ନକଲି ଆକାଉଣ୍ଟ ଚିନ୍ତା

Dillip Cherian

ଗୁଜରାଟରେ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀ ଏବଂ ମେଡିକାଲ ବୃତ୍ତିଧାରୀଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଅସୁବିଧାରେ ପକାଇବା ଲାଗି ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ)ରେ ସେମାନଙ୍କ ତଥ୍ୟ ଓ ଫଟୋକୁ ନେଇ ନକଲି ଆକାଉଣ୍ଟ ଧାରା ଦ୍ରୁତଗତିରେ ପ୍ରସାର ହେଉଛି। ସରକାରୀ ସ୍ତରରେ ଦରମା କିମ୍ବା ପେନ୍‌ସନ ତାଲିକା( ସିଭିଲ ତାଲିକା)ରୁ ସହଜରେ ଉପଲବ୍ଧ ହେଉଥିବା ଆଇଏଏସ୍‌, ଆଇପିଏସ୍‌ ଅଧିକାରୀଙ୍କ ତଥ୍ୟକୁ ନେଇ ସ୍କାମରମାନେ ପ୍ରକୃତ ଚିତ୍ର ସହ ନକଲି ପ୍ରୋଫାଇଲ ସୃଷ୍ଟିକରି ଶୋଷଣ କରୁଛନ୍ତି। ଜରୁରିକାଳୀନ ଚିକିତ୍ସା ପାଇଁ ପାଣ୍ଠି ମାଗିବାକୁ ସ୍କାମରମାନେ ନକଲି ପ୍ରୋଫାଇଲକୁ ନେଇ ଷ୍ଟୋରି କରି ଲୋକଙ୍କ ମଧ୍ୟରେ ଦୟାଭାବ ସୃଷ୍ଟି କରିପାରୁଛନ୍ତି। ବରିଷ୍ଠ ଅମଲାତନ୍ତ୍ରୀଙ୍କଠାରୁ ଆରମ୍ଭକରି ଆଗଧାଡ଼ିିର ଡାକ୍ତରଙ୍କ ପର୍ଯ୍ୟନ୍ତ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ତେବେ ରାଜ୍ୟ ସାଇବର କ୍ରାଇମ ୟୁନିଟ୍‌ ଏହି ଘଟଣାର ଯାଞ୍ଚକରି ୫୩ରୁ ଅଧିକ ନକଲି ଆକାଉଣ୍ଟକୁ ବନ୍ଦ କରିଥିବା ଜଣାପଡ଼ିଛି। ଯେଉଁମାନେ ଏହି ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ପଙ୍କଜ କୁମାର । ଏଥିସହ ଗୁଜରାଟ ଖଣିଜ ବିକାଶ ନିଗମର ରାଜୀବ କୁମାର ଗୁପ୍ତା ଏବଂ ଗୁଜରାଟ ରାଜ୍ୟ ମାନବାଧିକାର ଆୟୋଗର ଭାର୍ଗବୀ ଡାଭେଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ନକଲ କରାଯାଇଛି। ଗୁଜରାଟ ଜାରି ରଖିଥିବା ଡିଜିଟାଲ ଦୁର୍ନୀତି ବିରୋଧୀ ଲଢ଼େଇର ପ୍ରତିଧ୍ୱନି ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଭର୍ଚୁଆଲ କ୍ଷେତ୍ରର ସୁଦୃଢ଼ତା ପାଇଁ ଅମଲାତନ୍ତ୍ର, ନୀତ ନିର୍ଦ୍ଧାରକ ଏବଂ ନାଗରିକମାନଙ୍କର ମିଳିତ ପ୍ରୟାସ ଆବଶ୍ୟକ। ସମ୍ମିଳିତ ଭାବେ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକ ସାର୍ବଜନୀନ ତଥ୍ୟର ସୁରକ୍ଷା ଏବଂ ଉପଲବ୍ଧ ତଥ୍ୟର ଅପବ୍ୟବହାରକୁ ରୋକିବା ସକାଶେ ସମାଧାନର ନୂତନ ଉପାୟ ସହ ଆଗକୁ ଆସିବା ଦରକାର।
ନୂଆ ପଦବୀର ପ୍ରତିଧ୍ୱନି
ଚିଫ୍‌ ଡିିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭଳି ଜଣେ ଚିଫ୍‌ ଇନ୍‌ଭେଷ୍ଟିଂ ଅଫିସର ବା ମୁଖ୍ୟ ଅନୁସନ୍ଧାନକାରୀ ଅଧିକାରୀ (ସିଆଇଓ) ଆରମ୍ଭ କରିବାକୁ କେନ୍ଦ୍ର ବିଚାର କରୁଛି। ଅବସର ନେବାକୁ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମୁଖ୍ୟ ଏସ୍‌.କେ. ମିଶ୍ର ଓ ସିଆଇଓ ଗଠନକୁ ନେଇ ଆଲୋଚନା ହେଉଛି। ଏହା ନିଃସନ୍ଦେହ ଯେ,୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ମିଶ୍ରଙ୍କ ସାମର୍ଥ୍ୟ ଉପରେ କେନ୍ଦ୍ରର ବିଶ୍ୱାସ ରହିଥିବାରୁ ଏହି ଚର୍ଚ୍ଚା ଆହୁରି ଅଧିକ ହେବାରେ ଲାଗିଛି। ଯଦି ଏହା ବାସ୍ତବ ରୂପ ନିଏ, ତେବେ ମିଶ୍ର ଦେଶର ପ୍ରଥମ ସିଆଇଓ ଭାବରେ ସ୍ଥାନିତ ହେବେ ଓ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଜେନ୍ସିକୁ ତଦାରଖ କରିବେ। ତେବେ ଏହିସବୁ ନିଯୁକ୍ତି ଉପରେ ସରକାର ବ୍ୟାପକ ନିୟନ୍ତ୍ରଣ ରଖିବାକୁ ଆତୁର ବୋଲି ନିକଟରେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ହୋଇଥିବା ଅନୁଧ୍ୟାନରୁ ସଙ୍କେତ ମିଳିସାରିଛି। ଉଲ୍ଲେଖଯୋଗ୍ୟ, ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ସିଆଇଓ ଭୂମିକା ଗ୍ରହଣ କରିବ ବୋଲି ସରକାର ବିଚାର କରୁଛନ୍ତି ଓ ସିଆଇଓ ସଚିବ ର଼୍ୟାଙ୍କ୍‌ର ହେବ ବୋଲି ଆଶା କରାଯାଉଛି। ଖାଲି ସେତିକି ନୁହେଁ, ସେପ୍ଟେମ୍ବର ୧୫, ୨୦୨୩ରେ ମିଶ୍ରଙ୍କ ବିଦାୟ ପୂର୍ବରୁ ଏହା ଗଠନ ହେବା ସମ୍ଭାବନା ଅଛି। ଏହି ନୂତନ ପଦବୀ ଇଡି ଏବଂ ସିବିଆଇ ସହିତ ସହଭାଗୀ ହେବାକୁ ସ୍ଥିର ହୋଇଛି। କେତେଜଣ ବରିଷ୍ଠ ଅଧିକାରୀ ବିଶ୍ୱାସ କରନ୍ତି , ଏଭଳି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପୁଣି ଥରେ ଆସିିପାରେ। ସେମାନେ ମଧ୍ୟ ଭୟ କରୁଛନ୍ତି ଯେ ସିବିଆଇ ଏହାର ସ୍ଥିତି ହରାଇପାରେ ଏବଂ ଅପରପଟେ ଇଡି ଏବଂ ଆଇଟି ବିଭାଗର ଗୁରୁତ୍ୱ ବୃଦ୍ଧି ପାଇବ। ତେଣୁ, ଏହି ମାମଲାରେ ଅମଲାତାନ୍ତ୍ରିକ ପଦବୀଗୁଡ଼ିକର ପୁନର୍ଗଠନ ବାଦ୍‌ ବି ଅନେକ କିଛି ପ୍ରତିଧ୍ୱନିତ ହେବାରେ ଲାଗିଛି।
ସ୍ପଷ୍ଟ ହେଲା ବାସ୍ତବତା
ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏନ୍‌ଜି ରୋବେନ ସିଂଙ୍କ ଅପ୍ରତ୍ୟାଶିତ ନିଲମ୍ବନ ଏବେ ପ୍ରଶାସନିକ କ୍ଷେତ୍ରରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ନିଲମ୍ବନ ମଧ୍ୟ ମଣିପୁର ସମ୍ମୁଖୀନ ହେଉଥିବା ଏବକାର ଜଟିଳ ଆହ୍ବାନର ସ୍ଥିତିକୁ ସ୍ପଷ୍ଟ କରିଛି। ରାଜ୍ୟରେ ଜାତିଗତ ହିଂସା ମଧ୍ୟରେ ସୁରକ୍ଷା ସମସ୍ୟାକୁ ଦର୍ଶାଇ ଜିରିବମ ଜିଲାର ଡେପୁଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ସିଂ ମନା କରିଦେଇଛନ୍ତି। ଅଲ୍‌ ଇଣ୍ଡିଆ ସର୍ଭିସ୍‌(ଡିସିପ୍ଲିନ ଆଣ୍ଡ୍‌ ଅପିଲ) ରୁଲ୍ସ, ୧୯୬୯ର ନିୟମ ୩ ଅନୁଯାୟୀ ସିଂଙ୍କୁ ମଣିପୁର ମୁଖ୍ୟ ଶାସନ ସଚିବ ବିନିତ ଜୋଷୀ ନିଲମ୍ବନ କରିଥିଲେ। ତାଙ୍କ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରିବାକୁ ସିଂଙ୍କ ନିଷ୍ପତ୍ତିରୁ ଜଣାଯାଏ ଯେ, କୁକି ସମ୍ପ୍ରଦାୟର ପ୍ରାଧାନ୍ୟ ଥିବା ଅଞ୍ଚଳରେ କାର୍ଯ୍ୟ କରିବା ବିଷୟରେ ତାଙ୍କ ମନରେ ଆଶଙ୍କା ସୃଷ୍ଟି କରିଥିଲା ଏବଂ ତାଙ୍କ ପରି ମେଇତି ଅଧିକାରୀ ବିପଦର ସମ୍ମୁଖୀନ ହେବା ସ୍ଥିତିକୁ ଦର୍ଶାଇଥିଲା। ଅତୀତରେ ହୋଇଥିବା ବାରମ୍ବାର ବଦଳିକୁ ସେ ଦର୍ଶାଇିଛନ୍ତି। ଉପତ୍ୟକାରେ ସାମ୍ପ୍ରଦାୟିକ ହିଂସା ଦ୍ୱାରା ଅଧିକ ପ୍ରଭାବିତ ଜିଲାଗୁଡ଼ିକରେ ଡେପୁଟି କମିଶନର ଭାବରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ସେଥିରୁ ଜଣାପଡ଼ିଛି। ଏହି ଅଧ୍ୟାୟଟି ସୁରକ୍ଷା ସମସ୍ୟା, ଜାତିଗତ କ୍ରିୟାଶୀଳତା ଏବଂ ମଣିପୁରରେ ରାଜ୍ୟ ପ୍ରଶାସନର ଅଭ୍ୟନ୍ତରୀଣ ଜଟିଳତାକୁ ପ୍ରତିପାଦିତ କରେ। ଏହା ମଧ୍ୟ ବହୁମୁଖୀ ବାସ୍ତବତାକୁ ପ୍ରକାଶକରେ ଯାହାକୁ ସତର୍କତାର ସହ ବିଚାର ବଂ ସମାଧାନ ଆବଶ୍ୟକ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri