ଅନୁସରଣ କରି ବିଫଳ

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ମିଜୋରାମ ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନାର ଫଳାଫଳ ୩ ଡିସେମ୍ବରରେ ପ୍ରକାଶ ପାଇଛି। ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟ ହାସଲ କରିଥିବା ବେଳେ ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)କୁ ହଟାଇ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠ ଦଳ ହୋଇପାରିଛି। ଏହି ନିର୍ବାଚନୀ ଫଳାଫଳ ଭାରତକୁ ଏକପ୍ରକାର ଦୁଇ ଭାଗରେ ବିଭକ୍ତ କରିଛି। ଦକ୍ଷିଣରେ ଭାଜପା ବିରୋଧରେ ସ୍ପଷ୍ଟ ମତ ରହିଥିବା ବେଳେ ହିନ୍ଦୀଭାଷୀ ରାଜ୍ୟରେ କଂଗ୍ରେସ ବିପକ୍ଷରେ ଓ ହିନ୍ଦୁତ୍ୱ ସପକ୍ଷରେ ବାରମ୍ବାର ମତ ପ୍ରକାଶ ପାଉଛି। କେତେକ ରାଜନୈତିକ ପର୍ଯ୍ୟବେକ୍ଷକ ଉପରଲିଖିତ ରାଜ୍ୟର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି କହୁଥିଲା ବେଳେ ଆଉ କେତେକେ କହୁଛନ୍ତି, ଏହା ସେମିଫାଇନାଲ ନୁହେଁ ବରଂ ଲୋକ ସଭା ନିର୍ବାଚନ ବେଳକୁ ସ୍ଥିତି ବଦଳିଯାଇପାରେ। ଏହି ପରିପ୍ରେକ୍ଷୀରେ ଯଦି ଏକ୍‌ଜିଟ୍‌ ପୋଲକୁ ଦେଖାଯାଏ ତେବେ ଛତିଶଗଡ଼ କ୍ଷେତ୍ରରେ ଅନୁମାନ ସମ୍ପୂର୍ଣ୍ଣ ଭୁଲ୍‌ ପ୍ରମାଣିତ ହୋଇଛି। ସେଠାରେ କଂଗ୍ରେସ ଆସିପାରେ ବୋଲି କୁହାଯାଉଥିଲା। ତେଲଙ୍ଗାନାରେ କଂଗ୍ରେସ ଆସିବା ନେଇ ଅନୁମାନ ଲଗାଯାଇଥିବା ବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭାଜପା-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଇଥିଲା।
ମଧ୍ୟପ୍ରଦେଶରେ ୨୦୦୩ରୁ ଅଦ୍ୟାବଧି ଭାଜପା କ୍ରମାଗତ କ୍ଷମତା ବଜାୟ ରଖିଆସିଛି ବୋଲି କୁହାଯାଇପାରେ। ୨୦୧୮ ବିଧାନସଭାରେ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ କେବଳ ୧୫ ମାସ ପାଇଁ ଶାସନ କରିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସନ୍ତୁଷ୍ଟ ୨୨ ବିଧାୟକଙ୍କୁ ନେଇ କଂଗ୍ରେସ ଶିବିରରୁ ଭାଜପା ଜାହାଜକୁ ଲମ୍ଫ ପ୍ରଦାନ କରିବା ପରେ ସେଠାରେ ରାଜନୈତିକ ସମୀକରଣ ବଦଳିଯାଇଥିଲା। ଭାଜପା ପୁନଶ୍ଚ କ୍ଷମତାସୀନ ହୋଇଥିଲା। ୨୦୨୩ ବିଧାନସଭା ଭୋଟ ବେଳେ କୁହାଯାଉଥିଲା ଯେ, ଭାଜପାର ଦୀର୍ଘବର୍ଷ ଶାସନ ସରକାର ବିରୋଧୀ ହାଓ୍ବାରେ ଉଡ଼ିଯିବ। କିନ୍ତୁ ତାହା ହେଲା ନାହିଁ। ବରଂ ନରମ ହିନ୍ଦୁତ୍ୱବାଦକୁ ଅନୁସରଣ କଂଗ୍ରେସ ପାଇଁ କାଳ ହେଲା। ପୂର୍ବରୁ ଭାଜପା ସହିତ ରହିଆସିଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀ ବଜରଙ୍ଗ ସେନା ସହ କଂଗ୍ରେସ ମିଶିଥିଲା। ଏଥିସହିତ କେତେକ ପୂଜାରୀଙ୍କୁ ଜମି ଅଧିକାର ଦେବା ସହ ଅନେକ ତୁଷ୍ଟୀକରଣ ଯୋଜନା ବିଷୟରେ ଘୋଷଣା କରିଥିଲା। ଛତିଶଗଡ଼ରେ କଂଗ୍ରେସ କ୍ଷମତାସୀନ ଥିଲେ ମଧ୍ୟ ସରକାରୀ ସ୍ତରରେ ଘଟିଥିବା ଦୁର୍ନୀତିକୁ ଭାଜପା ଲୋକଙ୍କ ପାଖରେ ପହଞ୍ଚାଇଥିଲା। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦଳର ଅନ୍ୟତମ ତୁଙ୍ଗ ନେତା ସଚିନ ପାଇଲଟଙ୍କ ମଧ୍ୟରେ କ୍ରମାଗତ କଳି ଦଳକୁ ପରାଜୟ ଆଡ଼କୁ ଠେଲି ଦେଇଥିଲା। ଏମିତି ଦେଖିଲେ ଦୀର୍ଘ ୩ ଦଶନ୍ଧି ଧରି ରାଜସ୍ଥାନରେ ବିକଳ୍ପ ଦଳକୁ ଭୋଟର ବାଛିବାର ନଜିର ରହିଥିବାରୁ ଚଳିତ ଥର ଏହା ଭାଜପା ଭାଗରେ ପଡ଼ିଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟକ୍କର ଦେବା ଲାଗି ଯୁବନେତା ତଥା ପ୍ରଦେଶ କଂଗ୍ରେସ ମୁଖ୍ୟ ରେଭନ୍ତ ରେଡ୍ଡୀଙ୍କୁ ପ୍ରଦର୍ଶନ କରିବାରୁ କଂଗ୍ରେସ ସୁଫଳ ପାଇପାରିଛି। ଏଥିସହିତ ଆଞ୍ଚଳିକ ଦଳ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)କୁ ଏକ ସର୍ବଭାରତୀୟ ଦଳରେ ପରିଣତ କରିବାର କେସିଆର୍‌ଙ୍କ ଉଦ୍ୟମ ତାଙ୍କ ପାଇଁ ବିପର୍ଯ୍ୟୟର କାରଣ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ଦେଖିବାକୁ ଗଲେ ତେଲଙ୍ଗାନାରେ ନୂଆ ମୁହଁ ଦେଇ କଂଗ୍ରେସ ବିଜୟ ହୋଇଛି। କିନ୍ତୁ ହିନ୍ଦୀଭାଷୀ ରାଜ୍ୟରେ ବରିଷ୍ଠ ନେତା, ଯେଉଁମାନଙ୍କୁ ଜନସାଧାରଣ ଚାହୁଁ ନ ଥିଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ପ୍ରୋଜେକ୍ଟ କରିବାରୁ ଫଳାଫଳ ଅସ୍ବାଭାବିକ ହେଲା। ଏଥିସହିତ କଂଗ୍ରେସ ଆଶା କରିଥିଲା ଯେ ନରମ ହିନ୍ଦୁତ୍ୱ ଓ ତୁଷ୍ଟୀକରଣ ଉପାୟ ଅବଲମ୍ବନ କଲେ ଭୋଟରଙ୍କ ହୃଦୟ ଜିଣିପାରିବ। ସାଧାରଣ ଲୋକଙ୍କ ସହ ନ ମିଶି ଦୀର୍ଘବର୍ଷ ଧରି ଧର୍ମକୁ ନେଇ ଭାଜପା ଯେଉଁ ଆସନ ସଂରକ୍ଷଣ କରିଆସିଛି, ତାହାକୁ କଂଗ୍ରେସ ଅନୁଧାବନ କରିବାରୁ ଗାତରେ ପଡ଼ିଗଲା। ସ୍ବକୀୟ ଚିନ୍ତା ଓ ଦେଶ ପାଇଁ ଦରକାର ହେଉଥିବା ଦୃଢ଼ ଅର୍ଥନୈତିକ ନୀତି ବିଷୟରେ ଭୋଟରଙ୍କୁୁ ଅବଗତ କରିଥିଲେ ହୁଏତ ଫଳ ଭିନ୍ନ ହୋଇଥାଆନ୍ତା।
ଏପଟେ ଭାଜପା ବିଜୟ ହେବାର ଅନେକ କାରଣ ରହିଛି। ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସେଭଳି ପ୍ରୋଜେକ୍ଟ କରାଯାଇ ନ ଥିଲା। ଛତିଶଗଡ଼ରେ ଡାକ୍ତର ରମଣ ସିଂଙ୍କ ଅପେକ୍ଷା ବରିଷ୍ଠ ଆର୍‌ଏସ୍‌ଏସ୍‌ ନେତା ଅଭୟରାମ ସାଓଙ୍କ ପୁଅ ତଥା ଯୁବନେତା ଅରୁଣ ସାଓକୁ ଗୁରୁତ୍ୱ ଦିଆଯାଇଥିଲା। ଅନୁରୂପ ଭାବେ ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ପରିବର୍ତ୍ତେ ଗୈରିକ ବସ୍ତ୍ରଧାରୀ ସାଧୁ ତଥା ରାଜସ୍ଥାନର ଯୋଗୀ ଭାବେ ପରିଚିତ ବାଳକନାଥ ଏବଂ କେନ୍ଦ୍ରରେ ମନ୍ତ୍ରୀ ଥିବା ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କୁ ଅଧିକ ଗୁରୁତ୍ୱ ଦିଆଯିବାରୁ ଭାଜପା ସଫଳତା ପାଇଥିବା କୁହାଯାଉଛି। ଏଥିସହିତ ହିନ୍ଦୀଭାଷୀ ଅଞ୍ଚଳରେ ସ୍ଥାନୀୟ ନେତାଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କାମ ଦେଇଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମହିଳା ଭୋଟରଙ୍କ ପାଇଁ ଭାଜପା ବିଭିନ୍ନ ହିତକାରୀ ଯୋଜନା ଘୋଷଣା କରିଥିଲା। ମଧ୍ୟପ୍ରଦେଶରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ କ୍ଷମତାରେ ରହିବା ଓ ଛତିଶଗଡ଼ରେ ଦଳର ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ଉଚିତ ସମୟରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଭାଜପା ସକ୍ଷମ ହୋଇଥିଲା। କଂଗ୍ରେସର ନିର୍ଦ୍ଦିଷ୍ଟ ବର୍ଗଙ୍କୁ ତୁଷ୍ଟ କରିବା ଲାଗି ନେଇଥିବା ପଦକ୍ଷେପକୁ ପ୍ରତିହତ କରିବା ସକାଶେ ଭାଜପାର ହିନ୍ଦୁତ୍ୱ, ବିକାଶ ଓ ଜନମଙ୍ଗଳ ଯୋଜନାର ମିଶ୍ରିତ କୌଶଳ ଆଗରେ ରହିଲା ବୋଲି କୁହାଯାଉଛି। କଂଗ୍ରେସ ‘ଇଣ୍ଡିଆ’ ମେଣ୍ଟରେ ନେତୃତ୍ୱ ନେବ ବୋଲି ଯାହା ଭାବିଥିଲା, ତାହା ବର୍ତ୍ତମାନ ଫସର ଫାଟିଲା। ଆଞ୍ଚଳିକ ଦଳଗୁଡ଼ିକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ କଂଗ୍ରେସର ସ୍ଥିତି ଭିନ୍ନ ହୋଇଥାଆନ୍ତା। ଅବଶ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଅନ୍ୟ କୌଣସି ଆଞ୍ଚଳିକ ଦଳ ନ ଥିବାରୁ ସେସବୁ ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଭୂମିକା ଗ୍ରହଣ କରିଛି। ଏହି ନିର୍ବାଚନୀ ଫଳାଫଳ ପ୍ରମାଣ କରିଦେଉଛି ଯେ, କଂଗ୍ରେସର ଆୟୁଷ ପୂରିବା ସତ୍ତ୍ୱେ ସେହି ଦଳ ତା’ର ତ୍ରୁଟି ସୁଧାରିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?