ଦାରୁଦିଅଁ ଦର୍ଶନ ପାଇଁ ୬୫ କି.ମି. ଚାଲିଲେ ୨ ଦୃଷ୍ଟିହୀନ

ପୁରୀ ଅଫିସ,୧୯।୨:ଦାରୁଦିଅଁଙ୍କ ପ୍ରତି ମନରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବନା ଦୁଇଜଣ ଦୃଷ୍ଟିହୀନ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଶ୍ରୀକ୍ଷେତ୍ରକୁ ଟାଣି ଆଣିଥିଲା। ସେମାନେ ପ୍ରାୟ ୬୫ କି.ମି. ଚାଲିଚାଲି ଭୁବନେଶ୍ୱରରୁ ପୁରୀରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଜଣେ ଯାତ୍ରୀ ସହଯୋଗୀ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ଏହି ଦୁଇଜଣ ଦୃଷ୍ଟିହୀନ ଶ୍ରଦ୍ଧାଳୁ ହେଉଛନ୍ତି ବଂଶୀଧର ପ୍ରଧାନ ଏବଂ ପ୍ରଶାନ୍ତ ସାହୁ। ଜନ୍ମରୁ ଦୁହେଁ ଦୃଷ୍ଟିଶକ୍ତି ହରାଇଥିବାରୁ ସ୍ବଚକ୍ଷୁରେ ଶ୍ରୀଜୀଉଙ୍କ ଦର୍ଶନ କରିପାରି ନ ଥିଲେ ମଧ୍ୟ ତାଙ୍କ ଅସ୍ତିତ୍ୱକୁ ଅନୁଭବ କରିପାରୁଛନ୍ତି ବୋଲି ବଂଶୀଧର ଓ ପ୍ରଶାନ୍ତ ଭାବବିହ୍ବଳ କଣ୍ଠରେ କହିଛନ୍ତି।
ବଡଦେଉଳରୁ ଫେରିବା ପରେ ବଂଶୀଧର କହିଥିଲେ, ଚର୍ମ ଚକ୍ଷୁ ଦ୍ୱାରା ଦର୍ଶନକୁ କେବଳ ଦର୍ଶନ ବୋଲି କୁହାଯାଇପାରିବ ନାହିଁ। ମୋ’ ବିଚାରରେ ମହାପ୍ରଭୁଙ୍କ ସତ୍ତା ଓ ମହାନତାକୁ ଅନୁଭବ କରିବା ପାଇଁ ଚକ୍ଷୁର ଆବଶ୍ୟକତା ହୋଇ ନ ଥାଏ। ସେ ଭାବର ଠାକୁର। ଭାବାବେଗ ସହ ଓତପ୍ରୋତ ଭାବେ ଜଡ଼ିତ। ତାଙ୍କୁ ଅନୁଭବ କରି ମହାସାନ୍ନିଧ୍ୟ ଲାଭ କରିଛି। ସେହିପରି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରି ପ୍ରଶାନ୍ତ କହିଥିଲେ, କରୋନା ଯୋଗୁ ଦୀର୍ଘ ୧୦ ମାସରୁ ଊର୍ଦ୍ଧ୍ୱ ସମୟ ହେବ ମହାପ୍ରଭୁଙ୍କ ଦୁଆରକୁ ଆସିପାରି ନ ଥିଲୁ। ତେଣୁ ୭ ଜଣ ବନ୍ଧୁ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଚାଲିଚାଲି ଆସିବା ଲାଗି ମଙ୍ଗଳବାର ପବିତ୍ର ଶ୍ରୀପଞ୍ଚମୀ ଅବସରରେ ନିଷ୍ପତ୍ତି ନେଲୁ। ଶ୍ରୀପଞ୍ଚମୀ ଦିନ ଭୁବନେଶ୍ୱର ସତ୍ୟନଗର ନିକଟସ୍ଥ ନବୀନ ବସ୍ତିଠାରୁ ଯାତ୍ରା ଆରମ୍ଭ କରିଥିଲୁ। ରାସ୍ତାରେ କେବଳ ପାଣି ପିଇଛୁ। ଆହାର ସ୍ପର୍ଶ କରିନାହୁଁ। ଏବେ ଶ୍ରୀମନ୍ଦିରରେ ପହଞ୍ଚି ଆତ୍ମା ତୃପ୍ତ ହେଲା। ସେମାନଙ୍କର ଅନ୍ୟ ୫ ଜଣ ବନ୍ଧୁ ମାଳତୀପାଟପୁର ପାଖରେ ଅଟକି ରହିଛନ୍ତି। ସେମାନେ କ୍ଳାନ୍ତି ମେଣ୍ଟାଇ ଶୁକ୍ରବାର ଦାରୁବିଗ୍ରହଙ୍କ ଦର୍ଶନ କରିବେ ବୋଲି ପ୍ରଶାନ୍ତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଶାବକର ମୃତ୍ୟୁ

ବାରଙ୍ଗ,୨୧ା୩(ଡି.ଏନ୍‌.ଏ.): ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଇଥିବା ୩ଟି ଶାବକ ମଧ୍ୟରୁ ଗୋଟିଏ ଧଳା ଶାବକର ମୃତ୍ୟୁ ହୋଇଛି। ଶାବକଟି ୧୦ ଦିନର ହୋଇଥିଲା। ରବିବାର...

ଚାଷୀ ପଞ୍ଜିକରଣ, ନବୀକରଣ ସମସ୍ୟା: ଜିଲାପାଳ ଅଫିସ ସମ୍ମୁଖରେ ଧାରଣା

ବରଗଡ଼ ଅଫିସ,୨୩।୩: ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି। ମାତ୍ର କିଛି ଅବ୍ୟବସ୍ଥା ଯୋଗୁ ଚାଷୀଙ୍କୁ ବହୁବିଧ ସମସ୍ୟାର ସମ୍ମୁଖୀନ ହେବାକୁ...

ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡାହାଣ୍ଡି,୮।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଜଣେ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ...

ସ୍ପନ୍ଦନ କର୍ମଚାରୀଙ୍କଠାରୁ ୩୧ହଜାର ଲୁଟ୍‌

ରୂପ୍‌ସା,୧୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ଼ ବରୁଣଗଡ଼ିଆ ମଝି ୬୦ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ସ୍ପନ୍ଦନ ଫାଇନାନ୍ସ କର୍ମଚାରୀଙ୍କଠାରୁ ୩୧ହଜାର ଟଙ୍କା ଲୁଟ୍‌ ହୋଇଛି। ପୋଲିସ...

ଅନୁଗୋଳ ପୌରପାଳିକାରେ ଲାଗୁହେଲା ଏଫଏସ୍ଏମ୍ ନିୟମ: ଘରୋଇ ସଂସ୍ଥା ପଞ୍ଜୀକରଣ ନ କଲେ ଜରିମାନା

ଅନୁଗୋଳ ଅଫିସ, ୧୧।୧ – ଅନୁଗୋଳ ପୌରପାଳିକାରେ ଶୁକ୍ରବାର ଠାରୁ ଏଫ୍‌ଏସ୍‌ଏମ୍‌ ନିୟମ ଲାଗୁ ହୋଇଛି। ଏଥିସହ ଅନୁଗୋଳ ଜିଲାରେ ଥିବା ତାଳଚେର ପୌରପାଳିକା ଓ...

ବାହୁଙ୍ଗି ନେଇ ଧବଳେଶ୍ୱର ପୀଠକୁ ଯାଇପାରିବେନି କାଉଡିଆ

ଆଠଗଡ଼,୧୫।୭(ଡି.ଏନ୍‌.ଏ): ଧବଳେଶ୍ୱର ପୀଠ ଭିତରକୁ କାଉଡିଆ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ । କାଉଡିଆମାନେ କେବଳ ମାନସିକ କଳସ...

ଘରକୁ ଘର ବୁଲି ଚାଲିଛି ସର୍ଭେ

ଦେବଗଡ଼,୨୨ା୪(ଡି.ଏନ.ଏ)-ଦେବଗଡ଼ ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଶନ ମୁଡ୍‌ରେ ଚାଲିଛି ସର୍ଭେ ା ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ଏଏନଏମ୍‌ ଏବଂ ଆଶାକର୍ମୀଙ୍କ ଟିମ୍‌ ଗ୍ରାମାଞ୍ଚଳ...

କଟକ ସହରରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୮-କଟକ ସହରରୁ ରବିବାର ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୨ଜଣ, କ୍ୱାରାଣ୍ଟାଇନରୁ ୯୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୭ ଆକ୍ରାନ୍ତ...

Advertisement
Archives

Model This Week