Odisha Elections 2024
Posted inଜାତୀୟ

ମୋଦିଙ୍କ ସୁରକ୍ଷାରେ ତ୍ରୁଟି

ବେଙ୍ଗାଲୁରୁ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କର୍ନାଟକର ହୁବଲିରେ ରୋଡ ଶୋ’ ସମୟରେ ଜଣେ ଯୁବକ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ିଯାଇ ତାଙ୍କ ନିକଟତର ହୋଇଥିଲେ। ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ଦେବାକୁ ଚାହୁଁଥିଲେ, ଏଥିପାଇଁ ସେ ଏସପିଜି କର୍ଡନ ଭାଙ୍ଗି ମୋଦିଙ୍କ ନିକଟରେ ପହଞ୍ଚିଥିଲେ। ଏହା ଦେଖି ଏସପିଜି କମାଣ୍ଡୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କଠାରୁ ଦୂରେଇ ନେଇଥିଲେ।
ପ୍ରଧାନମନ୍ତ୍ରୀ କର୍ନାଟକର ହୁବଲିରେ କାରରେ ଏକ ରୋଡ ଶୋ’ରେ ଭାଗ ନେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କାରର ଝରକା ଖୋଲି ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ, ମୋଦିଙ୍କ ସହ ଏସପିଜି କର୍ଡନ ଚାଲୁଥିଲା। ଏହି ସମୟରେ ଯୁବକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚି ତାଙ୍କୁ ଫୁଲମାଳ ଦେବାକୁ ଚେଷ୍ଟା କରିଥିଲେ। ଏସପିଜି କମାଣ୍ଡୋ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବାକୁ ଅନୁମତି ଦେଇ ନ ଥିଲେ।
ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହାକୁ ଦୃଷ୍ଟିରେ ରଖି ଭାଜପା ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିଜେ ମିଶନ କର୍ନାଟକରେ ନିୟୋଜିତ ଅଛନ୍ତି। ଏହା ଅଧୀନରେ ହୁବଲିରେ ଏହି ରୋଡ ଶୋ’ କରାଯାଉଛି। ଏହି ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବେ। ଚଳିତ ବର୍ଷ ୧୨ରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ କର୍ନାଟକର ହୁବଲିରେ ଜାତୀୟ ଯୁବ ମହୋତ୍ସବ ଆୟୋଜିତ ହେଉଛି। ଏହାର ବିଷୟବସ୍ତୁ ହେଉଛି ‘ବିକଶିତ ଯୁବକ, ବିକଶିତ ଭାରତ’।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

ଭୋଟ ଗଣତି ପୂର୍ବରୁ ଉପ ନିର୍ବାଚନକୁ ନେଇ ହେଲାଣି ଚର୍ଚ୍ଚା

ଭୋପାଳ,୧୮।୫: ମଧ୍ୟପ୍ରଦେଶର ୨୯ ଟି ଲୋକ ସଭା ଆସନ ପାଇଁ ଶେଷ ପର୍ଯ୍ୟାୟ ଭୋଟ ମେ ୧୩ ରେ ଅନୁଷ୍ଠିତ ହୋଇଥିଲା। ୪ ଟି ପର୍ଯ୍ୟାୟରେ...

ଲୋକ ସଭା ନିର୍ବାଚନରେ ମୋଦିଙ୍କୁ କିଏ ଦେଉଛନ୍ତି ଚ୍ୟାଲେଞ୍ଜ, ପ୍ରଶାନ୍ତ କିଶୋର କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସରକାରଙ୍କ ବିରୋଧରେ ହୋଇଥିବା ବିରୋଧକୁ ଦୃଢ ବୋଲି ବର୍ଣ୍ଣନା କରିଛନ୍ତି। ଏକ...

ସ୍ବାତୀ ମାଲିଓ୍ବାଲଙ୍କୁ ମାଡ ମାରିବା ଘଟଣା: ବୈଭବ କୁମାରଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ବିବାଦ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମେତ ଏଏପି ଦଳର...

ରାଜ ଠାକରେ ମୋଦିଙ୍କ ଚରଣରେ ବିଲିନ ହୋଇଯାଇଛନ୍ତି: ସଞ୍ଜୟ ରାଉତ

ମୁମ୍ବାଇ,୧୮।୫: ସଞ୍ଜୟ ରାଉତ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’କୁ ସମାଲୋଚନା କରିଛନ୍ତି। ରାଉତ ଅଭିଯୋଗ କରିଛନ୍ତି ଯେ ଭାଜପାର ରୋଡ ଶୋ’ର ଖର୍ଚ୍ଚ ମୁମ୍ବାଇ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ମହାରାଷ୍ଟ୍ରରେ ନିର୍ବାଚନ ମଧ୍ୟରେ ଚର୍ଚ୍ଚାରେ ରାଜ ଠାକରେଙ୍କ ଭାଷଣ

ମୁମ୍ବାଇ,୧୮।୫: ରାଜ ଠାକରେ ପ୍ରଥମ ଥର ପାଇଁ ଶିବାଜୀ ପାର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଞ୍ଚ ଶେୟାର କରିଛନ୍ତି। ଏହି ସମୟରେ ସେ ଅନେକ ପ୍ରସଙ୍ଗରେ...

‘କହ୍ନେୟା କୁମାରଙ୍କୁ ମାଡ଼ ମାରି ଉଚିତ ଶିକ୍ଷା ଦେଇଛୁ’, କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୫: ‘ଆମେ ତାଙ୍କୁ ଉଚିତ ଶିକ୍ଷା ଦେଇଛୁ । ସେ ସ୍ଲୋଗାନ ଦେଇଥିଲେ, ‘ଭାରତ ତେରେ ଟୁକଡ ଟୁକଡେ ହୋଙ୍ଗେ’। ଅଫଜାଲ ମୋତେ କ୍ଷମା କରିବୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri