ଗଞ୍ଜାମରେ ନକଲି କୋଲ୍ଡ ଡିଙ୍କ୍ସ କାରଖାନା ଠାବ, ମାଲିକଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ , ୨୬।୧ – ଗଞ୍ଜାମ ଜିଲାର ସହର ଓ ସହର ତଳି ଅଞ୍ଚଳରୁ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହେବା ବନ୍ଦ ହେଉନାହିଁ। ଖାଦ୍ୟ ନା ’ରେ ବିକ୍ରି ହେଉଛି ଚକଚକିଆ ପ୍ୟାକେଟ। ହେଲେ ଖୋଳପା ଭିତରେ ବିଷ। ପ୍ରଥମେ ମସଲାଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପରେ ଚା ପତି, ତା ପରେ ନକଲି ସସ, ପରେ ନକଲି ପାଣି ବୋତଲ, ପରେ ଖାଇବା ତେଲ ଓ ମଙ୍ଗଳବାର ସଦର ଥାନା ପୋଲିସ ରାଉଳ ସୁକୁଣ୍ଡା ଗ୍ରାମରେ ଏକ ଘରେ ପ୍ରସ୍ତୁତ ହେଉଥିବା ନକଲି କୋଲ୍ଡ ଡିଙ୍କ୍ସ କାରଖାନାରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ନକଲି କୋଲ୍ଡ ଡ୍ରିଂକ୍ସ ଓ ଖାଲି ବୋତଲ, ଠିପି, ମେଶିନ ଓ ଲେବଲ୍‌ ଜବତ କରିଛି । ଘଟଣାରେ ସମ୍ପୃକ୍ତ ମାଲିକ ବଂଶୀଧର ପାତ୍ର ଙ୍କୁ ଥାନାକୁ ଆଣି ପୋଲିସ ଏବେ ଜେରା କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଭୋଗୁଥିବା କଏଦୀଙ୍କ ମୃତ୍ୟୁ

ଝାରସୁଗୁଡ଼ା ଅଫିସ୍‌,୨୨।୧: ଝାରସୁଗୁଡ଼ା ଉପକାରାଗାରରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା କଏଦୀ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି (୪୨)ଙ୍କ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ...

ଓ୍ବାର୍ଡସଭ୍ୟାଙ୍କ ଇସ୍ତଫା

ନିମାପଡ଼ା,୨୭।୧୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଅରିଷଣ୍ଢ ପଞ୍ଚାୟତର ୧୦ନଂ. ଓ୍ବାର୍ଡର ଓ୍ବାର୍ଡସଭ୍ୟା କବିତା ଦଳେଇ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମଙ୍ଗଳବାର...

ବେଆଇନ ପଥର ବୋଝେଇ ୮ ଡମ୍ପର ଜବତ: ଆଦାୟ ହେଲା ୧.୪୪ ଲକ୍ଷ ଜରିମାନା

ଜଳେଶ୍ୱର, ୯।୧(ସ୍ବ.ପ୍ର.)-ବିଭିନ୍ନ ସମୟରେ ଜଳେଶ୍ୱର ତହସିଲ ଅଞ୍ଚଳରେ ବେଆଇନ ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ...

ଯୁବକଙ୍କୁ ଛୁରାମାଡ଼ ଘଟଣା : ମାରଣାସ୍ତ୍ର ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା,୪।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ୪ନଂ. ଓ୍ବାର୍ଡ ମିଶ୍ରଗଳିଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ...

ଜବତ ଚାଉଳର ତଦନ୍ତ ଦାବି: ବ୍ଲକ କାର୍ଯ୍ୟାଳୟ ଘେରିଲା ଭାଜପା

ତିହିଡି,୭।୧(ଡି.ଏନ.ଏ.):ଭଦ୍ରକ ଜିଲା ତିହିଡି ବଜାରସ୍ଥିତ ଏକ ବ୍ୟକ୍ତିଗତ ଘର ସାମ୍ନାରୁ ଶନିବାର ସରକାରୀ ଚାଉଳ ଜବତ ହୋଇଥିଲା। ୨ଟି ଟ୍ରକରେ ବୋଝେଇ ହୋଇ ଚାଉଳ ରହିଥିବାବେଳେ...

ପ୍ରମାଣପତ୍ର ପାଇଁ ଟଙ୍କା

ପରଜଙ୍ଗ, ୧୨।୩(ଡି.ଏନ.ଏ.) ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା, ଦୁର୍ନୀତି ରୋକିବା, ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘୫-ଟି’ ବ୍ୟବସ୍ଥା।...

କଟକରୁ ଆଜି ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୭।୯-କଟକ ସହରରୁ ଆଜି ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ...

ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସମସ୍ୟା: ପୂରଣ ହେଲାନି ଗୋଟିଏ ବି ପ୍ରତିଶ୍ରୁତି, ରୋଗୀ ଭୋଗୁଛନ୍ତି ଦୁର୍ଦ୍ଦଶା

ଦଶରଥପୁର,୧ା୯(ଡି.ଏନ୍‌.ଏ.)- ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ରୋଗୀ ଏହି ସେବାରୁ ବଞ୍ଚତ୍ତ...

Advertisement
Archives

Model This Week