ଯୁଦ୍ଧମୁହାଁ କଙ୍ଗୋ-ର୍ବାଣ୍ଡା

କିନ୍‌ଶାସା/କିଗାଲି,୨୧।୬: ପ୍ରାୟ ୪ ମାସ ଧରି ଚାଲିଥିବା ୟୁକ୍ରେନ୍‌-ରୁଷିଆ ଲଢ଼େଇର କୌଣସି ନିଷ୍କର୍ଷ ବାହାରି ନ ଥିବାବେଳେ ଏବେ ଦୁଇ ଆଫ୍ରିକୀୟ ଦେଶ ଯୁଦ୍ଧମୁହାଁ ହୋଇଛନ୍ତି। ଶୁକ୍ରବାର ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ(ଡିଆର୍‌ସି)ର ଜଣେ ସୈନିକ ପୂର୍ବ ଆଫ୍ରିକୀୟ ଦେଶ ର୍ବାଣ୍ଡାର ପୋଲିସ ଗୁଳିରେ ନିହତ ହେବା ଏବଂ ର୍ବାଣ୍ଡା ସମର୍ଥତ୍ତ ଏମ୍‌-୨୩ ବିଦ୍ରୋହୀ ଗୋଷ୍ଠୀ ପୂର୍ବ କଙ୍ଗୋର ଏକ ପ୍ରମୁଖ ସହର ବୁନାଗାନାକୁ ଦଖଲ କରିବାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଛି। ଫଳରେ ୨୫ ବର୍ଷ ତଳେ ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରଥମ କଙ୍ଗୋ ଯୁଦ୍ଧର ପୁନରାବୃତ୍ତି ଆଶଙ୍କା ଉପୁଜିଛି। ଦୁଇ ଦେଶ ପରସ୍ପର ସୀମାରେ ରକେଟ୍‌ ମାଡ଼ କରୁଥିବାର ଅଭିଯୋଗ ଆଣୁଛନ୍ତି। ଯଦି ର୍ବାଣ୍ଡା ଚାହୁଁଛି ତେବେ ଯୁଦ୍ଧ ହେବ ବୋଲି କଙ୍ଗୋ ସାମରିକ ଅଧିକାରୀ ସିଲ୍‌ଭେନ୍‌ ଏକେଞ୍ଜ କହିଛନ୍ତି। ଆମେ ର୍ବାଣ୍ଡାକୁ ଭୟ କରୁନାହିଁ। ଲଢ଼ିବାକୁ ମଧ୍ୟ ଡର ନାହିଁ। ସୀମାରୁ ଇଞ୍ଚେ କାହାରିକୁ ଦିଆଯିବ ନାହିଁ ବୋଲି ଏକେଞ୍ଜ ର୍ବାଣ୍ଡାକୁ ଚେତାବନୀ ଦେଇଛନ୍ତି।
ଆଫ୍ରିକୀୟ ଦେଶ କେନିୟା ରାଷ୍ଟ୍ରପତି ଉହୁରୁ କେନୟଟା ନବଗଠିତ ଇଷ୍ଟ ଆଫ୍ରିକାନ୍‌ ରିଜିଓନାଲ ଫୋର୍ସ୍‌ଙ୍କୁ ପୂର୍ବ କଙ୍ଗୋରେ ସକ୍ରିୟ ରଖିବା ନିମନ୍ତେ ଦେଇଥିବା ପ୍ରସ୍ତାବକୁ ଡିଆର୍‌ସି ସ୍ବାଗତ କରିଛି। ଏହା ଏମ୍‌-୨୩ ଗୋଷ୍ଠୀ ସହ ଲଢ଼େଇ କରିବ। ତେବେ ଏଥିରେ ର୍ବାଣ୍ଡାର କୌଣସି ପ୍ରକାର ଭାଗୀଦାରିକୁ ଗ୍ରହଣ କରାଯିବ ନାହିଁ ବୋଲି କଙ୍ଗୋ କହିଛି। କିଗାଲି (ର୍ବାଣ୍ଡା ରାଜଧାନୀ) ବିଦ୍ରୋହୀଙ୍କୁ ସମର୍ଥନ କରି କଙ୍ଗୋରେ ବିଶୃ୍‌ଙ୍ଖଳା ସୃଷ୍ଟି କରୁଥିବା କିନ୍‌ଶାସା (କଙ୍ଗୋ ରାଜଧାନୀ) ଅଭିଯୋଗ କରିଆସୁଛି। ତେବେ ର୍ବାଣ୍ଡା ବାରମ୍ବାର ଏହାକୁ ଖଣ୍ଡନ କରୁଛି। ଏମ୍‌-୨୩କୁ ର୍ବାଣ୍ଡାର ସମର୍ଥନ ରହିଥିବା ଜାତିସଂଘ ମଧ୍ୟ କହିଛି। ଡିଆର୍‌ସିର ଜଣେ ସୈନ୍ୟ ନିହତ ହେବା ପରେ ର୍ବାଣ୍ଡା ସହ କଙ୍ଗୋ ଏହା ସୀମାକୁ ବନ୍ଦ କରିଦେଇଛି। ର୍ବାଣ୍ଡା ଏବଂ ଉଗାଣ୍ଡା କଙ୍ଗୋରେ ଉତ୍ତେଜନା ଓ ଶାନ୍ତି ଭଙ୍ଗକାରୀ କାର୍ଯ୍ୟ କରିବାରୁ ବିରତ ରହିବା ଦାବିରେ ଗୋମାରେ ଆନ୍ଦୋଳନ ହୋଇଛି। ଏ ଦିଗରେ ଅନ୍ତର୍ଜାତୀୟ ସମୁଦାୟ ପଦକ୍ଷେପ ନେବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri