ନକଲି ସାର୍ଟିଫିକେଟ: ତଦନ୍ତ ନିର୍ଦ୍ଦେଶ

ବାରିପଦା ଅଫିସ,୯।୫: ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲର ଜଣେ ଶିକ୍ଷକ ଓ ତାଙ୍କ ସ୍ତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଘଟଣାରେ ତଦନ୍ତ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଉଭୟଙ୍କୁ ମାସକ ମଧ୍ୟରେ ସାର୍ଟିଫିକେଟ ଦାଖଲ କରି ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି।
ପ୍ରକାଶ, ଶିକ୍ଷକ ଜଣକ ୬ବର୍ଷ ଧରି ଚୁକ୍ତିଭିତ୍ତିକ ଶିକ୍ଷକତା କରିଥିଲେ । ସେ ଦେଇଥିବା ସାର୍ଟିଫିକେଟ ନକଲି ବୋଲି ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି ।
ଏ ନେଇ ଅଭିଯୋଗ ହେବା ପରେ ଶିକ୍ଷକ ଜଣକ ଢ଼େଙ୍କାନାଳ ସ୍ଥିତ ଜଗନ୍ନାଥ କଲେଜରୁ ଯୁକ୍ତ ଦୁଇ ପାସ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ମାତ୍ର ଶିକ୍ଷକଙ୍କ ନାମ ଥିବା କୌଣସି ଛାତ୍ର କଲେଜରୁ ପାସ ହୋଇ ନ ଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । ସେହିପରି ତାଙ୍କ ସ୍ତ୍ରୀ ଉତ୍କଳ ବିଶବିଦ୍ୟାଳୟରୁ ସଂସ୍କୃତରେ ଏମଏ କରିଥିବା ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ ଆରଟିଆଇ ମାଧ୍ୟମରେ କୌଣସି ଛାତ୍ରୀ ନ ଥିବା ଜଣାପଡିଛି ।
ଘଟଣା ପ୍ରଘଟ ହେବା ପରେ ଜିଲା ଶିକ୍ଷାଧିକାରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉକ୍ତ ଘଟଣାରେ ଶିକ୍ଷକଙ୍କ ଦରମା ଏକ ବର୍ଷ ପୂର୍ବରୁ ବନ୍ଦ ହୋଇ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଦରମା ଗତ ମାର୍ଚ୍ଚ ମାସରେ ବନ୍ଦ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri