ଧୋଇଗଲା ଫେୟାରୱେଦର ରାସ୍ତା

ବରଗଡ଼ ଅଫିସ୍‌,୧୨।୮:ବରଗଡ଼-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହିଯାଇଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ତାକୁ ଭାଙ୍ଗି ଦିଆଯାଇ ସେଠାରେ ନୂତନ ପୋଲ ନିର୍ମାଣ ଚାଲିଛି । ୨୦୧୮ ମସିହାରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରିନାହିଁ। ଅନ୍ୟପଟେ ଲୋକଙ୍କ ଯାତାୟାତ ପାଇଁ ଅସ୍ଥାୟୀ ଫେୟାରୱେଦର ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ବର୍ଷାରେ ସେହି ରାସ୍ତା ବାରମ୍ବାର ଧୋଇ ଯାଉଛି। ଲଗାଣ ବର୍ଷା ଯୋଗୁ ଜିରା ନଦୀରେ ବନ୍ୟାଜଳ ଆସିବାରୁ ପୁଣି ଉକ୍ତ ଫେୟାରୱେଦର ରାସ୍ତା ଧୋଇ ହୋଇଛି। ଫଳରେ ବରଗଡ଼ ସହରରୁ ଅମ୍ବାପାଲି ବିଚ୍ଛିନ୍ନ ହୋଇପଡ଼ିଛି ଏବଂ ଏହା ଅଞ୍ଚଳବାସୀଙ୍କ ଦୁଃଖ, ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି ।
ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ
ନୂଆ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୪ବର୍ଷ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ନ ସରିବା ବିଡ଼ମ୍ବନାର ବିଷୟ । ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଯୋଗୁ ଏଭଳି ହେଉଛି। ସହରରେ ଗୋଟିଏ ସର୍କିଟ୍‌ ହାଉସ ଥିବାବେଳେ ପୁଣି ଏକ ସର୍କିଟ୍‌ ହାଉସ ନିର୍ମାଣ ପାଇଁ ସରକାର ଅନୁଦାନ ଦେଉଛନ୍ତି। ଅଥଚ ଲୋକଙ୍କ ଅତ୍ୟାବଶ୍ୟକ ଜିରା ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଅଞ୍ଚଳବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି । ସ୍କୁଲ, କଲେଜ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଅସୁବିଧା ହେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର।
-ସୁରେଶ ମହାପାତ୍ର, ଅମ୍ବାପାଲି
ଧନୁଯାତ୍ରା ପୂର୍ବରୁ ସରୁ
ନିର୍ମାଣ କାର୍ଯ୍ୟ
ଜିରା ନଦୀ ବରଗଡ଼ ଧନୁଯାତ୍ରାର ଏକ ଅଂଶବିଶେଷ। ଧନୁଯାତ୍ରାରେ ଏହା ଯମୁନା ପାଲଟିଯାଏ। ସେହିପରି ଅମ୍ବାପାଲି ଗୋପପୁର ଏବଂ ବରଗଡ଼ ମଥୁରାନଗରୀ। ପୁରୁଣା ବ୍ରିଜ୍‌ ଦେଇ ଲୋକେ ଧନୁଯାତ୍ରା ଦେଖିବା ପାଇଁ ଉଭୟ ଗୋପପୁର ଏବଂ ମଥୁରାନଗରୀକୁ ଯିବା ଆସିବା କରୁଥିଲେ। ହେଲେ ସେହି ବ୍ରିଜ୍‌ ଭାଙ୍ଗିବା ପରେ ଲୋକଙ୍କୁ ଧନୁଯାତ୍ରାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆଉ ୪ ମାସ ପରେ ବରଗଡ଼ ଧନୁଯାତ୍ରା। ଏହା ପୂର୍ବରୁ ବ୍ରିଜ୍‌ ନିର୍ମାଣ ସରିବା କଥା । କିନ୍ତୁ କାମ ଯେଭଳି ଶିଥିଳ ଚାଲିଛି, ନିର୍ମାଣ କାର୍ଯ୍ୟ ସରିବା ଆଶା କରାଯାଉନାହିଁ।
-ପଞ୍ଚାନନ ବିର୍ତ୍ତିଆ, ଅମ୍ବାପାଲି
ଦୁଃଖ କହିବାକୁ ଭାଷା ନାହିଁ
ବରଗଡ଼ ସହରରେ ମୋର ଦୋକାନ ଅଛି। ପୁରୁଣା ବ୍ରିଜ୍‌ ଦେଇ ନିୟମିତ ଦୋକାନକୁ ଆସୁଥିଲି। ତେବେ ତାହା ଭଙ୍ଗାଯିବା ପରେ ଫେୟାରୱେଦର ରାସ୍ତା ଆମମାନଙ୍କ ସାହା ଭରସା ପାଲଟିଥିଲା। କିନ୍ତୁ ବର୍ଷାଋତୁରେ ଥରେ କିମ୍ବା ଦୁଇଥର ନୁହେଁ। ଅନେକ ଥର ଫେୟାରୱେଦର ରାସ୍ତା ଧୋଇ ହେଉଛି ଏବଂ ଦୀର୍ଘଦିନ ଧରି ଅମ୍ବାପାଲି ବରଗଡ଼ ସହରରୁ ବିଚ୍ଛିନ୍ନ ହୋଇପଡ଼ୁଛି। ଫଳରେ ହଳଦୀପାଲି ଦେଇ ୬କି.ମି ଦୂର ଅତିକ୍ରମ କରି ଦୋକାନକୁ ଯିବାଆସିବା କରୁଛି। ବ୍ରିଜ୍‌ ନିର୍ମାଣ ସରୁ ନ ଥିବାରୁ ଯେଉଁ ଦୁଃଖ ଦୁର୍ଦ୍ଦଶା ଭୋଗୁଛି, ତାହା କହିବାକୁ ଭାଷା ନାହିଁ ।
-ରବୀନ୍ଦ୍ର ପୂଜାରୀ, ଅମ୍ବାପାଲି


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri