ତୁର୍କୀରେ ଭୟଙ୍କର ବନ୍ୟା

ଇସ୍ତାନବୁଲ୍‌,୧୫।୮: ତୁର୍କୀରେ ବନ୍ୟା ଓ ଭୂସ୍ଖଳନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ଜରୁରୀ ତଥା ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ କୁହାଯାଇଛି। ବୁଧବାରଠାରୁ ବାର୍‌ଟିନ, କାଷ୍ଟାମୋନୁ, ସିନୋପ ପ୍ରଦେଶରେ ଲଗାଣ ବର୍ଷାରେ ୫ ବ୍ରିଜ୍‌ ଓ ଅନେକ ଘର ଭୁଶୁଡ଼ି ପଡ଼ିଛି। ବନ୍ୟା ସ୍ରୋତରେ ଅନେକ କାର ଭାସିଯାଇଛି। କାଷ୍ଟାମୋନୁରେ ୩୪ ଏବଂ ସିନୋପରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଏଏଫ୍‌ଏଡି କହିଛି। ଜଣେ ନିଖୋଜ ଥିବାବେଳେ ଅନ୍ୟ ୯ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖାଲୁଆ ଅଞ୍ଚଳଗୁଡ଼ିକରୁ ୨,୨୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଭୟାବହ ବର୍ଷା ହେଉଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ

କାବୁଲ, ୧୭।୭: ପାକିସ୍ତାନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ନାଜିବୁଲ୍ଲା ଅଲିଖିଲ୍‌ଙ୍କ ଝିଅଙ୍କୁ ଶୁକ୍ରବାର ଇସ୍‌ଲାମାବାଦରୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଫଗାନିସ୍ତାନ...

ପାଲେଷ୍ଟାଇନରେ ଭୂକମ୍ପ ଝଟକା

ଜେରୁଜେଲମ,୮।୨: ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ପାଲେଷ୍ଟାଇନରେ ଭୁକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି। ଅଧିକାରୀମାନେ...

ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ...

ରୁଷିଆ ଯବାନ ବଳାତ୍କାର କରିଥିବା ଦାବି କଲେ ୟୁକ୍ରେନ ମହିଳା

କ୍ୱିଭ,୨୯।୩ : ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁଇ ରୁଷିଆ ଯବାନ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ୟୁକ୍ରେନ ମହିଳା। ତାଙ୍କ...

କରୋନା ରିଲିଫ୍‌ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର

ବର୍ଲିନ୍‌,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍‌ ପାଣ୍ଠିକୁ ଦାନ...

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୨୨: ଅଧିକାଂଶ ଯୁବତୀ ଯୁବକ

ଇସ୍‌ଲାମାବାଦ,୨୬।୩: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ । ଏବେ ସୁଦ୍ଧା କରୋନା ଭାଇରସରେ ପ୍ରାୟ ୧୯୫ ଦେଶକୁ ବ୍ୟାପିଥିବା ଖବର ମିଳିଥିବା...

ଚାଇନାରେ କରୋନାର ନୂଆ ରୂପ

ବେଜିଂ,୧।୧: ଚାଇନାରେ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ବ୍ରିଟେନରୁ ଫେରିଥିବା ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମହିଳାଙ୍କ...

ରୁଷିଆ ପ୍ଲାଣ୍ଟରେ ବିସ୍ଫୋରଣ

ମସ୍କୋ,୨ା୬(ଏଏଫ୍‌ପି): କେନ୍ଦ୍ରୀୟ ରୁଷିଆର ଏକ ପ୍ଲାଣ୍ଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୨ ଆହତ ହୋଇଥିବାବେଳେ ଆଖପାଖର ୨୦୦ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହାସହ...

Advertisement
Archives

Model This Week