ରାଜଧାନୀରେ ନକଲି ଘିଅ କାରଖାନା ଠାବ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୩।୧(ଡି.ଏନ୍‌.ଏ.): ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଏବେ ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। କେଉଁଠି ନକଲି ମସଲା ତ ଆଉ କେଉଁଠି ନକଲି ତେଲ କାରଖାନା ଠାବ କରାଯାଉଛି। ରାଜ୍ୟବାସୀ ଏବେ ଖାଦ୍ୟ ନାଁରେ ଜହର ଖାଇଚାଲିଛନ୍ତି। କିଛି ଅର୍ଥ ଲୋଭରେ କେତେଜଣ ଅସାମାଜିକ ବ୍ୟକ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି। ରାସାୟନିକ ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ବିଷାକ୍ତ ଖାଦ୍ୟ ଖାଇବା ଦ୍ୱାରା ମଣିଷ ଅକାଳରେ ନିଜ ମରଣକୁ ଡାକିଆଣୁଛି। ଆମେ ଖାଉଥିବା ଖାଦ୍ୟ ହିଁ ଆମର ଖାଦକ ସାଜିଛି। କଟକ ପରେ ମଙ୍ଗଳବାର ଭୁବନେଶ୍ୱରସ୍ଥ ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ତ୍ରିଲୋଚନ ବିହାରରେ ଏକ ନକଲି ଘିଅ କାରଖାନା ଠାବ କରାଯାଇଛି। କାରଖାନା ମାଲିକ ଅଭିମନ୍ୟୁ ପୃଷ୍ଟିଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। କାରଖାନାରୁ ବିପୁଳ ପରିମାଣର ନକଲି ଘିଅ, କେମିକାଲ୍‌, କଞ୍ଚାମାଲ ଓ ଯନ୍ତ୍ରପାତି ଜବତ କରାଯାଇଛି।
ଅଭିମନ୍ୟୁଙ୍କର ଏକ ତିନିମହଲା ଘରେ ଏହି ନକଲି ଘିଅ କାରଖାନା ଦୀର୍ଘଦିନ ଧରି ଚାଲିଥିଲା। କୌଣସି ସୂତ୍ରରୁ ଏହି ସୂଚନା ପାଇ ଏୟାରଫିଲ୍ଡ ଥାନା ପୋଲିସ ଓ କୁଇକ୍‌ ଆକ୍ସନ୍‌ ଟିମ୍‌ (କ୍ୟୁଏଟି) ମିଳିତ ଭାବେ ମଙ୍ଗଳବାର ଉକ୍ତ କାରଖାନାରେ ଚଢାଉ କରିଥିଲେ। ପାମୋଲିନ୍‌ ତେଲ, ବିଭିନ୍ନ ରାସାୟନିକ ଦ୍ରବ୍ୟ, ରାସାୟନିକ ରଙ୍ଗ, ବନସ୍ପତି ଓ ବାସ୍ନା ପାଇଁ ଅତର ମିଶାଯାଇ ନକଲି ଘିଅ ପ୍ରସ୍ତୁତ କରାଯାଉଥିଲା। ପ୍ୟାକେଟ୍‌ରେ ବଡ଼ ବଡ଼ ବ୍ରାଣ୍ଡର ଲୋଗୋ ଲଗାଯାଇ ଏହି ନକଲି ଘିଅ ବଜାରକୁ ପଠାଯାଉଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କେସ୍‌ ନ. ୧୮/୨୧ରେ ଆଇପିସି ଧାରା ୪୨୦/୪୬୮/୨୭୨/୨୭୩, ୭୮/୭୯ ଟ୍ରେଡ ଆଣ୍ଡ ମର୍ଚ୍ଚାଣ୍ଡାଇଜ୍‌ ଆକ୍ଟ ୧୯୫୮, ୧୦୧/୧୦୨/୧୦୩/୧୦୪ ଟ୍ରେଡ୍‌ ମାର୍କ ୧୯୯୯ରେ ମାମଲା ରୁଜୁ କରିଛି। ପ୍ୟାକ୍‌ ଉପରେ ପ୍ରସ୍ତୁତ ତାରିଖ, ବ୍ୟାଜ୍‌, ଓଜନ କିଛି ଉଲ୍ଲେଖ ନ ଥିଲା। ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଘିଅ ନମୁନା ସଂଗ୍ରହ କରାଯାଇଥିବାବେଳେ ଏହା ଖାଦ୍ୟ ଉପଯୋଗୀ ନୁହେଁ ବୋଲି କୁହାଯାଇଛି। ଅଧିକ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ନିରାପତ୍ତା ଲାବ୍‌କୁ ନମୁନା ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri