ପାରାଦୀପ,୧୩ା୧(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪୮୦ କିଲୋମିଟର ପୂର୍ବଉପକୂଳ ଓ ଦେଶର ସାମୁଦ୍ରିକ ସୀମାରେ ମଙ୍ଗଳବାର ୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାର ନାମ ‘ ସି ଭିଜିଲ୍ ୨୦୨୧’ ରଖାଯାଇଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, ଓଡ଼ିଶା ପୋଲିସ, ମତ୍ସ୍ୟ ବିଭାଗ, ବନ ବିଭାଗ, କଷ୍ଟମ୍ସ, ସିଆଇଏସ୍ଏଫ୍, ଇମିଗ୍ରେଶନ ଓ ପାରାଦୀପ ପୋର୍ଟ ସମେତ ଅନ୍ୟ ସୁରକ୍ଷା ବିଭାଗ ସାମିଲ ହୋଇଛନ୍ତି। ଆତଙ୍କବାଦୀ ଓ ବାହ୍ୟଶତ୍ରୁ ଆକ୍ରମଣର ମୁକାବିଲା ପାଇଁ ସମସ୍ତ ସୁରକ୍ଷା ବିଭାଗର ମିଳିତ ସମନ୍ବୟରେ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ଏହି ଅବସରରେ ସମୁଦ୍ରରେ ପାଟ୍ରୋଲିଂ କରାଯାଇ ବିଭିନ୍ନ ମାଛଧରା ବୋଟ ଓ ମତ୍ସ୍ୟଜୀବୀଙ୍କୁ ଯାଞ୍ଚ କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୬ ନଭେମ୍ବର ୨୦୦୮ରେ ପାକିସ୍ତାନ ଆତଙ୍କବାଦୀମାନେ ସମୁଦ୍ରପଥ ଦେଇ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ୨୦୦୯ ରୁ ପ୍ରତିବର୍ଷ ୨ ଥର ମିଳିତ ସମରାଭ୍ୟାସ କରାଯାଉଛି। ଗତ ୬୭ ଦିନ ତଳେ ଏଭଳି ସମରାଭ୍ୟାସ ଆୟୋଜନ କରାଯାଇଥିଲା।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All

ବ୍ୟାଙ୍କମିତ୍ରଙ୍କ ସ୍ବାମୀ ଇନ୍ଫର୍ମର
ପରଜଙ୍ଗ, ୧୨।୨(ଡି.ଏନ୍.ଏ.): ଅଞ୍ଚଳର କେଉଁ ବ୍ୟବସାୟୀ କେଉଁଦିନ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଆସୁଥିଲେ। ସେମାନେ କେତେଟଙ୍କା ଜମା କରୁଥିଲେ। ହାରାହାରି କେତେ ସମୟ ବ୍ୟାଙ୍କରେ...

ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଜୁନାଗଡ଼,୩୧।୧: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଆଟିଗାଁ ସପ୍ତପଲ୍ଲୀ ବିଦ୍ୟାପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୁତ୍ତମାନେ ସ୍କୁଲ କବାଟ ତାଲା ଭାଙ୍ଗି...

ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ
ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ ମଝିରେ ବିଦେଶୀ...

ଟ୍ରକ୍ ତଳେ ପଶିଗଲା ମୋପେଡ, ଦମ୍ପତି ମୃତ
ପାତ୍ରପୁର,୨୭ା୨(ଡି.ଏନ୍.ଏ.)- ଜାତୀୟ ରାଜପଥ ନଂ.୧୬ ଆନ୍ଧ୍ରପ୍ରଦେଶ ଭେସି ଓ କୁଲାମ ମଧ୍ୟସ୍ଥଳରେ ଗୁରୁବାର ଏକ ମର୍ମତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍ ତଳେ ମୋପେଡ ପଶିଯିବାରୁ...

କୃଷି ବିଲ୍କୁ ବିରୋଧ: ବରଗଡ଼ରେ ଆମ୍ ଆଦ୍ମୀ ପାର୍ଟିର ବିକ୍ଷୋଭ
ବରଗଡ଼ ଅଫିସ,୨୨।୯: କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ ନେଇ ସବୁଠି ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଆମ୍ ଆଦ୍ମୀ ପାର୍ଟି (ଆପ୍) ଏହାର...

ଖାଲିପଡ଼ିଛି ମଙ୍ଗାଶାଳ
ବରଗଡ଼ ଅଫିସ୍, ୨୫ା୯: ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ବରଗଡ଼ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଦେଶ ତଥା ଦେଶ ବାହାରେ ଏଠାରେ ପ୍ରସ୍ତୁତ...

ବିପଦ ସଙ୍କେତ ଉପରେ ବୈତରଣୀ
ଭଣ୍ଡାରିପୋଖରୀ,୨୧ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶୁକ୍ରବାର ସକାଳ ୭ଟାରେ ବିପଦ ସଙ୍କେତ ଅତିକ୍ରମ କରିଛି। ଆନିକଟଠାରେ...

ଜମିବାଡ଼ି ବିବାଦରୁ ଗଣ୍ଡଗୋଳ: ଜଣେ ମୃତ୍ୟୁ, ୪ ଗୁରୁତର
ଅନୁଗୋଳ ଅଫିସ,୨୩।୩: ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଥିବା ବଡ଼ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଜଣଙ୍କର ମୁଣ୍ଡ ଗଡିଛି। ମୃତକ ହେଲେ ନବୀନ...