ଛଳନାର ମୁଖା

ହରେକୃଷ୍ଣ ପଣ୍ଡା

 

ବିଶ୍ୱର ଘଡ଼ିସନ୍ଧି ସମୟରେ ପ୍ରଭାବଶାଳୀ ଜି-୨୦ ରାଷ୍ଟ୍ର ସମୂହ କୌଣସି ନିଷ୍ପତ୍ତିମୂଳକ ଦ୍ରୁତ ପଦକ୍ଷେପ ନେଇପାରୁ ନାହାନ୍ତି। ଏହାର କାରଣ ହେଉଛି ରୁଷିଆ, ଆମେରିକା, ଚାଇନା ଆଦି ସଦସ୍ୟ ରାଷ୍ଟ୍ରମାନଙ୍କର ଦୋମୁହାଁ ନୀତି। ସମଗ୍ର ବିଶ୍ୱକୁ ବିପଦ ମୁଖକୁ ଠେଲି ଦେଇଥିବା ଚାଇନାର ବିସ୍ତାରବାଦ ନୀତି ଓ ଜୈବିକ ଅସ୍ତ୍ର ସଂରକ୍ଷଣ କାର୍ଯ୍ୟଧାରା ଉପରେ ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ ଆଦି ଯେଉଁ ଗର୍ଜନ କରିଥିଲେ ତାହା କ୍ରମଶଃ ଫସରଫାଟି ଗଲା। ଏଥି ପୂର୍ବରୁ ଆତଙ୍କବାଦର ବିଲୋପ ପାଇଁ ଜି-୨୦ ରାଷ୍ଟ୍ର ଯେଉଁ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ ତାହାର ଫଳ କିଛି ହେଲା ନାହିଁ। ଏବେ ବି ସେହି ଆତଙ୍କବାଦ ରହିଛି। ଆଫଗାନରେ ତାଲିବାନ ଶାସନକୁ ବାଟ ନ ଛାଡ଼ିବା ପାଇଁ ଯେଉଁସବୁ ରାଷ୍ଟ୍ର ବିରୋଧର ସ୍ବର ଉଠାଇଥିଲେ ତାହା କ୍ରମଶଃ ନୀରବି ଗଲା। ଲୋକସଂଖ୍ୟା ଦୃଷ୍ଟିରୁ ଜି୨୦ ଦେଶଗୁଡ଼ିକ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ। ଜିଡିପି ୯୦ ପ୍ରତିଶତ ଓ ବାଣିଜି୍ୟକ ଅଂଶ ୮୦ ପ୍ରତିଶତ। ଏହି ଦେଶଗୁଡ଼ିକ ମଧ୍ୟରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳେ। ଏମାନେ ସମଗ୍ର ବିଶ୍ୱର କଲ୍ୟାଣ, ଶାନ୍ତି ରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକଜୁଟ ହୋଇଥିଲେ ହେଁ କେହି ନିଜର ସ୍ବାର୍ଥକୁ ବଳି ଦେବାକୁ ଚାହାନ୍ତି ନାହିଁ। ବିଶ୍ୱର ପ୍ରତିପତ୍ତିଶାଳୀ ରାଷ୍ଟ୍ର ବୋଲାଇବା ପାଇଁ ଆମେରିକା, ରୁଷ୍‌, ଚାଇନା ମଧ୍ୟରେ ଶୀତଳଯୁଦ୍ଧ ବହୁଦିନରୁ ଚାଲିଛି। ଏମାନେ ମିତ୍ର ରାଷ୍ଟ୍ରଗୁଡ଼ିକୁ ନେଇ ମଧ୍ୟ ଗୋଷ୍ଠୀ ଗଠନ କରିଛନ୍ତି; ଯାହା ବିଶ୍ୱରେ ପରମାଣୁ ନିରସ୍ତ୍ରୀକରଣ, ଶାନ୍ତି, ଆର୍ଥିକ ପ୍ରଗତିରେ ପ୍ରତିବନ୍ଧକ ସାଜିଛି। ଏମାନଙ୍କ ମଧ୍ୟରେ ଏକତା, ନିରନ୍ତର ଆଲୋଚନା ଓ ସହମତି ପ୍ରକାଶ ପାଇପାରୁ ନାହିଁ। ଏଯାବତ୍‌ ଯେତେଗୁଡ଼ିଏ ସମସ୍ୟା ପାଇଁ ବୈଠକ ବସିଛି ଏବଂ ଯେଉଁ ନିଷ୍ପତ୍ତି ମାନ ଗ୍ରହଣ କରାଯାଇଛି ତାହା ବାସ୍ତବ ରୂପେ କାର୍ଯ୍ୟକାରୀ ହୋଇ ନ ଥିବା କୁହାଯାଇପାରେ।
ବାସ୍ତବରେ ଦେଖିବାକୁ ଗଲେ ଜି-୨୦ ରାଷ୍ଟ୍ରୀୟ ସଂଗଠନ ବିଶ୍ୱର ସର୍ବବୃହତ୍‌ ଶକ୍ତିଶାଳୀ ସଂଗଠନ। ଏମାନଙ୍କ ମଧ୍ୟରେ ଏକତା ଓ ଆନ୍ତରିକତା ଥିଲେ ବିଶ୍ୱ ଯାବତୀୟ ସଙ୍କଟରୁ ମୁକ୍ତ ହୋଇ ସାରିଥାଆନ୍ତା। ୨୦୨୧ରେ ସ୍କଟଲାଣ୍ଡଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ବିଶ୍ୱ ତାପମାତ୍ରା ହ୍ରାସ କରିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଭାରତ ସମେତ କେତେକ ରାଷ୍ଟ୍ର କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିବା ବେଳେ ଚାଇନା ତା’ର ଲକ୍ଷ୍ୟ ୨୦୬୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ରୁଷ୍‌ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିନାହିଁ। ବିଶ୍ୱର ପ୍ରମୁଖ ଅର୍ଥନୈତିକ ସମୃଦ୍ଧ ରାଷ୍ଟ୍ରଗୁଡ଼ିକର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ଓ ତାହା ଗ୍ଲାସଗୋରେ ଜାତିସଂଘ ଜଳବାୟୁ ସମିତିରେ ଆଲୋଚନା କରାଯାଇଥିଲେ ହେଁ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରଗୁଡ଼ିକ ସମୟ ଗଡ଼ାଇ ଚାଲିଛନ୍ତି। ଅନ୍ୟପକ୍ଷରେ ବିଶ୍ୱରେ ଅର୍ଥନୈତିକ ସଙ୍କଟ, ଖାଦ୍ୟ ସମସ୍ୟା, ବାଣିଜି୍ୟକ ଯୁଦ୍ଧ, ଡଲାରର ମୂଲ୍ୟବୃଦ୍ଧି ଭଳି ସମସ୍ୟା ଦୂର କରିବାରେ ଏହି ସଂଗଠନର କିଛି ଭୂମିକା ନ ଥିବା ଭଳି ମନେହୁଏ। ଜି-୨୦ ସମ୍ମିଳନୀର ଆଭିମୁଖ୍ୟକୁ ସଫଳ କରିବାରେ ଆମେରିକା-ଚାଇନା ମଧ୍ୟରେ ଲାଗିଥିବା ବାଣିଜି୍ୟକ ଯୁଦ୍ଧ ବାଧା ସୃଷ୍ଟି କରୁଥିବା ବେଳେ ଏବେ ରୁଷ୍‌-ୟୁକ୍ରେନ ଯୁଦ୍ଧ ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ବିଶ୍ୱ ନେତୃବୃନ୍ଦ ସମ୍ମିଳିତ ଭାବେ ଏହି ଯୁଦ୍ଧକୁ ଚାହିଁଥିଲେ ବନ୍ଦ କରିପାରନ୍ତେ। କିନ୍ତୁ ଏହା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇଣ୍ଡୋନେସିଆର ବାଲିଦ୍ୱୀପଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ପରମାଣୁ ଯୁଦ୍ଧକୁ ଏଡ଼ାଇବା ପାଇଁ ଅନୁଷ୍ଠିତ ହୋଇଥିଲା। ବାଲି ଘୋଷଣାନାମାରେ ରୁଷିଆ-ୟୁୁକ୍ରେନ ଯୁଦ୍ଧକୁ ନେଇ ସହମତି ପ୍ରକାଶ ନ ପାଇବା ଦୁଃଖର ବିଷୟ। ଧ୍ୱଂସାତ୍ମକ କାର୍ଯ୍ୟର ବିଲୋପ ପାଇଁ ବିଶ୍ୱ ନେତୃବୃନ୍ଦ ଦୃଢ଼ ପଦକ୍ଷେପ ନେବା ପରିବର୍ତ୍ତେ କୁଣ୍ଠିତ ହୋଇ ନିଷ୍ଠୁରତାର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଯୁଦ୍ଧ ବେଳେ ବନ୍ଦୀ ଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷା ଦେବା ସହିତ ଅନ୍ତର୍ଜାତୀୟ ଆଇନକୁ ମାନିବା ଲାଗି ଘୋଷଣାନାମାରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଏହାର କାର୍ଯ୍ୟକାରୀତା ସନ୍ଦେହାତ୍ମକ। ଆଣବିକ ଅସ୍ତ୍ର ବ୍ୟବହାର କିମ୍ବା ଏଭଳି ଧମକକୁ ସମସ୍ତ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ଦେବା ସହିତ ଶାନ୍ତିପୂର୍ଣ୍ଣ ଉପାୟରେ ଯୁଦ୍ଧର ଅବସାନ ଘଟାଇବାକୁ ଆହ୍ବାନ ଦେଇଛନ୍ତି। କିନ୍ତୁ ରୁଷ୍‌ ଏହାକୁ ଗ୍ରହଣ କଲେ ତ? ଏ ସମ୍ପର୍କରେ କୌଣସି ସଂକଳ୍ପ ନିଆଯାଇ ନ ଥିବାବେଳେ ବିବାଦୀୟ ବିତର୍କ ଏମାନଙ୍କ ଛଳନାର ମୁଖା ଖୋଲି ଦେଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ସାମ୍ବାଦିକ ସମ୍ମିଳନୀରେ ଏଭଳି ବିବାଦକୁ ସ୍ବୀକାର କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ସାଂଘାଇ ସହ ଯୋଗ ସମ୍ମିଳନୀରେ ଭାରତ ପକ୍ଷରୁ ପୁଟିନଙ୍କୁ ଯାହା କୁହାଯାଇଥିଲା ତା’ର ପ୍ରତିଫଳନ ଏହି ସମ୍ମିଳନୀରେ ପ୍ରତିଫଳିତ ହୋଇଛି ସତ, କିନ୍ତୁ ଏ ସମ୍ପର୍କରେ ଭିନ୍ନ ମତ ପ୍ରକାଶ ପାଇଥିଲା। ଅଧିକାଂଶ ସଦସ୍ୟ ରାଷ୍ଟ୍ର ୟୁକ୍ରେନ ଯୁଦ୍ଧକୁ ଦୃଢ଼ ନିନ୍ଦା କରିଥିଲେ। ତେବେ ଯେଉଁ ସଦସ୍ୟ ରାଷ୍ଟ୍ର ଏସମ୍ପର୍କରେ ସହମତ ନ ହୋଇଛନ୍ତି ସେମାନଙ୍କ ଆଭିମୁଖ୍ୟ ନିନ୍ଦନୀୟ ବୋଲି ବିଶ୍ୱବାସୀ ଜାଣିଲେ। ଜାତିସଂଘ ସୁରକ୍ଷା ପରିଷଦରେ ଜାତୀୟ ସ୍ଥିତି ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଯାହା କହିଥିଲେ ତାହା ଜି-୨୦ରେ କେବଳ ଦୋହରା ଯାଇଥିଲା। ଅଧିକାଂଶ ସଦସ୍ୟ ରାଷ୍ଟ୍ର ୟୁକ୍ରେନ ଯୁଦ୍ଧକୁ ଦୃଢ଼ ନିନ୍ଦା କରିଥିଲେ। କିନ୍ତୁ ଆଉ କେତେକ ରାଷ୍ଟ୍ର ଏହା ଉପରେ ଭିନ୍ନ ମତ ରଖିବା ଫଳରେ ବିଶ୍ୱ ପାଇଁ ବିପଦ ସୃଷ୍ଟି କରାଯିବା କୁହାଯାଇପାରେ। ଦସ୍ତାବିଜରେ ଖୁବ୍‌ କମ ଲେଖା ହୋଇଥିବା ବେଳେ ସମ୍ମିଳନୀର ଆଭିମୁଖ୍ୟ କ’ଣ ତାହା ପ୍ରକାଶ ପାଇପାରି ନାହିଁ। କୋଭିଡ୍‌ ମହାମାରୀ ପରେ ଅର୍ଥନୀତି ଉପରେ ଏହା ବିଶ୍ୱଯୁଦ୍ଧ ଭଳି ଅନୁଭୂତ ହୁଏ। ଜି-୨୦ ସମିଟିରେ ରୁଷ୍‌ର ରାଷ୍ଟ୍ରପତି ଯୋଗ ନ ଦେବା ତାତ୍ପର୍ଯ୍ୟପୂର୍ଣ୍ଣ।
ଯାହା ହେଉ ୟୁରୋପୀୟ ପାର୍ଲାମେଣ୍ଟରେ ବିଳମ୍ବ ହେଉ ପଛେ ରୁଷିଆକୁ ଆତଙ୍କବାଦର ପୃଷ୍ଠପୋଷକ ବୋଲି ଘୋଷଣା କରାଯାଇଛି। ୟୁକ୍ରେନରେ ସମସ୍ତ ମାନବାଧିକାର ଆଇନ ଗୁଡ଼ିକୁ ରୁଷ୍‌ ଉଲ୍ଲଂଘନ କରି ସାରିଲାଣି। ଆମେରିକା ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଏହିଭଳି ପଦକ୍ଷେପ ନେଇପାରି ଥାଆନ୍ତେ। ଏଯାବତ୍‌ ନେଇ ନାହାନ୍ତି କାହିଁକି? ଅବଶ୍ୟ କୁହାଯାଇପାରେ ଆଜି ରୁଷ୍‌ ୟୁକ୍ରେନ ଉପରେ ଯେଉଁ ଧ୍ୱଂସାଭିମୁଖୀ ପଦକ୍ଷେପ ନେଇଛି ସେଥିପାଇଁ ୟୁରୋପୀୟ ସଂଘ ଦାୟୀ। ୟୁକ୍ରେନ ରୁଷ୍‌ରୁ ଅଲଗା ହେବା ପରେ ୟୁରୋପୀୟ ସଂଘ ୟୁକ୍ରେନ ପ୍ରତି ତା’ର କର୍ତ୍ତବ୍ୟ କରିଥିଲେ ଆଜି ରୁଷ୍‌ ଏଭଳି ଆକ୍ରମଣାମତ୍କ ପଦକ୍ଷେପ ନେଇ ପାରି ନ ଥାନ୍ତା। ଏବେ ସେହି ଛଳନାର ମୁଖା ପିନ୍ଧି ୟୁରୋପୀୟ ସଂଘ, ଆମେରିକା ଓ ବ୍ରିଟେନ ରୁଷିଆ ଉପରେ କଠୋର କଟକଣା ଜାରି କରି ସାରିଛନ୍ତି ବୋଲି କହୁଛନ୍ତି। ସେମାନେ ଯଦି କଠୋର କଟକଣା କରି ଥାଆନ୍ତେ ତେବେ ରୁଷ୍‌ ଆଜି ୟୁକ୍ରେନର ପରମାଣୁ କେନ୍ଦ୍ର ଉପରେ ରକେଟ ମାଡ଼ କରି ନ ଥାଆନ୍ତା। ଆମେରିକା କଂଗ୍ରେସର ଉଭୟ ଗୃହ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ତାଲିକାରେ ରଖିବା ପାଇଁ ପରରାଷ୍ଟ୍ର ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କୁ ଅନୁରୋଧ କରିଥିଲେ ହେଁ ସେ ମନା କରି ଦେଇଥିଲେ। ଆତଙ୍କବାଦକୁ ଭାରତ ବ୍ୟତୀତ କୌଣସି ରାଷ୍ଟ୍ର ରୋକ୍‌ଠୋକ୍‌ ଜବାବ ଦେଇପାରୁ ନାହାନ୍ତି। କାରଣ ୟୁ ର ୪ ସଦସ୍ୟ ଲିଥୁଆନିଆ, ଲାଟ୍‌ଭିଆ,ଏଷ୍ଟୋନିଆ ଏବଂ ପୋଲାଣ୍ଡ ରୁଷିଆକୁ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ରାଷ୍ଟ୍ର ବୋଲି ଘୋଷଣା କରିଛନ୍ତି। ଏ ଛଳନାର ମୁଖା କେତେଦିନ?
ସୟଦପୁର, ଯାଜପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri