ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ବାସଭବନରେ ଦଳର ୧୦ ଜଣ ବିଧାୟକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ବୈଠକ କରିଛନ୍ତି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଏବଂ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ବୃଦ୍ଧି କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ଭାଜପା ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ, ପ୍ରତିଶ୍ରୁତି ପୂରଣରେ ବିଫଳତା ଏବଂ ଜନବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଧାୟକମାନଙ୍କୁ କୁହାଯାଇଛି। ବୈଠକରେ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ଚାଷୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବୈଠକରେ ପ୍ରତାପ କେଶରୀ ଦେବ, ବିଭୂତି ଭୂଷଣ ବଳବନ୍ତରାୟ, ସାରଦା ପ୍ରସନ୍ନ ନାୟକ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଯୋଗେଶ କୁମାର ସିଂ, ଅଧିରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି, ରୂପେଶ ପାଣିଗ୍ରାହୀ ଏବଂ ରୋହିତ ଜୋସେଫ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ନୂତନ ଜନଗଣନା ପରେ ପଞ୍ଚାୟତଗୁଡ଼ିକର ପୁନର୍ଗଠନ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ।

୨୦୨୪ ବିଧାନସଭା ନିର୍ବାଚନ ପରେ ବିରୋଧୀ ଆସନରେ ବସିଥିବା ବିଜେଡି ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନ ଭୋଟରଙ୍କ ସହ ପୁନର୍ବାର ଯୋଡ଼ି ହେବା ପାଇଁ ଏକ ବଡ଼ ସୁଯୋଗ ବୋଲି ମନେ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଭରତ

ଅହମଦାବାଦ,୮।୩: ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଇତିହାସ ରଚିଛି ଭାରତ। ଏକାଧିକ ରେକର୍ଡ ସହ ବିଶ୍ୱର ପ୍ରଥମ ଦଳ ଭାବେ…

୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ’: ବିଶାଳ ଟାର୍ଗେଟ ଆଗରେ ଚୁରମାର ହୋଇଗଲା କିଓ୍ବି ଦଳର ସ୍ବପ୍ନ 

ଅହମଦାବାଦ, ୮।୩- ଉଡ଼ିଲା ତ୍ରିରଙ୍ଗା। ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି ଟିମ୍‌ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଶିଶୁଙ୍କ ସହ ଚାଲିଗଲା ୪ଜଣଙ୍କ ଜୀବନ

ଭେଡେନ,୮।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଗୋଡଭଗାରୁ ସୋନପୁର ରାସ୍ତାର ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ମେହେନା ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ…

ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବଙ୍କ ଲାଞ୍ଜିଗଡ ଗସ୍ତ, ଜନମନ ଯୋଜନାରେ….

ଲାଞ୍ଜିଗଡ,୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ୍ ଦିନିକିଆ ଗସ୍ତରେ ଆସି ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ କୁନ୍ନାକାଡୁ ଗାଁ’କୁ ରବିବାର ଗସ୍ତ କରିଥିଲେ ପଞ୍ଚାୟତରାଜ ଓ…

କୋଲାବ ଜଳଭଣ୍ଡାରରେ ୩ ଜଣ ନବୋଦୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ୩ ନିଲମ୍ବିତ

କୋରାପୁଟ, ୮।୩( ଅମିତାଭ ବେହେରା ): କୋରାପୁଟ କୋଲାବ ଜଳଭଣ୍ଡାରରେ ଶନିବାର ନବୋଦୟ ବିଦ୍ୟାଳୟର ତିନି ଛାତ୍ର ବୁଡ଼ି ମୃତ ଘଟଣାରେ ରବିବାର ନବୋଦୟ ସଂସ୍ଥାର ଆଞ୍ଚଳିକ…

India vs New Zealand:ଫାଇନାଲରେ ଭାରତର ବିଶାଳ ସ୍କୋର, ନ୍ୟୁଜିଲାଣ୍ଡକୁ ଟାର୍ଗେଟ ମିଳିଲା…

ଅହମ୍ମଦାବାଦ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ୨୦୨୬ର ଫାଇନାଲ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…

ଅନ୍ତର୍ଜାତୀୟ ମହିଳା ଦିବସ, ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଅନନ୍ୟ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବରଗଡ଼ ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ…

ଭାରତୀୟ ବାଇସନ ମହୋତ୍ସବ: ଡେବ୍ରିଗଡ଼ରେ ହେବ ଭାରତର ପ୍ରଥମ ଜାତୀୟ ଗୟଳ ପାର୍କ

ବରଗଡ,୮।୩(ପ୍ରେମାନନ୍ଦ ଖମାରୀ): ଡେବ୍ରିଗଡ଼ ଅଭୟାରଣ୍ୟ ଆସନ୍ତା କିଛିଦିନ ମଧ୍ୟରେ ଭାରତ ବର୍ଷର ପ୍ରଥମ ଜାତୀୟ ଗୟଳ ପାର୍କଭାବେ ଅଭିହିତ ହେବ । ରବିବାର ଭାରତୀୟ ବାଇସନ (ଗୟଳ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri