ପ୍ରଥମ ଥର ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହେଲେ ଜୁକରବର୍ଗ

ନୂଆଦିଲ୍ଲୀ,୮।୮: ଫେସ୍‌ବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପ୍ରଥମ ଥର ୧୦୦ ବିଲିୟନ ଡଲାର ସମ୍ପତ୍ତିର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଫେସ୍‌ବୁକର ଇଙ୍କ୍‌ ଶେୟାରର ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ରିପୋର୍ଟ ଅନୁସାରେ, ପ୍ରଥମ ଥର ପାଇଁ ଜୁକରବର୍ଗ ଏହି ତାଲିକାରେ ସାମିଲ ହୋଇଛନ୍ତି। ୧୦୦ବିଲିୟନ ଡଲାର କ୍ଲବରେ ପୂର୍ବରୁ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ୍‌ ଓ ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ରହିଛନ୍ତି। ୨୦୨୦ରେ ଏପର୍ଯ୍ୟନ୍ତ ଜୁକରବର୍ଗଙ୍କୁ ପ୍ରାୟ ୨୨ବିଲିୟନ ଡଲାର ଲାଭ ହୋଇଛି। ସେହିପରି ଜେଫ ବେଜୋସଙ୍କୁ ୭୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ଲାଭ ହୋଇଛି। ସୂଚନାଯୋଗ୍ୟ, ଗୁରୁବାର ଆମେରିକାର ଷ୍ଟକ ଏକ୍ସଚେଞ୍ଜରେ ଫେସ୍‌ବୁକର ଶେୟାର ୭ପ୍ରତିଶତ ବୃଦ୍ଧି ୨୬୬.୬ଡଲାରରେ ପହଞ୍ଚିଥିବା ବେଳେ ୨୬୫.୨୬ଡଲାରରେ ବନ୍ଦ ହୋଇଯାଇଥିଲା। ବ୍ଲୁମବର୍ଗ ଅନୁସାରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ଆମେରିକାର ଅର୍ଥନୀତି ଦ୍ରୁତ ଗତିରେ ହ୍ରାସ ପାଉଛି। କିନ୍ତୁ ଚଳିତ ବର୍ଷ ବୃହତ୍ତମ ଟେକ୍ନୋଲୋଜିର କମ୍ପାନୀଗୁଡ଼ିକର ପ୍ରତିଷ୍ଠାତାମାନଙ୍କର ମୂଲ୍ୟ ବୃଦ୍ଧି ହୋଇଛି। କାରଣ ଏହି ସମୟରେ ବିଶ୍ୱରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

ଶ୍ରୀନଗର, ୨।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ରଖାଯାଇଛି। ସେମାନେ ରହୁଥିବା ଶ୍ରୀନଗରର ଗୁପ୍‌କାର ରୋଡ୍‌ ଅଞ୍ଚଳକୁ...

ସୂର୍ଯ୍ୟର ୯୮.୬ ପ୍ରତିଶତ ହୋଇଯିବ ଢ଼ାଙ୍କି: ସୁନା କଙ୍କଣ ଭଳି ହେବ ଦୃଶ୍ୟମାନ

ନୂଆଦିଲ୍ଲୀ, ୨୧।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ରବିବାର ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ଆରମ୍ଭ ହେବ। ସୂର୍ଯ୍ୟର ୯୮.୬ ପ୍ରତିଶତ ଢ଼ାଙ୍କି ହୋଇଯିବ। ଫଳରେ...

ଭାରତ ବନ୍ଦ: ପଥର ମାଡ଼ରୁ ରକ୍ଷା ପାଇଁ ଡ୍ରାଇଭର ପିନ୍ଧିଲେ ହେଲମେଟ୍‌; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଲକାତା,୮।୧: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା...

୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି...

ତଥାପି ସକ୍ଷମ

କେବଳ ଯେ ଜଣେ ସୁସ୍ଥସବଳ ଶରୀରଧାରୀ ମଣିଷ ସଫଳ ହୋଇପାରିବ, ଆଗକୁ ବଢିପାରିବ ତାହା ନୁହେଁ। ବେଳେବେଳେ ହାତ, ଗୋଡ ନ ଥିବା ମଣିଷ ବି...

ବିମାନ ସେବା ହେବ ସହଜ: ବାୟୁସେନାର ୩୯ ବନ୍ଦରକୁ କରାଯିବ ବ୍ୟବହାର…

ନୂଆଦିଲ୍ଲୀ,୧୫।୩ : ଏବେ ବେସାମରିକ ବିମାନ ସେବାକୁ ସହଜ କରିବା ପାଇଁ ୩୯ ଟି ନୂତନ ସାମରିକ ବିମାନବନ୍ଦର ଏବଂ ୯ ଟି ଆଡଭାନ୍ସ ଲ୍ୟାଣ୍ଡିଂ...

୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, ଏବେ ମିଳିଲା ଭାରତୀୟ ଦଳରେ ସ୍ଥାନ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ...

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଅଧାଜଳା କପଡ଼ା, ପଲିଥିନ

ନୂଆଦିଲ୍ଲୀ,୩୦ ।୧: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଯାଞ୍ଚ ଏଜେନ୍ସି ସକ୍ରିୟ ହୋଇଉଠିଛି । ଶନିବାର ଘଟଣାସ୍ଥଳରୁ ଏନ୍‌ଏସ୍‌ଜି ଟିମ୍‌କୁ ଅଧାଜଳା କପଡା...

Advertisement
Archives

Model This Week