Posted inଜାତୀୟ

ଜେଇଇ-ନିଟ୍‌ରେ ଅସଫଳ: କୋଟାରେ ୮ ବର୍ଷରେ ୧୧୬ ଛାତ୍ରୀଛାତ୍ର କଲେଣି ଆତ୍ମହତ୍ୟା…

କୋଟା,୧୬।୮ : ଶିକ୍ଷା ସହର ଭାବେ ପରିଚିତ ରାଜସ୍ଥାନର କୋଟା ସହରରେ କୋଚିଂ ନେଉଥିବା ଛାତ୍ରୀଛାତ୍ରମାନଙ୍କ ଆତ୍ମହତ୍ୟା ଶୃଙ୍ଖଳା ଜାରି ରହିଛି। ଜିଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ସୁଦ୍ଧା ଗତ ଆଠ ବର୍ଷ ମଧ୍ୟରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୧ ଆତ୍ମହତ୍ୟା ଘଟଣା ରେକର୍ଡ କରାଯାଇଛି। କୋଟାରେ ଗତ ୮ ବର୍ଷରେ ୧୧୬ ଛାତ୍ରୀଛାତ୍ର ଆତ୍ମହତ୍ୟା କଲେଣି। ଚଳିତ ବର୍ଷ ୭୫ ପ୍ରତିଶତ ଘଟଣା କେବଳ ଗତ ଚାରି ମାସରେ ଘଟିଛି। କୋଟା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ଏବଂ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (ନିଟ୍‌) ପ୍ରାର୍ଥୀଙ୍କ ପାଇଁ ଏକ ହବ ଭାବେ ପ୍ରସିଦ୍ଧି ହାସଲ କରିଛି। ଏହା ଦ୍ୱାରା ବାର୍ଷିକ ଆନୁମାନିକ ବାର୍ଷିକ ୫ ହଜାର କୋଟି ରାଜସ୍ବ ସଂଗ୍ରହ ହୋଇଥାଏ।

ତଥ୍ୟ ଏହା ମଧ୍ୟ ଦର୍ଶାଇଛି ଏହି ମାସରେ ପ୍ରତି ଚାରି ଦିନରେ ହାରାହାରି ଜଣେ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଛନ୍ତି। ମଙ୍ଗଳବାରର ଘଟଣା ଏହି ମାସର ୧୩ ଦିନ ମଧ୍ୟରେ ଚତୁର୍ଥ ଘଟଣା । ମଙ୍ଗଳବାର ଜଣେ ୧୮ ବର୍ଷ ବୟସ୍କା ଜେଇଇ ଆଶାୟୀ ମହାବୀର ନଗରରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ଜେଇଇ ଆଶାୟୀ ପାଞ୍ଚ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ମହାବୀର ନଗର ପୋଲିସ ଷ୍ଟେଶନର ସବ-ଇନ୍ସପେକ୍ଟର (ଏସଆଇ) ପରମଜିତ ସିଂ କହିଛନ୍ତି, ବିହାରର ଜଣେ ନାବାଳିକା ଏକ ବର୍ଷ ପୂର୍ବରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଆଡମିଶନ ପ୍ରସ୍ତୁତି ପାଇଁ କୋଟା ଆସିଥିଲେ ଏବଂ ପେଇଙ୍ଗ ଗେଷ୍ଟ ଭାବେ ରହିଥିଲେ।

ଶେଷ ପ୍ରୟାସରେ ସେ ସଫଳ ହୋଇପାରି ନ ଥିବାରୁ ଛାତ୍ରୀଜଣକ ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ପ୍ରୟାସ ପାଇଁ ପ୍ରସ୍ତୁତ ହେଉଥିଲେ। ଗତକାଲି ରାତିରେ ତାଙ୍କ ଘର ମାଲିକ ବାରମ୍ବାର କବାଟ ବାଡେଇଥିଲେ କିନ୍ତୁ ଯେତେବେଳେ କୌଣସି ଉତ୍ତର ମିଳି ନ ଥିଲା, ସେତେବେଳେ ପୋଲିସ ଥାନାରେ ଖବର ଦିଆ ଯାଇଥିଲା। ପୋଲିସ କବାଟ ଭାଙ୍ଗି ଘରେ ପଶିଥିଲେ। ସେ କୋଠରୀରେ ମୃତ ଦେଖିବାକୁ ମିଳିଥିଲା। ଏସଆଇ କହିଛନ୍ତିି ମୃତକଙ୍କ ପାଖରୁ କୌଣସି ଆତ୍ମହତ୍ୟା ନୋଟ ମିଳି ନାହିଁ ଏବଂ ପ୍ରାଥମିକ ଅନୁସନ୍ଧାନରେ ଛାତ୍ରୀଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଜଣାପଡ଼ିଛି। ସେ କହିଛନ୍ତି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲା ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଦଶମ ପାସ କରିବା ପରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରମାନେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏଠାକୁ ଆସିଥାନ୍ତି।

କୋଟାକୁ ଆସୁଥିବା ଛାତ୍ରୀଛାତ୍ରମାନେ ମୁଖ୍ୟତଃ ଅନୁଷ୍ଠାନର କ୍ଲାସରେ ଯୋଗ ଦେଇ ସେମାନଙ୍କର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତଥା ନିଟ୍‌ ଏବଂ ଜେଇଇ ପରି ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ତଥାପି, ଅଧ୍ୟୟନର କ୍ରମବୃଦ୍ଧିମାନ ପ୍ରକୃତି ଏବଂ ସେମାନଙ୍କ ପରିବାରଠାରୁ ଦୂରରେ ରହିବା ଯୋଗୁ କିଛି ଛାତ୍ରୀଛାତ୍ରଙ୍କ ଉପରେ ଚାପ ସୃଷ୍ଟି ହୋଇଥାଏ। ଅଧିକାରୀମାନେ କହିଛନ୍ତି କୋଟାରେ ବର୍ତ୍ତମାନ ସାରା ଦେଶରୁ ପ୍ରାୟ ତିନି ଲକ୍ଷ ନିଟ୍‌ ଏବଂ ଜେଇଇ ଆଶାୟୀ ରହି ପ୍ରସ୍ତୁତି କରୁଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ କୋଟାରେ ୧୫ ଜଣ, ୨୦୧୯ ରେ ୧୮ ଜଣ ଆତ୍ମହତ୍ୟା କରିଥିବାବେଳେ ଏହି ସଂଖ୍ୟା ୨୦୧୮ ରେ ୨୦, ୨୦୧୭ ରେ ସାତ ଜଣ, ୨୦୧୬ ରେ ୧୭ ଏବଂ ୨୦୧୫ ରେ ୧୮ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୨୦ ଏବଂ ୨୦୨୧ରେ କୌଣସି ଆତ୍ମହତ୍ୟା ହୋଇ ନ ଥିଲା।

ଅଗଷ୍ଟ ୧୦ରେ, ୧୭ ବର୍ଷ ବୟସ୍କା ଜେଇଇ ଆଶାୟୀ କୋଟାର ଜବାହର ନଗରରେ ଆତ୍ମହତ୍ୟା କରିଥିଲେ। ୪ ଅଗଷ୍ଟରେ, ବିହାରର ଆଉ ଜଣେ ୧୭ ବର୍ଷୀୟ ଇଞ୍ଜିନିୟରିଂ ଆଶାୟୀ ମହାବୀର ନଗରରେ ଆତ୍ମହତ୍ୟା କରିଥିଲେ। ଅଗଷ୍ଟ ୩ ରେ ଉତ୍ତରପ୍ରଦେଶର ଜଣେ ଏନଇଇଟି ଆଶାୟୀ ବିଜ୍ଞାନ ନଗରରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତ ଜୁନ ମାସରେ ମଧ୍ୟ କୋଟାରେ ୪ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିଲେ। ଯେଉଁଥିରେ ଦୁଇ ଏନଇଇଟି ଆଶାୟୀ ଥିଲେ। ସେମାନେ ଜୁନ ୨୭ ରେ ୧୦ ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଥିଲେ।

ଆତ୍ମହତ୍ୟା ମାମଲାରେ ବୃଦ୍ଧି ଯୋଗୁ ରାଜସ୍ଥାନ ସରକାର ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି। ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ପରୀକ୍ଷା-ପ୍ରସ୍ତୁତି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ଏବଂ ଛାତ୍ରମାନଙ୍କ ଉପରେ ଏକାଡେମିକ ଚାପକୁ ହ୍ରାସ କରିବା ପାଇଁ ଆଇନ ପ୍ରଣୟନ କରାଯାଇପାରେ। ବିଶେଷକରି ବେସରକାରୀ କୋଚିଂ ସେଣ୍ଟର କିମ୍ବା ଅନଲାଇନ ଟ୍ୟୁଟୋରିଆଲରେ ନାମ ଲେଖାଯାଇଥିବା ଛାତ୍ରୀଛାତ୍ରମାନଙ୍କ ଉପରେ ଏହା ଲାଗୁ ହେବ ବୋଲି କୁହାଯାଉଛି।

ଏହା ବ୍ୟତୀତ ରାଜ୍ୟ ପୋଲିସ ବିଭାଗ ମଧ୍ୟ ୨୨ ଜୁନ ରେ ଏକ ଛାତ୍ରୀଛାତ୍ର ସେଲ ଆରମ୍ଭ କରିଛି। ଯେଉଁଥିରେ ଜଣେ ଅତିରିକ୍ତ ପୋଲିସ ଅଧୀକ୍ଷକ, ତିନି ଇନ୍ସପେକ୍ଟର , ସବ-ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏବଂ ମହିଳା ପୋଲିସ କର୍ମଚାରୀଙ୍କ ସମେତ ୬ ଜଣ କନଷ୍ଟେବଳ ଅଛନ୍ତି, ଯେଉଁମାନେ ନିୟମିତ ଭାବରେ ଛାତ୍ରୀଛାତ୍ରଙ୍କ ସହ ଯୋଗାଯୋଗ କରିବେ ଏବଂ ତଦାରଖ କରିବେ। କୋଚିଂ ସେଣ୍ଟରରେ ଛାତ୍ରୀଛାତ୍ରମାନଙ୍କୁ ଯାଞ୍ଚ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?