ଅସଲି ବସ୍ତାରେ ନକଲି ସାର

ଉମରକୋଟ, ୩।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ କୋପେନା ଗ୍ରାମର ସାର ବ୍ୟବସାୟୀ ସୁଦେଇ ମାଳି ସ୍ଥାନୀୟ ଅଞ୍ଚଳ ଚାଷୀଙ୍କୁ ଡିଏପି ସାର ନାମରେ ଖାଲି ମାଟି ଓ ପଥର ଗୁଣ୍ଡ ବିକ୍ରି କରି ଠକିଥିବା ଚାଷୀ ଅଭିଯୋଗ କରିଛନ୍ତି। ନକଲି ସାରକୁ ଅସଲି ଦାମରେ ବିକ୍ରି କରାଯାଇଛି। କୁଇଣ୍ଟାଲ ପିଛା ୩୨୦୦ ଟଙ୍କାରେ ଚାଷୀଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଛନ୍ତି। ସାର ବିକ୍ରି ପାଇଁ କୌଣସି ଲାଇସେନ୍ସ ନ ଥାଇ ସେ ଏହି ସାର ବିକ୍ରି କରୁଛନ୍ତି।

ମାସରେ ଧାନ,ମକା ବିହନ ଲଗାଇବା ଚାଷୀମାନେ ସୁଦେଇ ମାଳିଙ୍କଠାରୁ ଡିଏପି ସାର କିଣିଥିଲେ। ମକା ଗଛ ବଢ଼ିବାର ୧୫ରୁ ୨୦ ଦିନ ପରେ ଚାଷୀ ଉକ୍ତ ସାର ପକାଇବା ପରେ ସେଗୁଡ଼ିକ ଜମିରେ କେବଳ ପଡ଼ି ରହିଲା। ମାଟିରେ ମିଳେଇଲା ନାହିଁ। ନକଲି ସାର ବ୍ୟବହାର କରିଥିବାରୁ ଗଛ ନବଢ଼ି ମକା ଗଛ ହଳଦିଆ ହୋଇଯାଇଛି। ଯେଉଁ ଚାଷୀ ଅନ୍ୟ ଦୋକାନରୁ ଡିଏପି ଆଣି ବ୍ୟବହାର କରିଥିଲେ ସେମାନଙ୍କର ଧାନ ଓ ମକା ଭଲ ହୋଇଥିବା ଜାଣିବା ପରେ ଚାଷୀ ନକଲି ସାର କିଣି ଠକାମୀ ରେ ଶିକାର ହେଇଥିବା ଜାଣିଥିଲେ। ବୁଧବାର କପେନା, ବେହେଡା ଓ ଛତିଶଗଡ଼ର ତମରାଅଣ୍ଡ ଗ୍ରାମର ଶହଶହ ଚାଷୀ କୋପେନା ପଞ୍ଚାୟତ କାର୍ଯ୍ୟାଳୟକୁ ସାର ପ୍ୟାକେଟ ଧରି ସରପଞ୍ଚ କିଆବତି ଗଣ୍ଡ ଓ ପୁର୍ବତନ ସରପଞ୍ଚ ପର୍ଶୁରାମ ଗଣ୍ଡଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଙ୍ଗଳବାର ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କୁ ମଧ୍ୟ ଅଭିଯୋଗ ସମ୍ପର୍କରେ ଜଣାଇଥିଲେ।

ଅଧିକାରୀ ଦୁଇ ଜଣ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠେଇ ଥିଲେ। ସେମାନେ ଗ୍ରାମବାସୀଙ୍କୁ ଲିଖିତ ଅଭିଯୋଗ ଦେବାକୁ କହିଥିଲେ। ଉକ୍ତ ସାର ଉମରକୋଟ ଜଣେ ବ୍ୟବସାୟୀଙ୍କଠାରୁ କିଣିଥିବା ନେଇ କୋପେନାର ବ୍ୟବସାୟୀ କହିଛନ୍ତି। ବଳକା ସାରକୁ କାହରିକୁ ବିକ୍ରୀ ନ କରିବାକୁ ଚାଷୀମାନେ ବ୍ୟବସାୟୀଙ୍କୁ ତାଗିଦ କରିଛନ୍ତି। ଦୀର୍ଘ ବର୍ଷ ହେଲା ବ୍ୟବସାୟୀ ଜଣଙ୍କ ବିନା ଲାଇସେନ୍ସରେ ସାର ବିକ୍ରୀ କରି ଆସୁଛନ୍ତି, କୃଷି ବିଭାଗ ଅଧିକାରୀମାନେ ଏହା କିପରି ଜାଣି ପାରଲେ ନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଘଟଣାକୁ ନେଇ ଅତିରିକ୍ତ କୃଷି ଜିଲା ଅଧିକାରୀ ଅଜୟ କୁମାର କରଙ୍କୁ ପଚାରିବାରୁ ଏ ବିଷୟରେ ଅବଗତ ନାହିଁ। ଅଳ୍ପ ଦିନ ହେଲା ଆସିଛି। ଗୁରୁବାର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?