ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍‌ ଏବଂ ଓ୍ବେବ୍‌ସାଇଟ୍‌ ଠିକ୍‌ ଭାବେ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି। ଅନେକେ ଫେସବୁକ୍‌ରେ ଲଗ୍‌ ଇନ୍‌ କରିବାରେ ସମସ୍ୟା ହେଉଥିବା କହୁଥିବା ବେଳେ ଅନ୍ୟମାନେ ଇନଷ୍ଟାଗ୍ରାମରୁ କମେଣ୍ଟ ଦୃଶ୍ୟମାନ ହେଉ ନ ଥିବା କହୁଛନ୍ତି। ସେମାନେ ସୋସିଆଲ ମିଡିଆରେ ନିଜର ନିରାଶାକୁ ନେଇ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ଇନଷ୍ଟାଗ୍ରାମ ଡାଉନ୍‌ ୫୦୦ରୁ ଅଧିକ ଆକାଉଣ୍ଟକୁ ପ୍ରଭାବିତ କରିଛି ଯେଉଁଥିରେ ୟୁଜର୍ସ ମନ୍ତବ୍ୟ ମାଧ୍ୟମରେ ପୋଷ୍ଟ ସହିତ ଯୋଗାଯୋଗ କରିପାରି ନ ଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ ଫେସବୁକ ବ୍ୟବହାରକାରୀମାନେ ସେମାନଙ୍କର ଆକାଉଣ୍ଟ ଲଗ ଇନ କରିବାରେ ଏବଂ ଫିଡ୍‌ରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ଲାଟଫର୍ମଗୁଡ଼ିକରେ ଏଭଳି ସମସ୍ୟା ଜାରି ରହିଥିବା ବ୍ୟବହାରକାରୀମାନେ ଅଭିଯୋଗ ଆଣିଛନ୍ତି।

On Tuesday morning, users experienced major disruptions on Facebook and Instagram.(Representation Image- Unsplash )

ଫେସବୁକ ତୁଳନାରେ ଇନଷ୍ଟାଗ୍ରାମ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ପରି ମନେ ହେଉଛି। ନ୍ୟୁଜୱିକ ଦ୍ୱାରା କରାଯାଇଥିବା ରିପୋର୍ଟ ଅନୁସାରେ ମେଟା ଏପର୍ଯ୍ୟନ୍ତ ବିଭ୍ରାଟର କାରଣ କିମ୍ବା ସମାଧାନ ବ୍ୟାଖ୍ୟା କରି ବିବୃତ୍ତି ଜାରି କରିନାହିଁ।

ସାମାଜିକ ଗଣମାଧ୍ୟମ ବିଭ୍ରାଟ ବୈଷୟିକ ତ୍ରୁଟି, ହାର୍ଡୱେର୍‌ ତ୍ରୁଟି ପ୍ରମୁଖ ଯୋଗୁ ହୋଇପାରେ। ସଫ୍ଟୱେର୍‌ ତ୍ରୁଟି, ସର୍ଭର ସେଟିଂ ତ୍ରୁଟି ଏବଂ ନେଟୱାର୍କ ବିଫଳତା ବାଧାପ୍ରାପ୍ତ ହେବାର ସାଧାରଣ କାରଣ। ତ୍ରୁଟିପୂର୍ଣ୍ଣ ସର୍ଭର କିମ୍ବା ନେଟୱାର୍କିଂ ସମସ୍ୟା ଭଳି ଉପକରଣ ଭାଙ୍ଗିବା ମଧ୍ୟ ବ୍ୟାପକ ଡାଉନଟାଇମ ସୃଷ୍ଟି କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?