ମହାନ୍ତି(ତାଳଚେର)- ମୋର ଜଣେ ଘନିଷ୍ଠ ବନ୍ଧୁ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଥିବାରୁ ପାଠପଢ଼ା ସହ ନିଜର ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ପାର୍ଟଟାଇମ୍‌ ଜବ୍‌ ଖୋଜୁଥିଲା। ଖବରକାଗଜରୁ ଏକ ଘରୋଇ ସଂସ୍ଥାର ବିଜ୍ଞପ୍ତି ଦେଖି ଯୋଗାଯୋଗ କରି ଜଏନ୍‌ କରିଥିଲା, କାର୍ଯ୍ୟ କରିବାର ଦୁଇ-ତିନି ମାସ ପରେ ଦରମା ନ ମିଳିବାରୁ ଜାଣିଲା ଯେ ସଂସ୍ଥାର ନିଜସ୍ବ ସ୍ଥାୟୀ ଭିତ୍ତିଭୂମି ନାହିଁ। ସଂପୃକ୍ତ ବ୍ୟକ୍ତିବିଶେଷ ମିଥ୍ୟା ପ୍ରଲୋଭନ ଦେଖାଇ ଚାକିରି ପାଇଁ ଆଶାୟୀ ଯୁବତୀଯୁବକଙ୍କୁ ସେମାନଙ୍କ ପାଇଁ କାମ କରାଇ ଲୁଟୁଛନ୍ତି। ତେଣୁ ସମସ୍ତଙ୍କୁ ଏ ଦିଗରେ ସଚେତନ ହେବା ଦରକାର। କୌଣସି ସ୍ଥାନରେ ଚାକିରି କରିବା ପୂର୍ବରୁ ଉକ୍ତ ସଂସ୍ଥା ବିଷୟରେ ସଠିକ୍‌ ତଥ୍ୟ ସଂଗ୍ରହ କରନ୍ତୁ ଏବଂ ଚାକିରି ପାଇବା ଆଶାରେ ଟଙ୍କା ଦେଇ ଠକାମିର ଶିକାର ହୁଅନ୍ତୁ ନାହିଁ।
ପ୍ରଣୟ ଠାକୁର ମହାପାତ୍ର(ଖୋର୍ଦ୍ଧା)- ଭଲ ଜବ୍‌ଟିଏ ପାଇବାକୁ କିଏ ବା ନ ଚାହେଁ। ସେଥିପାଇଁ ଅନେକ କଷ୍ଟ କରିବାକୁ ହୁଏ। ହେଲେ କେବେକେବେ ଫେକ୍‌ ଅଫର୍‌ ବା ଦଲାଲଙ୍କ ହାବୁଡେ ପଡି ଠକାମିର ଶିକାର ହେବାକୁ ପଡିଥାଏ। ଗତ ବର୍ଷ ବିଭିନ୍ନ ସ୍ଥାନରେ ଜବ୍‌ ପାଇଁ ଆପ୍ଲାଏ କରିଥିଲି। କେତେକ ଲୋକାଲ ସହିତ ଲଣ୍ଡନ୍‌ର ଏକ କମ୍ପାନୀ ପକ୍ଷରୁ ମଧ୍ୟ ଜବ୍‌ ଅଫର ଆସିଥିଲା। ମେଲ୍‌ରେ ଲେଖାଥିଲା ମାସିକ ଦରମା ପ୍ରାୟ ୮ ଲକ୍ଷ। ଉକ୍ତ କମ୍ପାନୀର ଏଜେଣ୍ଟଙ୍କ ସହ କଥା ହେବାରୁ ସେମାନେ ପ୍ରଥମ ୬ ମାସ ଅନ୍‌ଲାଇନ୍‌ରେ କାମ କରିବାକୁ କହିଲେ। ସେଥିପାଇଁ ଦରମା ପଠାଇବାକୁ ବ୍ୟାଙ୍କ୍‌ ଡିଟେଲ୍ସ ସହ ଭିସା ପାଇଁ ଏକ ଲକ୍ଷ ଟଙ୍କା ସିକ୍ୟୁରିଟି ମନି ଡିପୋଜିଟ୍‌ କରିବାକୁ କହିଲେ। ସନ୍ଦେହ ଉପୁଜିବାରୁ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ କମ୍ପାନୀ ବିଷୟରେ ଜାଣିବାକୁ ଚେଷ୍ଟା କଲି ଏବଂ ତାହା ଏକ ଫେକ୍‌ ମେଲ୍‌ ବୋଲି ମଧ୍ୟ ବୁଝିପାରିଲି। ମୋ ମତରେ ସଭିଏଁ ଏଭଳି ଫେକ୍‌ ଜବ୍‌ ପ୍ରତି ସତର୍କ ରହିଲେ ଠକେଇ ଧୀରେ ଧୀରେ କମିପାରିବ।ମିଳୁଛି। ତେଣୁ ଇ-ମେଲ୍‌କୁ କୌଣସି ଜବ୍‌ ଅଫର ଆସିଲେ ତୁରନ୍ତ ଆପ୍ଲାଏ କରି ନିଜର ପର୍ସନାଲ୍‌ ଡାଟା ଦେବାର ଭୁଲ ଆଦୌ କରନ୍ତୁ ନାହିଁ। ପ୍ରଥମେ ଭଲ ଭାବେ ଦେଖନ୍ତୁ ତାହା ଏକ ଠିକ୍‌ ତଥା ରେଜିଷ୍ଟର୍ଡ ଆଇଡି କି ନୁହେଁ। କାରଣ ଅନେକ ନାମୀଦାମୀ କମ୍ପାନୀ ନଁାରେ ସାମାନ୍ୟ ସ୍ପେଲିଙ୍ଗ୍‌ ଭୁଲ୍‌ ଥିବା ଡୋମେନ୍‌ ନେମ୍‌ ଅବା ଇ-ମେଲ୍‌ ଆଡ୍ରେସ୍‌ରେ ଆସୁଥିବା ଜବ୍‌ ଅଫର ଦେଖିଲେ ଯେ କେହିବି ଧୋକା ଖାଇଯିବେ। ତେଣୁ ଏଥିପ୍ରତି ସତର୍କ ରହିବା ସହ କେବଳ କମ୍ପାନୀର ନିଜସ୍ବ କ୍ୟାରିୟର୍‌ ପେଜ୍‌କୁ ଯାଇ ଆବେଦନ କରନ୍ତୁ।
ବିଦେଶୀ କମ୍ପାନୀରେ କୌଣସି ଜବ୍‌ ପାଇଁ ଆପ୍ଲାଏ କରୁଛନ୍ତି, ତେବେ ସିଧାସଳଖ ଯୋଗାଯୋଗ କରନ୍ତୁ। କାରଣ କୌଣସି ଏଜେଣ୍ଟଙ୍କ ମାଧ୍ୟମରେ ଗଲେ ଆପଣ ଠକାମିର ଶିକାର ହୋଇପାରନ୍ତି।
ଜବ୍‌ ପାଇଁ ଯଦି ଆପଣଙ୍କୁ ଆବଶ୍ୟକତାଠାରୁ ଖୁବ୍‌ ଅଧିକ ପ୍ୟାକେଜ୍‌ ଦିଆଯିବାକୁ କୁହାଯାଏ, ତେବେ ଜାଣିରଖନ୍ତୁ ଏହା ଆପଣଙ୍କୁ ଠକିବାର ଚାଲ୍‌ ହୋଇପାରେ। ବିଶେଷକରି କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବତୀଯୁବକଙ୍କୁ ବାହାର ରାଜ୍ୟ ବା ଦେଶରେ ଅଧିକ ଦରମାରେ ଚାକିରି କରାଇଦେବା, ରହିବା, ଖାଇବା ମାଗଣା ଭଳି ଲୋଭ ଦେଖାଇ ଦଲାଲ୍‌ମାନେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବାର ଅନେକ ଘଟଣା ନଜିର ରହିଛି। ଏଥିପ୍ରତି ସତର୍କ ରୁହନ୍ତୁ।
କୌଣସି ଜଣାଶୁଣା କମ୍ପାନୀ ଜବ୍‌ ଦେବା ପୂର୍ବରୁ ସିକ୍ୟୁରିଟି, ରେଜିଷ୍ଟ୍ରେଶନ୍‌, ଡକ୍ୟୁମେଣ୍ଟ ଭେରିଫିକେଶନ୍‌ ଇତ୍ୟାଦି ଲାଗି ଟଙ୍କା ମାଗୁଛନ୍ତି ତେବେ ତାହା ଫେକ୍‌। କାରଣ କୌଣସି କମ୍ପାନୀ ଜବ୍‌ ଦେବା ଲାଗି ଟଙ୍କା ମାଗି ନ ଥା’ନ୍ତି। ଏ କ୍ଷେତ୍ରରେ କମ୍ପାନୀର ପଞ୍ଜୀକୃତ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ କଲ୍‌ କରି ମେଲ୍‌ କିମ୍ବା ଟେଲିଫୋନ୍‌ ଯୋଗେ ଆପଣଙ୍କୁ ଯୋଗାଯୋଗ କରିଥିବା ବ୍ୟକ୍ତି ସମ୍ପର୍କରେ ସତ୍ୟାସତ୍ୟ ଯାଞ୍ଚ କରିନେବା ଆବଶ୍ୟକ।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କେହି ଜବ୍‌ ଦେବା ପୂର୍ବରୁ ଆପଣଙ୍କ ବ୍ୟାଙ୍କ୍‌ ଡିଟେଲ୍ସ, ଆଧାରକାର୍ଡ ଭଳି ପର୍ସନାଲ୍‌ ଡାଟା ମାଗେ ତେବେ ସତର୍କ ରୁହନ୍ତୁ। ନଚେତ୍‌ ଏହାଦ୍ୱାରା ହ୍ୟାକର୍‌ଙ୍କୁ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଚୋରି କରିବା ସହଜ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri