ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଓମିକ୍ରନ୍ ସଂକ୍ରମିତ ଦେଶରୁ ଯେଉଁମାନେ ଆସିବେ ସେମାନଙ୍କ ଆର୍ଟିପିସିଆର ଟେଷ୍ଟ ହେବ। ଯେଉଁମାନେ ପଜିଟିଭ୍ ବାହାରିବେ ସେମାନଙ୍କର ଚିକିତ୍ସା କରାଯିବା ସହିତ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଯେମିତି ଅନ୍ୟ ସହିତ ମିଶିପାରିବ ନାହିଁ। ସେହିପରି ଯେଉଁମାନେ ନେଗେଟିଭ ବାହାରିବେ, ସେମାନଙ୍କୁ ୭ ଦିନ ଆଇସୋଲେସନରେ ରଖାଯିବ। ୭ଦିନ ପରେ ଆର୍ଟିପିସିଆର ଟେଷ୍ଟ କରାଯିବ। ଏ ନେଇ ଡିଏମ୍ଇଟି ଡା. ରମା ରମଣ ମହାନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ଓମିକ୍ରନକୁ ମୁକାବିଲା କିପରି କରାଯାଇପାରିବ ସେ ନେଇ ସବୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିଛନ୍ତି। ରାଜ୍ୟଗୁଡ଼ିକ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକ ପରେ ଡିଏମ୍ଇଟି ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଥମ ଓ ଦ୍ୱିିତୀୟ ଲହରରେ ଯେଉଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିଲା ତାକୁ ସୁଦୃଢ଼ କରାଯିବ। ରେଗୁଲାର ସାଇଣ୍ଟିଫିକ୍ ଡାଟା ପବ୍ଲିକକୁ ଦିଆଯିବ। ଏୟାରପୋର୍ଟରେ କଡ଼ାକଡ଼ି ଚେକିଂ ହେବ।