Posted inଜାତୀୟ

Ghibliରୁ ତିଆରି ହେଉଛି ନକଲି ଆଧାର-ପାନ୍‌ କାର୍ଡ, AIର ନୂଆ କାରନାମା

ଓପନଏଆଇର ଲୋକପ୍ରିୟ ଏଆଇ ଟୁଲ ଚାଟଜିପିଟି ଏବେ ନକଲି ଆଧାର କାର୍ଡ ଓ ପାନ କାର୍ଡ ତିଆରି କରିପାରୁଛି। ସୋସିଆଲ ମିଡିଆରେ ଏହି ନକଲି ପାନ କାର୍ଡ ଓ ଆଧାର କାର୍ଡର ଫଟୋ ଭାଇରାଲ ହେଉଛି। ଏହା ଏକ ଗମ୍ଭୀର ସୁରକ୍ଷା ବିପଦ ସୃଷ୍ଟି କରିଛି, ଯାହା ପାଇଁ ଏଆଇକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଦେଖାଦେଇଛି।

ଚାଟଜିପିଟିର ନୂଆ ଜିପିଟି-୪ଓ ମଡେଲରେ ଉନ୍ନତ ଇମେଜ ଜେନେରେସନ କ୍ଷମତା ରହିଛି। ଏହା ଗତ ସପ୍ତାହରେ ଲଞ୍ଚ ହୋଇଥିଲା ଓ ଏହା ଦ୍ୱାରା ୭୦ କୋଟିରୁ ଅଧିକ ଇମେଜ ତିଆରି ହୋଇସାରିଛି। ପୂର୍ବରୁ ଏହା ଘିବିଲି ଷ୍ଟାଇଲରେ ଫଟୋ ତିଆରି କରି ଲୋକଙ୍କ ମନୋରଞ୍ଜନ କରିଥିଲା, କିନ୍ତୁ ଏବେ ଏହା ନକଲି ଆଧାର ଓ ପାନ କାର୍ଡ ତିଆରି କରି ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ସୋସିଆଲ ମିଡିଆରେ କେତେକ ଲୋକ ଓପନଏଆଇର ସିଇଓ ସାମ ଆଲ୍ଟମ୍ୟାନ ଓ ଟେସଲାର ସିଇଓ ଏଲନ ମସ୍କଙ୍କ ନାଁରେ ନକଲି ଆଧାର କାର୍ଡ ତିଆରି କରି ଶେୟାର କରିଛନ୍ତି। ଏହି କାର୍ଡ ଦେଖିବାକୁ ଏତେ ସଠିକ ଲାଗୁଛି ଯେ ଏହା ନକଲି ନା ଅସଲି ଦେଖଇଲେ ତାଜୁବ ଲାଗୁଛି। ଏହା ପଛରେ ଚାଟଜିପିଟିର ନୂଆ ଇମେଜ ଜେନେରେସନ ଟୁଲ କାମ କରୁଛି, ଯାହା ସଠିକ ଓ ବିସ୍ତୃତ ଫଟୋ ତିଆରି କରିପାରୁଛି। ଏହି ଘଟଣା ପରେ ଏକ ପ୍ରଶ୍ନ ଉଠିଛି ଯେ ଚାଟଜିପିଟି ଏହି ଆଧାର କାର୍ଡ ତିଆରି ପାଇଁ ଡାଟା କେଉଁଠାରୁ ପାଇଲା? କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଓ ଏଆଇର ନିୟନ୍ତ୍ରଣ ପାଇଁ ଦାବି କରିଛନ୍ତି। ଏହା ସତ୍ତ୍ୱେ ଓପନଏଆଇ ଏ ବିଷୟରେ କୌଣସି ସ୍ପଷ୍ଟ ମନ୍ତବ୍ୟ ଦେଇନାହିଁ।
ଆଧାର କାର୍ଡ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଓ ଏହାର ନକଲି ତିଆରି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଏହି ପରିପ୍ରେକ୍ଷୀରେ ଏଆଇ ଟୁଲଗୁଡିକ ସୁରକ୍ଷିତ ବ୍ୟବହାର ଓ ନିୟନ୍ତ୍ରଣ ଉପରେ ଆଲୋଚନା ଜୋର ଧରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri